ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବରିଷ୍ଠ ସାହିତ୍ୟିକ ଓ ସଙ୍ଗଠକ ନିତ୍ୟାନନ୍ଦ ନାୟକଙ୍କ ପରଲୋକ : ବିଭିନ୍ନ ବ୍ୟକ୍ତିଙ୍କ ପକ୍ଷରୁ ଶୋକ 

ବରିଷ୍ଠ ସାହିତ୍ୟିକ ଓ ସଙ୍ଗଠକ ନିତ୍ୟାନନ୍ଦ ନାୟକଙ୍କ ପରଲୋକ : ବିଭିନ୍ନ ବ୍ୟକ୍ତିଙ୍କ ପକ୍ଷରୁ ଶୋକ 

ରାଉରକେଲା ସହରର ପୂରାତନ ସାହିତ୍ୟ ଅନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦର ପୂର୍ବତନ ସାଧାରଣ ସମ୍ପାଦକ ନିତ୍ୟାନନ୍ଦ ନାୟକଙ୍କର ଗୁରୁବାର ରାତ୍ରରେ ଭୁବନେଶ୍ୱରରେ ସ୍ଥିତ ଆପୋଲ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା। ତାଙ୍କର ଅନ୍ତିମ ସଂସ୍କାର ପୁରୀ ସ୍ୱର୍ଗଦ୍ୱାରଠାରେ ଶୁକ୍ରବାର ସମାପନ ଆଜି କରାଯିବ ବୋଲି ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ଇସ୍ପାତ ନଗରୀର ଅନ୍ୟତମ ସଫଳ ସାହିତ୍ୟ ସ୍ରଷ୍ଟା ନିତ୍ୟାନନ୍ଦ ନାୟକଙ୍କ ସଫଳତମ ସାହିତ୍ୟ କୃତି ଭାବେ ‘ସାଗିନା ବେଗମ୍, ତପସ୍ୟାର ବାଲୁଚର, କୁହୁକ ଫୁଲର ବାସ୍ନା, ଛଦ୍ମଛାୟା, ଚନ୍ଦ୍ରସେଣାର ପ୍ରୀତି ଓ ରାହୁଗ୍ରସ୍ତ ସୂର୍ଯ୍ୟ’ ଆଦି ସଂକଳନ ଓଡ଼ିଆ ବାଣୀଭଣ୍ଡାରକୁ ରୁଦ୍ଧିମନ୍ତ କରିଛି। ତାଙ୍କ ରଚିତ ଶେଷ କାବ୍ୟ ପୁସ୍ତକ ‘କଳିଙ୍ଗର ବୀରାଙ୍ଗନା’ ଯାହା କଳିଙ୍ଗ ଯୁଦ୍ଧ ଓ ଅଶୋକ କାରୁବାକି ପ୍ରସଙ୍ଗକୁ ସମ୍ପ୍ରତି ମୁଦ୍ରଣ ଅବସ୍ଥାରେ ରହିଛି। ସାହିତ୍ୟ କ୍ଷେତ୍ରରେ ସ୍ୱର୍ବତ ଶ୍ରୀ ନାୟକ ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ତରଫରୁ ତାଙ୍କୁ ସମ୍ବର୍ଦ୍ଧିତ ଓ ପୁରସ୍କୃତ ହୋଇଥିଲେ। ଏହା ମଧ୍ୟରେ ଇସ୍ପାତ ସାହିତ୍ୟ ସଂସଦ ରାଉରକେଲା ପକ୍ଷରୁ ବ୍ୟାସକବି ସମ୍ମାନ, ରାଉରକେଲା ପୁସ୍ତର ମେଳା ପକ୍ଷରୁ ଲକ୍ଷ୍ମୀଧର ନାୟକ ସାରସ୍ୱତ ସମ୍ମାନ ଆଦି ଅନ୍ତର୍ଭୁକ୍ତ। ତାଙ୍କର ବିୟୋଗରେ ସହରର ବରିଷ୍ଠ କବି ଓ ବିଭିନ୍ନ ଅନୁଷ୍ଠାନମାନେ ଶୋକ ପ୍ରକାଶ କରିଛନ୍ତି । ଇସ୍ପାତ ସାହିତ୍ୟ ସଂସଦର ସଭାପତି ନୃସିଂହ ଚରଣ ବିଶ୍ୱାଳ, ସାଧାରଣ ସଂପାଦକ ମନୋଜ କୁମାର ନନ୍ଦଙ୍କ ସମେତ ପ୍ରତାପ ମଣ୍ଡା, ରଶ୍ମିବାଳା ରାଉତରାୟ, ବରିଷ୍ଠ କବି ଓ ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ରଘୁବର ଧଳ, ତ୍ରିଲୋଚନ ମଥାନ, ଶିକ୍ଷାବିତ ପ୍ରଶାନ୍ତ କୁମାର ପତି, ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ,ସୁମିତ୍ରା ମିଶ୍ର, ସୁଚିତ୍ରା ଲେଙ୍କା, ସତ୍ୟବ୍ରତ ଦାସ, ଉପେନ୍ଦ୍ର କୁମାର ବସ୍ତିଆ, ସୁଶିଲ କୁମାର ଜେନା, ବିଷ୍ଣୁପ୍ରିୟା ମହାପାତ୍ର, ବ୍ରଜେନ୍ଦ୍ର ଦାସ, ମଞ୍ଜୁଳା କୁମାରୀ ରଥ, ମୀନକେତନ ପଶାୟତ, ତାରିଣୀ ଚରଣ ସାହୁ, ଉର୍ବଶୀ ଦାଶ, ଅଭିରାମ ପ୍ରଧାନ, ବଳରାମ ଦାସ, ଅନନ୍ତ କିିଶୋର ଦାସ, ଖଗେନ୍ଦ୍ର ବେହେରା, ଗୀତାରାଣୀ ବେହେରା, ମମତା ଜେନା, ସବିତା ବସ୍ତିଆ, ଜଗନ୍ନାଥ ରାଉତ, କମଳାକାନ୍ତ ଦାସ, ଅକ୍ଷୟ ସାମଲ, ବିଜୟ ସେନାପତି, ପ୍ରବୋଧ ସାମଲ, ଅଜୟ ମହାନ୍ତି, ହରମୋହନ ମିଶ୍ର, ରମାକାନ୍ତ ସୂତାର, ପୁଷ୍ପାରାଣୀ ପଟେଲ, ସୁଶାନ୍ତ କୁମାର ନାୟକ, ନିକୁଞ୍ଜ ବିହାରୀ ଦାଶ, ଗୌତମ ଦାସ, ଦିବାକର ଦାସ, ଜ୍ଞାନ ମିଶ୍ର, ସସ୍ମିତା ପ୍ରଧାନ,ରଙ୍କନିଧି ସେଠୀ, କାଶୀନାଥ ପାତ୍ର, ରାଜୀବ ପାଣି ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି । ସ୍ୱର୍ଗତ ଶ୍ରୀ ନାୟକ ରାଉରକେଲା ଇସ୍ପାତ କାରଖାନାରେ ଚାକିରୀରୁ ଅବସର ନେବା ପରେ ରାଉରକେଲା ସହରର ସେକ୍ଟର ୬ ଅଞ୍ଚଳରେ ଅବସ୍ଥାନ କରୁଥିଲେ। କିଛିଦିନ ପୂର୍ବେ ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡ଼ୀତ ହୋଇ ସେ ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍‌ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଯୋଜନ ଦୂରରେ ଖାଦ୍ୟ ସୁରକ୍ଷା ଯୋଜନା, ଅସହାୟ ବିଶ୍ବ ମାଝୀ କୁ ସହାୟତା କେବେ? 

ଡୁମେରମୁଣ୍ଡା ଗସ୍ତରେ କଳାହାଣ୍ଡି ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ

masiha

ଦୁର୍ଗାପୂଜା କୁ ନେଇ ପ୍ରଥମ ବୈଠକ ଅନୁଷ୍ଠିତ ଓ କର୍ମକର୍ତ୍ତା ଚୟନ

masiha

Leave a Comment

error: Content is protected !!