ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରୋଟାରୀ କ୍ଲବ ଭାଇବ୍ରାଣ୍ଟ ର ସମୀକ୍ଷା ବୈଠକ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ 

ରୋଟାରୀ କ୍ଲବ ଭାଇବ୍ରାଣ୍ଟ ର ସମୀକ୍ଷା ବୈଠକ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ 

ରାଉରକେଲା: ରୋଟାରୀ କ୍ଲବ ଅଫ୍ ଭାଇବ୍ରାଣ୍ଟ ର ଚଳିତ ବର୍ଷର ସମୀକ୍ଷା ବୈଠକ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଇସ୍ପାତ ମାର୍କେଟ ନିକଟସ୍ଥ ସରୋବର କୋର୍ଟ ଠାରେ ଅନୁଷ୍ଠିତ ହୋଇଯାଇଛି। ଭାଇବ୍ରାଣ୍ଟ ର ସଭାପତି ରୋଟାରୀଆନ ଡ ମୀନତି ପଣ୍ଡା ଙ୍କ ଆବାହକତ୍ଵ ଓ ରୋଟାରିଆନ ପିପି ଗଣେଶ୍ୱର ପଟ୍ଟନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡିଜିଇ ଆଲାମ ସିଂ ରୂପ୍ରା,ଫାଷ୍ଟ ଲେଡି ହରପାଲ ରୂପ୍ରା,ପିଡିଜି ରୋଟାରିଆନ ଫକୀର ଚରଣ ମହାନ୍ତି, ଆରତୀ ମହାନ୍ତି,ଏଜି ରୋଟାରିଆନ ବ୍ରିଜେଶ ଗୁପ୍ତା ଓ ବରଖା ଗୁପ୍ତା,ରୋଟାରିଆନ ଶ୍ରୀଧର ମଲ୍ଲିକ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ଅତିଥି ମାନେ ଡଃ ପଣ୍ଡାଙ୍କ ଅମଳରେ ହୋଇଥିବା ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଉପରେ ସମୀକ୍ଷା ଓ ଆଲୋଚନା କରାଯାଇ ଏହା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ବୋଲି ମତ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ରୋଟାରିଆନ ଇଂ ଅଜିତ ମୋହନ ପୁଜାରୀ ସୁମଧୁର ସଂଗୀତ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆସନ୍ତା ବର୍ଷ ପାଇଁ ସଭାପତି ଭାବେ ମନୋନୀତ ହୋଇଥିବା ରୋଟାରିଆନ ଡ ସଞ୍ଜୁକ୍ତା ପତି, ସମସ୍ତ ରୋଟାରିଆନ ସର୍ବଶ୍ରୀ ଆଇପିପି ପ୍ରଶାନ୍ତ ରଞ୍ଜନ ପାତ୍ର, ଉପସଭାପତି ବସନ୍ତ କୁମାର ତନ୍ତୀ, ବିଜୟ ଲକ୍ଷ୍ମୀ ତ୍ରିପାଠୀ, ନିରୁପମା ପତି, ସବିତା ମହାନ୍ତି, ଅଞ୍ଜଳି ହୋତା,ସୋମା ମହାପାତ୍ର,ଅମିତା ଜୈନ,ଡ ନିବେଦିତା ରାୟ ପଟ୍ଟନାୟକ,ଡ ସାଗର ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଡ ପଣ୍ଡା ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନ ରାଉରକେଲା ପକ୍ଷରୁ ୮୦ତମ ସ୍ଵାଧୀନତା ଦିବସ ପାଳିତ

Sunil Chandra Nayak

ବଣିଜରାରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ

Sunil Chandra Nayak

ଶାନ୍ତିବନ ମିଳିତ ଗିରିଗୋବର୍ଦ୍ଧନ ପୂଜା କମିଟି ଗଠନ

Sunil Chandra Nayak

Leave a Comment

error: Content is protected !!