ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭକ୍ତଙ୍କର ଆସ୍ଥା ଓ ବିଶ୍ବାସ ସାଜିଛି ଶ୍ରୀମନ୍ଦିର ସ୍ଵତନ୍ତ୍ର ସୁରକ୍ଷା ବାହିନୀ 

ଭକ୍ତଙ୍କର ଆସ୍ଥା ଓ ବିଶ୍ବାସ ସାଜିଛି ଶ୍ରୀମନ୍ଦିର ସ୍ଵତନ୍ତ୍ର ସୁରକ୍ଷା ବାହିନୀ 

ସବୁଦିନ ପରି ଆଜି ମଧ୍ୟ ଗୋଟିଏ ଦିନରେ ଦୁଇ ଦୁଇଟି ପରିବାର ର ଦୁଃଖକୁ ଲାଘବ କରିଛି 

କଟକ : ଶ୍ରୀ ମନ୍ଦିରର ଜଗୁଆଳି ସାଜିଥିବା,ସବୁ ଭକ୍ତ ମାନଙ୍କର ଆସ୍ଥା ଓ ବିଶ୍ୱାସ ଜନ୍ମେଇଥିବା “ଶ୍ରୀମନ୍ଦିର ସ୍ଵତନ୍ତ୍ର ସୁରକ୍ଷା ବାହିନୀ” । ମନ୍ଦିରକୁ ଜଗିବା ସହିତ ମନ୍ଦିର ସମ୍ମୁଖରେ ଏହାର (କଣ୍ଟ୍ରୋଲ ରୁମ୍) ଏଠାରେ ସମସ୍ତ ପ୍ରକାରର ସାହାଯ୍ୟ ଓ ସହଯୋଗ କରାଯାଇଥାଏ । ସୂଚନାଯୋଗ୍ୟ କଟକ ସିଡିଏ ବିଡାନାସୀ ବାସିନ୍ଦା ସ୍ୱେତା କେଡିଆ ତାଙ୍କ ଆଠ ହଜାର ଟଙ୍କା ସହିତ ବିଭିନ୍ନ ପ୍ରକାର ଦାମିକିଆ ସାମଗ୍ରୀ ଏବଂ ଝାରସୁଗୁଡ଼ା ବାସିନ୍ଦା ମଦନ ସାହୁଙ୍କର ପାଞ୍ଚ ହଜାର ପାଞ୍ଚ ଶତ ଟଙ୍କା ସହିତ ମୋବାଇଲ ଏବଂ ଅନ୍ୟାନ ଦାମିକିଆ ସାମଗ୍ରୀ କୋଉଠି ଅସାବଧାନତା ବସତ ହଜାଇ ଥିବାବେଳେ ତାହା “ଶ୍ରୀମନ୍ଦିର ସ୍ଵତନ୍ତ୍ର ସୁରକ୍ଷା ବାହିନୀ”ଙ୍କ ଟିମ୍ ଯଥା ଜି ହେମ୍ବ୍ରମ (ଦକ୍ଷ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ) ଅଧ୍ୟକ୍ଷତାରେ ତାଙ୍କୁ ଫେରସ୍ତ ବା ହସ୍ତଗତ କରାଯାଇଛି । ଏହି ସମୟରେ ବିଶ୍ୱଜିତ୍ ଲେଙ୍କା (ସୁବେଦାର ),ସନ୍ଦୀପ ପରିଡ଼ା (ହାବିଲଦାର),ଡି ନାୟକ (ହାବିଲଦାର), ଅଜିତ ସାହୁ (ହାବିଲଦାର ) , ବାଦଲ କୁମାର ବେହେରା(ହାବିଲଦାର),ଅଶୋକ କୁମାର ପ୍ରଧାନ,ଜଗନ୍ନାଥ ମଲିକ (ସିପାଇ) ପ୍ରମୁଖ ଉପସ୍ଥିତ ଥିଲେ । ସବୁ ସମୟରେ ଏହିପରି ମହତ୍ ଜନ ହିତକର କାର୍ଯ୍ୟଦେଖି ବିଭିନ୍ନ ମହଲରେ ପ୍ରଶଂସାର ସୁଅ ଛୁଟିଛି । ଏହାକୁ ଦେଖି ତାପସ ରଂଜନ ଦାସ(କମାଣ୍ଡାଣ୍ଟ),କୌସୁକି ନାଏକ,ଦୀପକ କୁମାର ଗଡ଼ନାୟକ (ଡେପୁଟି କମାଣ୍ଡାଣ୍ଟ)ଏବଂ ପୁରୀ ଏସପି ଦାୟିତ୍ୱରେ ରେ ଥିବା ପ୍ରତୀକ ସିଂ ଏହାକୁ ଉଚ୍ଚ ପ୍ରଶଂସା କରିବା ସହିତ ଧନ୍ୟବାଦ୍ ଅର୍ପଣ କରିଛନ୍ତି । ଏହିପରି ଭକ୍ତ ମାନଙ୍କର ଆସ୍ଥା ଓ ବିଶ୍ୱାସ ଜନ୍ମେଇ ଥିବାରୁ (ଡି.ଜି) ଯୋଗେଶ ବାହାଦୂର ଖୁରାନିଆ ଉଚ୍ଚ ପ୍ରଶଂସା କରିବା ସହିତ ଏହିପରି ଭାବରେ ପ୍ରଶଂସନୀୟ କାର୍ଯ୍ୟ ଆଗକୁ କରିବା ନେଇ ଉତ୍ସାହ ପ୍ରଦାନ କରିଛନ୍ତି । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

 

Related posts

୧୦ରେ ଲାଞ୍ଜିଗଡ଼ ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ

Sunil Chandra Nayak

ଡ଼ଙ୍ଗାବାହାଲ ଓ ଫଟାମୁଣ୍ଡା ରାସ୍ତା ରେ କଣ୍ଟା ବାଡ଼ ଦେଲେ ଜମି ମାଲିକ : ହଇରାଣ ହେଉଛନ୍ତି ସାଧାରଣ ଜନତା

masiha

ବାସନ ଧୋଇବାକୁ ଯାଇ ପୋଖରୀରେ ଖସି ଜ୍ୟୋତ୍ସ୍ନାଙ୍କର ମୃତ୍ୟୁ

masiha

Leave a Comment

error: Content is protected !!