ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେଲପଡ଼ାରେ ଷୋହଳ ପ୍ରହର ନାମଯଜ୍ଞ

ବେଲପଡ଼ାରେ ଷୋହଳ ପ୍ରହର ନାମଯଜ୍ଞ

କର୍ଲାମୁଣ୍ଡା //  କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମର ବେଲପଡ଼ା ଠାରେ ଷୋହଳ ପ୍ରହର ନାମଯଜ୍ଞ ଆଜି(ଗୁରୁବାର) ଅନୁଷ୍ଠିତ ହୋଇ ଯାଇଛି l ବୁଧବାର ଅଧ୍ୟାତ୍ମିକ ପରିବେଶରେ ମଧ୍ୟରେ ଘଣ୍ଟ, ଶଙ୍ଖ, ସଂକୀର୍ତ୍ତନ ସହ କଳସ ଯାତ୍ରାରେ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଇ ହୋଇଥିଲେ l ଗ୍ରାମର ବଡ଼ ପୋଖରୀରୁ ଜଳ ଉଠାଇ ଯଜ୍ଞ ମଣ୍ଡପରେ କଳସ ସ୍ଥାପନ କରିଥିଲେ l ଉକ୍ତ ନାମଯଜ୍ଞରେ ସଚିନ yକେଡ଼ିଆ ଓ ତାଙ୍କ ଧର୍ମପତ୍ନୀ ଯଜ୍ଞକର୍ତ୍ତା ଦାୟିତ୍ୱରେ ରହିଥିବା ବେଳେ ପୂଜକ ଗିରିଶ ଚନ୍ଦ୍ର ମିଶ୍ର ପୂଜାକାର୍ଯ୍ୟ ସଂପାଦନ କରୁଛନ୍ତି l ଏହି ନାମ ସଂକୀର୍ତ୍ତନରେ କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାରୁ ପୁରୁଷ ଓ ମହିଳା ଦଳ ଅଂଶଗ୍ରହଣ କରିବାର ସୂଚନା ରହିଛି l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ନୂତନ ପରିଚାଳନା କମିଟି

masiha

ନିଃସ୍ୱାର୍ଥ ସମାଜସେବା ବ୍ୟକ୍ତିତ୍ୱକୁ ସାର୍ଥକ କରେ – ପ୍ରଭୁଦତ୍ତ ସୁବୁଦ୍ଧି

Sunil Chandra Nayak

ସହକାରୀ ଶିକ୍ଷକ ନିଲମ୍ବିତ:ପ୍ରଧାନ ଶିକ୍ଷକ ଙ୍କ ଦରମା ବନ୍ଦ  (ଶ୍ରେଣୀ ଗୃହରେ ଅଶ୍ଳୀଳ ଭାଷାରେ ଶିକ୍ଷକ ଗାଳିଗୁଲଜ କରିବା ଘଟଣା)

Sunil Chandra Nayak

Leave a Comment

error: Content is protected !!