ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନରେନ୍ଦ୍ର ଭୋଇ ମେମୋରିଆଲ ଫୁଟବଲ ଟୁର୍ଣାମେଣ୍ଟର, ଫାଇନାଲରେ ଯୋଗଦେଲେ ବହୁଜନ ସଂଗ୍ରାମ ସମିତି ସଭାପତି ରଂଜନ ଜାଲ

ନରେନ୍ଦ୍ର ଭୋଇ ମେମୋରିଆଲ ଫୁଟବଲ ଟୁର୍ଣାମେଣ୍ଟର,

ଫାଇନାଲରେ ଯୋଗଦେଲେ ବହୁଜନ ସଂଗ୍ରାମ ସମିତି ସଭାପତି ରଂଜନ ଜାଲ

ଜୁନାଗଡ଼,୧୬/୧୧(ମନୀ ସ) ଜୁନାଗଡ଼ ସହରର ଗୋତିପଡ଼ା ଠାରେ ଅନୁଷ୍ଠିତ ନରେନ୍ଦ୍ର ଭୋଇ ମେମୋରିଆଲ ଫୁଟବଲ ଟୁର୍ଣାମେଣ୍ଟ ର ଫାଇନାଲର ଖେଳ ଅନୁଷ୍ଠିତ ହୋଇଯାଇଛି। ଏହି ଫୁଟବଲ ଖେଳ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବହୁଜନ ସଂଗ୍ରାମ ସମିତି ସଭାପତି ରଂଜନ କୁମାର ଜାଲ ଯୋଗ ଦେଇଥିବା ବେଳେ, ସମ୍ମାନୀତ ଅତିଥି ଭାବେ ହିମାଂଶୁ ଶେଖର ବରାଡ, ଉଦ୍ଧବ ସାହୁ, ବରିଷ୍ଠ ସାମ୍ବାଦିକ ନରେନ୍ଦ୍ର ଖିତି, ଉଗ୍ରସେନ କନ୍ଦପାନ, ଶରତ ଶବର ପ୍ରମୁଖ ଉପସ୍ଥିତ ରହିଥିଲେ। ଆଜିର ଏହି ଫୁଟବଲ୍ ଖେଳ ପ୍ରତିଯୋଗିତାରେ ଝାରକୁଣ୍ଡାମାଲ ଏଫସି ଓ ମର୍ଣୀଙ୍ଗ କ୍ଳବ୍ ଭବାନିପାଟଣା ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥଲା,। ଝାର କୁଣ୍ଡାମାଲ ଏକ ଗୋଲ ବ୍ୟବଧାନରେ ବିଜୟ ଲାଭ କରିଥିଲେ । ସଂପୃକ୍ତ ଫୁଟବଲ କାର୍ଯ୍ୟକ୍ରମର ସଭାପତି ମନୋଜ ନାଏକ, ସଂପାଦକ ମୁନା ଦଣ୍ଡସେନା, କୋଷଧକ୍ଷ୍ୟ ସୁମେଶ ବରାଡ, ବରିଷ୍ଠ ଖେଳାଳି ସଚ୍ଚିଦାନନ୍ଦ ବରାଡ, ଜନ୍ମେଜୟ ବୈଠାରୁ,ପରମାନନ୍ଦ ଭୋଇ, ହିତେଶ ମହମ୍ମଦ, ରମେଶ କୁମାର ରାଉତ, ଦୁର୍ଗା ସିଂ, ହରିଶଙ୍କର ଭୋଇ, ଅରବଜ୍ ନାଥ ସାହୁ ସମେତ ଅନୁଷ୍ଠାନର ଅନେକ କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ। ସମାଜ ସେବୀରଞ୍ଜନ ଜାଲ ତଥା ଉପସ୍ଥିତ ଅତିଥି ମାନେ ଉପସ୍ଥିତ ଖେଳାଳି ତଥା କ୍ରୀଡ଼ାପ୍ରେମୀଙ୍କୁ ଉତ୍ସାହିତ କରିଥିଲେ। ସମାଜ ସେବୀ ରଞ୍ଜନ ଜାଲ ସବୁବେଳେ ସମାଜର ସେବା କରି ବିଭିନ୍ନ ଅନୁଷ୍ଠାନ ସହ ଜଡିତ ହୋଇ ରହିଥିବାରୁ ଆୟୋଜକ ମଣ୍ଡଳୀ ବେଶ କୃତଜ୍ଞ ରହିଥିବା ପ୍ରକାଶ କରିଥିଲେ। ଏହି ଫାଇନାଲ ଖେଳ ଦେଖିବା ପାଇଁ ହଜାର ହଜାର କ୍ରୀଡା ପ୍ରେମୀ ଉପସ୍ଥିତ ହୋଇ ଏହି ଚିତାକର୍ଷକ ଖେଳ ଉପଭୋଗ କରିଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଜିଲ୍ଲାସ୍ତରୀୟ ରବି ଋତୁ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ,  ମଇ ମାସ ୨୦ରୁ ଆରମ୍ଭ ହେବ ଧାନ ମଣ୍ଡି l ଚାଷୀ ମାନଙ୍କୁ ଉଚିତ ମୂଲ୍ୟ ପ୍ରଦାନ କରିବାକୁ ନିର୍ଦେଶ 

masiha

ରାଉରକେଲା ମହାନଗରରେ ଆରଏସଏସ ଦ୍ୱାରା ହିନ୍ଦୁ ସାମ୍ରାଜ୍ୟ ଦିବସ ପାଳିତ 

masiha

ବ୍ଲକ ହିନ୍ଦୁ ସଂଘଠନ ତରଫରୁ ରାଲି ସହ ଦାବିପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!