ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁର୍ଗା ପୂଜା ଓ ଗଜଲକ୍ଷ୍ମୀ ପୂଜା ମହାସମାରୋହରେ ପାଳିତ.

ଦୁର୍ଗା ପୂଜା ଓ ଗଜଲକ୍ଷ୍ମୀ ପୂଜା ମହାସମାରୋହରେ ପାଳିତ.

ରାଉରକେଲା ‌: ଇସ୍ପାତ ନଗରୀ ରାଉରକେଲା ସହରର ପାର୍ବଣ ରୂତୁ ପାଇଁ ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ସମ୍ପ୍ରତି ଗଜଲକ୍ଷ୍ମୀ ପୂଜା ବେଶ ଜାକଜମକରେ ପାଳିତ ହେଉଛି। ଶାନ୍ତି ଶୃଙ୍ଖଳାର ସହ ଦୁର୍ଗା ପୂଜା ପାଳନ ଓ ଏବେ ଅନୁକୂଳ ପାଗ ଯୋଗୁଁ ଲକ୍ଷ୍ମୀ ପୂଜା ମଣ୍ଡପ ଗୁଡିକରେ ଭିଡ ପରିଲକ୍ଷିତ ହେଉଛି। ସେକ୍ଟର ୪, ସେକ୍ଟର ୨, ସେକ୍ଟର ୧୭, ଶକ୍ତି ନଗର ଅଞ୍ଚଳରେ ଅଧିକ ଭିଡ ହେଉଥିବା ଜଣାପଡ଼ିଛି। ଏହି ଅବସରରେ ପୂଜା ମଣ୍ଡପ ଗୁଡିକର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଶ୍ରଦ୍ଧାଳୁଙ୍କ ପାଇଁ ସୁବିଧା ସୁଯୋଗ ସୃଷ୍ଟି କରୁଛନ୍ତି। ସେକ୍ଟର ୪ ଦୁର୍ଗା ପୂଜା କମିଟି ର ସଭାପତି ଧନେଶ୍ଵର ସେଠୀ, କାର୍ଯ୍ୟକାରୀ ସଭାପତି ସଞ୍ଜିତ ମଲ୍ଲିକ ଓ ରବିନ୍ଦ୍ର କୁମାର ବାରିକ, ସାଧାରଣ ସମ୍ପାଦକ ଗିରିଶ ଚନ୍ଦ୍ର ଶତପଥୀ, ଉଗ୍ରସେନ ବିଶ୍ବାଳ, ରାମଚନ୍ଦ୍ର ଗୈ।ଡ଼ଃ, ଆଦିତ୍ୟ ପଣ୍ଡା, ରବିନ୍ଦ୍ର ବେହେରା, ଅକ୍ଷୟ ସାହୁ, ପ୍ରିୟବ୍ରତ ଦାସ , ରାହୁଲ ରାୟ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରୁଛନ୍ତି। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଶ୍ରୀଅରବିନ୍ଦ ଲିଗାଲ ୟୁନିଟର ଜିଲ୍ଲା ସ୍ତରୀୟ ସମ୍ମିଳନୀ

masiha

Saradiya Bandhu Milan held of 42 Mouza Pratibha Bikash Pratisthan.

masiha

ଚାରବାହାଲ ସରକାରୀ କୃପାସିନ୍ଧୁ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ପ୍ରକଳ୍ପ ପ୍ରଦର୍ଶନୀ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!