ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରାଥମିକ ଶିକ୍ଷକ ସଂଘ (AUPTF) ତରଫରୁ ବିଶ୍ବନାଥପୁରଠାରେ ଜରୁରି ବୈଠକ ଅନୁଷ୍ଠିତ

ଲାଞ୍ଜିଗଡ଼,୦୪/୦୮(ମନିସ)- କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ବନାଥପୁର ନିକଟସ୍ଥ VRO ଠାରେ ପ୍ରାଥମିକ ଶିକ୍ଷକ ସଂଘ(AUPTF)ଆନୁକୂଲ୍ୟରେ ସମସ୍ତ ବର୍ଗର ଶିକ୍ଷକଙ୍କୁ ନେଇ ଏକ ଜରୁରୀ କାଳୀନ ବୈଠକ ବରିଷ୍ଠ ଶିକ୍ଷକ ପ୍ରମୋଦ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗୋବର୍ଦ୍ଧନପୁର ସିଆର୍ ସିସି ତପନ ଭୋଇ ସ୍ଵାଗତ ଭାଷଣ ସହ ବୈଠକର ଉଦ୍ଧେଶ୍ୟ ଜ୍ଞାପନ କରିଥିଲେ l ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଜରିଆରେ ୩ ଦଫା ଦାବିପତ୍ର ପ୍ରଦାନ କରବା ପାଇଁ ଆସନ୍ତା ୫ ତାରିଖରେ ସମସ୍ତ ବର୍ଗର ଶିକ୍ଷକଙ୍କୁ ନେଇ, ବିଶ୍ୱନାଥପୁର ଡାକ୍ତରଖାନା ନିକଟରୁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ଶାନ୍ତିପୂର୍ଣ ୍ଶୋଶୋଭାଯାତ୍ରାରେ ବାହାରିବା ପାଇଁ ବୈଠକରେ ସ୍ଥିର କରାଯାଇଥିଲା ଓ ଏଥିପାଇଁ ବିଶ୍ୱନାଥପୁର ଥାନାଧିକାରୀଙ୍କୁ ଶୋଭାଯାତ୍ରା ଅନୁମତି ପାଇଁ ଆବେଦନ ପତ୍ର ପ୍ରଦାନ ପାଇଁ ନିଷ୍ପତି ନିଆଯାଇଥିଲା l ଏହା ପରେ ରାଜ୍ୟ ସଂଘର ବାର୍ତ୍ତା ଅନୁସାରେ AUPTF ଜିଲ୍ଲା ସଭାନେତ୍ରୀ ଅର୍ଚ୍ଚନା ମିଶ୍ର ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହିତ ଆଗାମୀ ୧୬ ତାରିଖରେ ହେବାକୁ ଥିବା ଆନ୍ଦୋଳନ ଓ ସାମୁହିକ ଛୁଟି ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଆଗାମୀ ୧୬ ଅଗଷ୍ଟ ପୂର୍ବରୁ ଯଦି ସରକାର ଦାବି ବିଷୟରେ କିଛି ପଦକ୍ଷେପ ନ ନିଅନ୍ତି ତେବେ ୧୬ ଅଗଷ୍ଟରୁ ସମସ୍ତେ ବ୍ଲକ ସ୍ତରରୁ ସାମୁହିକ ଛୁଟି ନେଇ ଆନ୍ଦୋଳନ କରିବାକୁ ନିଷ୍ପତି ନିଆଯାଇଥିଲା । ଆଗାମୀ ଶୋଭାଯାତ୍ରା ତଥା ଆନ୍ଦୋଳନର ପରିଚାଳନା ପାଇଁ ବ୍ଲକ ସ୍ତରୀୟ ସଂଚାଳନ କମିଟି, ଅର୍ଥ କମିଟି, ମିଡ଼ିଆ ମ୍ୟାନେଜମେଣ୍ଟ କମିଟି ଏହିପରି ତିନୋଟି କମିଟି ଗଠନ କରାଯାଇଥିଲା । ଏହି ୩ଟି କମିଟିରେ ସମସ୍ତ ବର୍ଗର ୬ରୁ ୭ ଜଣ କର୍ମକର୍ତ୍ତା ଚୟନ କରାଯାଇଥିଲା ।

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ବିକାଶର ଧାରା, ଓଡ଼ିଶା ସାରା କାର୍ଯ୍ୟକ୍ରମର ଚତୁର୍ଥ ଦିବସରେ “ସ୍ୱାବଲମ୍ବୀ ଯୁବା, ସମୃଦ୍ଧ ଓଡ଼ିଶା ସମାବେଶ” ଅନୁଷ୍ଠିତ 

Sunil Chandra Nayak

ଚଇତିର ଉଦ୍ଘାଟନୀ ଉତ୍ସବ ସାଂସ୍କୃତିକ ଶୋଭାଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁ୍ଷ୍ଠିତ 

masiha

Meet Renowned First lady artist of Odisha Smt “Basant Kumari Samanta”.

masiha

Leave a Comment

error: Content is protected !!