ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧରାକୋଟ ରେ ପୌରାଣିକ ନାଟକ ମହାଭାରତ ମଞ୍ଚସ୍ଥ

ଧରାକୋଟ ରେ ପୌରାଣିକ ନାଟକ ମହାଭାରତ ମଞ୍ଚସ୍ଥ

ଆସିକା, ୨୪/୬/୨୬ (ଶିବ ଶଙ୍କର ମିଶ୍ର ) ଧରାକୋଟ ଗଡର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଳନ ଅବସରରେ ଆସିକା ଜୟପୁର ଗ୍ରାମର ଲକ୍ଷ୍ମୀ ନୃସିଂହ ଯୁବକଳା ପରିଷଦ ଦ୍ୱାରା ପୌରାଣିକ ନାଟକ ମହାଭାରତ ବା ବିଜୟୀ ପାଣ୍ଡବ ଧରାକୋଟ ରଥପଦା ରେ ମଞ୍ଚସ୍ଥ ହୋଇଯାଇଛି । ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଏହି ନାଟକକୁ ଉଦ୍ଘାଟନ କରିଥିବା ବେଳେ ଅତିଥି ଭାବରେ ସମାଜସେବୀ ସୁରେନ୍ଦ୍ରନାଥ ଗୌଡ଼, ସମିତି ସଭ୍ୟା ମାନିନୀ ପାତ୍ର, ବି ଜେ ଡି ଉପ ସଭାପତି ରବୀନ୍ଦ୍ର ଘୋଷ, ସାନ୍ତିଝର ଉନ୍ନୟନ କମିଟି ସଭାପତି ସୁନିଲ କୁମାର ଚୌଧୁରୀ, ଜିଲ୍ଲା ପରିଷଦ ସଭ୍ୟ ପ୍ରତାପ ସ୍ୱାଇଁ, ସମାଜ ସେବୀ ଶତ୍ରୁଘନ ଗୌଡ, ହିନେନ୍ଦ୍ର ନାୟକ,ଅକ୍ଷୟ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଗତ ଗୁରୁବାର ଠାରୁ ଆରମ୍ଭ ହୋଇଥିବା ଏହି ଶୀତଳଷଷ୍ଠୀ ଯାତ୍ରା ମହାଭାରତ ନାଟକ ପରିବେଷଣ ପରେ ମଙ୍ଗଳବାର ଦିନ ଉଦଯାପିତ ହୋଇଥିଲା । ଯାତ୍ରା କମିଟି ସଭାପତି ଜ୍ୟୋତି ରଞ୍ଜନ ସ୍ୱାଇଁ,ଉପ ସଭାପତି ପ୍ରଫୁଲ୍ଲ ଚନ୍ଦ୍ର ପାଣିଗ୍ରାହୀ,ଶରତ ରାଜ,ସୁଶାନ୍ତ ବେହେରା, ରାଜା ସେଠୀ ଙ୍କ ସମେତ ଧରାକୋଟ ଗ୍ରାମବାସୀ ଏଥିରେ ସହଯୋଗ ପ୍ରଦାନ କରିଥିବା ବେଳେ ହିମାଂଶୁ ଶେଖର ସ୍ୱାଇଁ ଓ ବିକାଶ ରଞ୍ଜନ ମହାନ୍ତି ନାଟକ କୁ ପରିଚାଳନା କରିଥିଲେ। ଚିତ୍ରସେନ ବାଡତ୍ୟା ଏଥିରେ ସଂଯୋଜନା କରିଥିଲେ।

Related posts

ବାଲିଯାତ୍ରାରେ ରାଜ୍ୟସ୍ତରୀୟ ବିଶ୍ଵଶାନ୍ତି ଓ ଶ୍ରୀ ଜଗନ୍ନାଥ ଆଧ୍ୟାତ୍ମିକ ସାହିତ୍ୟ ସମ୍ମିଳନୀ

masiha

କଷ୍ଟମର ସର୍ଭିସ ପଏଣ୍ଟ ପ୍ଲସରେ ସାମିଲ ଦାବି 

masiha

ମାନଝରୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆମ ସଂସ୍କୃତି ଆମ ଖେଳଣା ଓ ବାର୍ଷିକ ଉତ୍ସବ 

masiha

Leave a Comment

error: Content is protected !!