ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅପରେସନ ସିନ୍ଦୂରର ସଫଳତା ଓ ଆତଙ୍କବାଦ ବିରୁଦ୍ଧରେ ଦେଶର ପ୍ରତିବଦ୍ଧତାକୁ ତ୍ରିରଙ୍ଗା ପଦଯାତ୍ରା

ଅପରେସନ ସିନ୍ଦୂରର ସଫଳତା ଓ ଆତଙ୍କବାଦ ବିରୁଦ୍ଧରେ ଦେଶର ପ୍ରତିବଦ୍ଧତାକୁ ତ୍ରିରଙ୍ଗା ପଦଯାତ୍ରା

ରାଉରକେଲା : ଅପରେସନ ସିନ୍ଦୂରର ସଫଳତାରେ ଭାରତର ବୀର ସୈନିକ ମାନଙ୍କ ସୋର୍ଯ୍ୟକୁ ସମ୍ମାନ ଦେବା ଓ ଆତଙ୍କବାଦ ବିରୁଦ୍ଧରେ ଦେଶର ପ୍ରତିବଦ୍ଧତାକୁ ପ୍ରଦର୍ଶନ କରିବା ଉଦ୍ଦେଶ୍ୟରେ ଆଜି ରଘୁନାଥପଲ୍ଲୀ ନିର୍ମଳ ମୁଣ୍ଡା ମଣ୍ତଳ ସଭାନେତ୍ରୀ ରଞ୍ଜିତା କିସପୋଟାଙ୍କ ନେତୃତ୍ୱରେ ବିଜେପି ତରଫରୁ ତ୍ରିରଙ୍ଗା ପଦଯାତ୍ରା ତିଲକା ନଗରରୁ ଆରମ୍ଭ ହୋଇ ଶୀତଳ ନଗର ଠାରେ ପହଞ୍ଚି ଥିଲା । ବରିଷ୍ଠ ନେତା ତଥା ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏଠାରେ ଉପସ୍ଥିତ କର୍ମୀ ଓ ଜନତାଙ୍କୁ ଉଦବୋଧନ ଦେଇ ଆତଙ୍କବାଦ ବିରୁଦ୍ଧରେ ଆମର ବୀର ପରାକ୍ରମୀ ସେନା କରିଥିବା ଅପରେସନ ସିନ୍ଦୂର ର ସଫଳତାକୁ ସତ ସତ ନମନ କରିଥିଲେ । କାଶ୍ମୀରର ପହଲଗାମରେ ଆତଙ୍କବାଦୀମାନେ ଧର୍ମ କଣ ବୋଲି ପଚାରି ଗୁଳିକରି ପୁରୁଷଙ୍କୁ ହତ୍ୟା କରିଥିବାରୁ କଡ଼ା ଭାଷାରେ ନିନ୍ଦା କରିଥିଲେ ଏବଂ ଭାରତୀୟ ବୀର ପରାକ୍ରମୀ ସେନା ଉପଯୁକ୍ତ ପଦକ୍ଷେପ ନେଇଥିବା ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ମଣ୍ଡଳ ସାଧାରଣ ସମ୍ପାଦକ ନିରଞ୍ଜନ ପଟେଲ ଓ ସବିତା ସିଂ, ମଣ୍ଡଳ ଉପସଭାପତି ସୂର୍ଯ୍ୟକାନ୍ତ ପ୍ରଧାନ, ଶିଲା ପାତ୍ର ଓ ସଂଗ୍ରାମ ପ୍ରଧାନ, ମଣ୍ଡଳ ସମ୍ପାଦକ ମଞ୍ଜିତା ଟପୋ,ଓ ଯାହୁରା ଟିଗା, ମଣ୍ଡଳ ଯୁବା ମୋର୍ଚ୍ଚା ସଭାପତି ଗୋପାଳ ଚୌଧୁରୀ, କେଶବ ଶେଠ୍, ବିନୋଦ ସିଂ , ବର୍ଖା କୌର, ବିକାଶ ସାହୁ , କବିରାଜ ସାହୁ, ସନ୍ତୋଷ ଜେନା, ରୁବିନା ବାରିକ,ଜୟନ୍ତୀ ମେହେର, ରାଜେନ୍ଦ୍ରୀ ପ୍ରଧାନ, ସୁବାସ ସିଂ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନନ୍ଦାହାଣ୍ଡି ବ୍ଲକରେ ଜିଲ୍ଲାପାଳଙ୍କ କ୍ଷେତ୍ର ପରିଦର୍ଶନ : ପ୍ରଶାସନିକ କାର୍ଯ୍ୟ, ଉନ୍ନୟନମୂଳକ ଯୋଜନା ଓ ଜନସେବା ପ୍ରଦାନର ସମୀକ୍ଷା 

ନୂଆପଡ଼ା ଅଟଳ ବସ ଷ୍ଟାଣ୍ଡ ଆକସ୍ମିକ ବ୍ୟୟ ସମ୍ପର୍କିତ ପ୍ରଚାରିତ ଖବର ଉପରେ ଜିଲ୍ଲା ପ୍ରଶାସନର ପୁଙ୍ଖାନୁପୁଙ୍ଖ ତଦନ୍ତ, ଆତ୍ମସାତ୍ ଅଭିଯୋଗ ଭିତ୍ତିହୀନ ବୋଲି ପ୍ରମାଣିତ 

ସିଭିଲ୍ ଟାଉନସିପ୍ ଶନି ମନ୍ଦିରରେ ସ୍ଥାୟୀ ଥଣ୍ଡା ପାନୀୟ ଜଳ ବିତରଣ ଉଦ୍ଘାଟିତ

Leave a Comment

error: Content is protected !!