ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେଙ୍କାନାଳରେ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠାନ ନିମନ୍ତେ ପ୍ରସ୍ତୁତି ବୈଠକ

ଢେଙ୍କାନାଳରେ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠାନ ନିମନ୍ତେ ପ୍ରସ୍ତୁତି ବୈଠକ

ଢେଙ୍କାନାଳ, ତା. ୨୯.୯.୨୦୨୬ ଢ଼େଙ୍କାନାଳରେ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠାନ ନିମନ୍ତେ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଶ୍ରୀ ଆଶିଷ ଇଶ୍ଵର ପାଟିଲଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ପୁରୁଣା ଜିଲ୍ଲାପରିଷଦ ହଲ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚ଼ଳିତବର୍ଷ ଗଜଲକ୍ଷ୍ମୀ ପୂଜାକୁ ଅଧିକ ଆକର୍ଷଣୀୟ କରି ଭାଇଚାରା ମଧ୍ୟରେ ସମାପନ ପାଇଁ ସମସ୍ତ ବିଭାଗୀୟ ଅଧିକାରୀ ଓ ପୂଜା ପ୍ରତିଷ୍ଠାନର କର୍ମକର୍ତ୍ତାମାନେ ଯତ୍ନବାନ ହେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ସହର ମଧ୍ୟରେ ନିୟମିତ ଭାବେ ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍ ସରବରାହ ଓ ପରିଷ୍କାର ପରିଚ୍ଛନ୍ନ ପ୍ରତି ବିଶେଷ ଧ୍ୟାନ ଦେବାକୁ ସେ ଗୁରୁତ୍ଵାରୋପ କରିଥିଲେ । ଆସନ୍ତା ଅକ୍ଟୋବର ୨୫ ରୁ ଲକ୍ଷ୍ମୀ ପୂଜା ଆରମ୍ଭ ହୋଇ ନଭେମ୍ବର ୪ ରେ ଭସାଣି ଯାତ୍ରା ଅନୁଷ୍ଠିତ ହେବ । ମିଳିତ ଲକ୍ଷ୍ମୀପୂଜା ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଚ଼ଳିତ ବର୍ଷ ପୂଜାକୁ ଅଧିକ ଆକର୍ଷଣୀୟ କରାଯିବ ବୋଲି ମିଳିତ ପୂଜା କମିଟିର ସଭାପତି ଶ୍ରୀ ରାମ ଚ଼ନ୍ଦ୍ର ପାତ୍ର ପ୍ରକାଶ କରିଛନ୍ତି । ଏଥି ନିମନ୍ତେ ସେ ସମସ୍ତ ପୂଜା ପ୍ରତିଷ୍ଠାନ ଓ ବିଭାଗୀୟ ଅଧିକାରୀମାନଙ୍କ ପୂର୍ଣ୍ଣ ସହଯୋଗ କାମନା କରିଥିଲେ । ଆଇନ ଶୃଙ୍ଖଳା ମଧ୍ୟରେ ପୂଜା ସମାପନ ହେବ, ଦର୍ଶକମାନଙ୍କ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯିବ ବୋଲି ଆରକ୍ଷୀ ଅଧିକ୍ଷକ ଶ୍ରୀ ଆଜିଙ୍କ୍ୟ ବାବୁରାଓ ପ୍ରକାଶ କରିଛନ୍ତି । ସୁରକ୍ଷିତ ପରିବେଶ ମଧ୍ୟରେ ପୂଜା ସମାପନ ହେବ ଏବଂ ବୃଦ୍ଧ-ବୃଦ୍ଧା, ଶିଶୁ ଓ ମହିଳାଙ୍କ ସ୍ୱାସ୍ଥ୍ୟ ପ୍ରତି ସତର୍କତା ଅବଲମ୍ବନ ପୂର୍ବକ ଭସାଣି ଯାତ୍ରା ସମୟରେ ଡିଜେ ସାଉଣ୍ଡକୁ ସଂପୂର୍ଣ୍ଣ ବାରଣ କରାଯାଉଛି ବୋଲି ସେ କହିଛନ୍ତି । ସମସ୍ତ ପୂଜା ମଣ୍ଡପରେ ସିସି ଟିଭି ଲଗାଇବା ସହିତ ସୁରକ୍ଷିତ ତୋରଣ ନିର୍ମାଣ ପାଇଁ ସେ ପରାମର୍ଶ ଦେଇଥିଲେ । ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ଯାନବାହାନ ପାଇଁ ପାର୍କିଂ କୁ ବ୍ୟବସ୍ଥିତ କରାଯିବ ବୋଲି ସେ କହିଛନ୍ତି । ପ୍ରାରମ୍ଭରେ ଉପ ଜିଲ୍ଲାପାଳ ଶ୍ରୀ ପଦ୍ମଚରଣ ସାହୁ ଉପସ୍ଥିତ ସମସ୍ତ ୪୧ ଟି ପୂଜା ପ୍ରତିଷ୍ଠାନର କର୍ମକର୍ତ୍ତାଙ୍କୁ ସ୍ଵାଗତ ଜଣାଇ ଲକ୍ଷ୍ମୀ ପୂଜାକୁ ସରସ ସୁନ୍ଦର ଓ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ବୈଠକରେ, ଅସ୍ଥାୟୀ ଶୌଚାଳୟ ନିର୍ମାଣ ସହିତ ସହର ମଧ୍ୟରେ ଥିବା ସମସ୍ତ ଶୌଚାଳୟ ଗୁଡିକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ,ରାସ୍ତାଘାଟ ମରାମତି, ସହର ସଫାସୁତୁରା , ନାଳ ନର୍ଦ୍ଦମା ସଫା, ଟ୍ୟାଙ୍କର ଓ ସିନ୍ଟେକ୍ସ ଯୋଗେ ପାନୀୟ ଜଳ ଯୋଗାଣ, ସୁରକ୍ଷିତ ଓ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ, ପ୍ରାଥମିକ ଆଶୁ ଚିକିତ୍ସା ବ୍ୟବସ୍ଥା,ସହର ମଧ୍ୟରେ ଆଲୋକ ବ୍ୟବସ୍ଥା, ଗାଇ ଗୋରୁ ହଟାଇବା, କର୍ମକର୍ତ୍ତାମାନଙ୍କ ସହିତ ନିୟମିତ ଯୋଗାଯୋଗ ରକ୍ଷା ସଂପର୍କରେ ବୈଠକରେ ଆଲୋଚ଼ନା ହୋଇଥିଲା । ଏହି ବୈଠକରେ ଆଇ.ଏ.ଏସ. (ପ୍ରୋବେସନ) ସୁଧା ଚୈହାନ, ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣ, ପୌର ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଦିପ୍ତୀ ରଂଜନ ସେଠୀଙ୍କ ସମେତ ସମସ୍ତ ପୂଜା ପ୍ରତିଷ୍ଠାନର କର୍ମକର୍ତ୍ତା, ସହରର ମାନ୍ୟଗଣ୍ୟ ବ୍ୟକ୍ତି, ସଂପୃକ୍ତ ବିଭାଗୀୟ ଅଧିକାରୀ ଓ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ରହି ଆଲୋଚନା କରିଥିଲେ । ଶେଷରେ ଉପ ଜିଲ୍ଲାପାଳ ଶ୍ରୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ତୁଳସୀଡୁଙ୍ଗରି ଠାରେ ପଞ୍ଚମ ତମ ମହାଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଛି 

Sunil Chandra Nayak

ଭାଲୁ କାମୁଡାରେ ଯୁବକ ଗୁରୁତର 

masiha

ଭାବନ୍ଧ ଗ୍ରାମ ପଞ୍ଚାୟତରେ ଗ୍ରାମସଭା ଆୟୋଜିତ  ଗ୍ରାମ ବିକାଶର ରୂପରେଖା ପ୍ରସ୍ତୁତିରେ ଜନଭାଗିଦାରିକୁ ଗୁରୁତ୍ୱ 

Sunil Chandra Nayak

Leave a Comment

error: Content is protected !!