ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଇଡା ପ୍ରେସ କ୍ଳବ୍ ପ୍ରଥମ ବାର୍ଷିକ ଉତ୍ସବ ଧୂମଧାମରେ ପାଳିତ

କୋଇଡା ପ୍ରେସ କ୍ଳବ୍ ପ୍ରଥମ ବାର୍ଷିକ ଉତ୍ସବ ଧୂମଧାମରେ ପାଳିତ

 ମୟୂରଭଞ୍ଜ – ୨୦/୧୨ ( ମସିହା) ସୁନ୍ଦରଗଡ଼ ଜିଲ୍ଲାର ଖଣିଜ ସଂପଦ ପ୍ରାଚୁର୍ଯ୍ଯ ଭରା କୋଇଡା ବ୍ଳକର କୋଇଡା ହାଇସ୍କୁଲ ପଡ଼ିଆରେ କୋଇଡା ପ୍ରେସ କ୍ଳବ୍ ଆନୁକୁଲ୍ୟରେ ସଭାପତି ସଂଗ୍ରାମ କେଶରୀ ନାୟକଙ୍କ ସଭାପତିତ୍ବରେ ପ୍ରଥମ ବାର୍ଷିକ ଉତ୍ସବ ବୁଧବାର ଦିନ ମହାସମାରୋହରେ ପାଳିତ ହୋଇଯାଇଛି ।ସକାଳେ ଏକ ମାରାଥନ ଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଥମାର୍ଦ୍ଧ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ବଣେଇ ଉପଖଣ୍ଡ ଉପଜିଲ୍ଲାପାଳ ସୁରଂଜନ କୁମାର ସାହୁ, ସୁନ୍ଦରଗଡ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ କମଲ ଲାକ୍ରା,ବିଡ଼ିଓ ରଶ୍ମିରେଖା ପାତ୍ର, ତହସିଲଦାର ଅନିଲ ଆଚାର୍ଯ୍ୟ ,ଜିଲ୍ଲା ପରିଷଦ ସଦସ୍ୟ ଅଶୋକ ନାଏକ ପ୍ରମୁଖ ଯୋଗ ଦେଇ ଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦ୍ଘାଟନ କରିଥିଲେ ।ଅତିଥିଗଣ କହିଥିଲେ ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ରକ୍ଷା କବଚ । ଗଣମାଧ୍ୟମ ତଥ୍ୟ ଭିତ୍ତିକ ଖବର ପରିବେଷଣ ଗୁରୁତ୍ବ ଦେଲେ ପ୍ରଶାସନ ତାହାର ସମାଧାନ ପାଇଁ ପାଦେ ଆଗେଇବ । ଗଣମାଧ୍ୟମକୁ ପ୍ରଶାସନ ସବୁବେଳେ ସହଯୋଗର ହାତ ବଢେଇବ ।ସମାଜର ପ୍ରଗତି ପାଇଁ ଗଣମାଧ୍ୟମ ଏବଂ ପ୍ରଶାସନ ଉଭୟଙ୍କର ଗୁରୁ ଦାୟିତ୍ବ ।କୋଇଡା ପ୍ରେସ କ୍ଳବର ସମାଜିକ କାର୍ଯ୍ୟକୁ ପ୍ରଶଂସା କରିଥିଲେ ।

      ଅପରାହ୍ନ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ, ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତି ରଂଜନ ଘଡେଇ, ମୁଖ୍ୟବକ୍ତା ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ଵିଭୂତି ଭୂଷଣ କର, ସମ୍ମାନିତ ଅତିଥି ହକି ଫେଡେରେସନ ସଭାପତି ପଦ୍ମଶ୍ରୀ ଦିଲୀପ ତିର୍କୀ ଯୋଗଦେଇଥିଲେ । ସେମାନେ ପ୍ରେସ କ୍ଳବ ତରଫରୁ ଆୟୋଜିତ ମିଶନ ଶକ୍ତି ଷ୍ଟଲରେ ସ୍ଵୟଂ ସହାୟିକା ଗୋଷ୍ଠୀ ଦ୍ଵାରା ପ୍ରସ୍ତୁତ ବ ବିଭିନ୍ନ ଉତ୍ପାଦିତ ଦ୍ରବ୍ୟକୁ ପରିଦର୍ଶନ କରିଥିଲେ ।ପରେ ଅତିଥିଗଣ କୋଇଡା ଅଂଚଳର ବରିଷ୍ଠ ନାଗରିକ, ସମାଜସେବୀ, କ୍ରୀଡାବିତ, ଶିକ୍ଷକ, ସାମ୍ବାଦିକ, ସାମାଜିକ କର୍ମୀମାନଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । କୋଇଡା ପ୍ରେସ କ୍ଲବ ଉତ୍ସବରେ ଯୋଗଦେଇ ଷ୍ଟଲଖୋଲିଥିବ ୩୦ ରୁ ଉର୍ଦ୍ଧ୍ବ ସ୍ବୟଂ ସହାୟିକା ଗୋଷ୍ଠୀକୁ ମାନପତ୍ର ଓ ମେଡାଲ ଦେଇ ସମ୍ମାନିତ କରିଥିଲେ ।୨୫ ରୁ ଉର୍ଦ୍ଧ୍ବ ଅସହାୟ ଗରିବ ଗୁରୁବା ବୟସ୍କ/ ଵୟସ୍କା ମାନଙ୍କୁ ଅତିଥିଗଣ କମ୍ବଳ ବଣ୍ଟନ କରିଥିଲେ ।କୋଇଡା ପ୍ରେସ କ୍ଳବ୍ ବର୍ଷ ତମାମ ସାମାଜିକ କାର୍ଯ୍ୟକ୍ରମ ରକ୍ତଦାନ,ବୃକ୍ଷରୋପଣ,କମ୍ବଳ ବଣ୍ଟନ,ଗରିବ ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ପୁସ୍ତକ ଓ ପୋଷାକ ବଣ୍ଟନ ଇତ୍ୟାଦି କରୁଥିବାରୁ ସମସ୍ତ ସଦସ୍ୟଙ୍କୁ ଅତଇଥଇଗଣ ପ୍ରଶଂସାରେ ପୋତି ଦେଇଥିଲେ । ଉତ୍କଳ ସାମ୍ବାଦିକ ରାଜ୍ୟ ସଭାପତି ବିଭୂତି ଭୂଷଣ କର ସାମ୍ବାଦିକ ସୁରକ୍ଷା,ସମାଧି ମାନଙ୍କୁ ପେନସନ,ଗୃହ ଯୋଗାଣ, ଗୋପବନ୍ଧୁ ସ୍ବାସ୍ଥ୍ୟ ଵୀମାରେ ପିତାମାତା ସମେତ ୨୫ ବର୍ଷ ର ଅଧିକ ସନ୍ତାନ ମାନଙ୍କୁ ଅନ୍ତର୍ଭୁକ୍ତ କରିବା ଉପରେ ସରକାର ନୀତିଗତ ନିଷ୍ପତ୍ତି ନେବାପାଇଁ ଅନୁରୋଧ କରିଥିଲେ ।ଏହି ବାର୍ଷିକ ଉତ୍ସବରେ କୋଇଡା ସମେତ ଆଖପାଖ ତଥା ସୁନ୍ଦରଗଡ ଏବଂ ରାଉରକେଲାରୁ ବହୁ ସାମ୍ବାଦିକ ଯୋଗ ଦେଇଥିଲେ ।କୋଇଡା ପ୍ରେସ କ୍ଳବ୍ ଏକ ସ୍ଥାୟୀ ଗୃହ ପାଇଁ ମନ୍ତ୍ରୀ ମହୋଦୟ ଙ୍କୁ ପ୍ରେସ କ୍ଳବ୍ ତରଫରୁ ଅନୁରୋଧ କରାଯାଇଥିଲା ।କ୍ଳବର ସଦସ୍ୟ କମ୍ ଥିବା ସତ୍ବେ ଏହି ବାର୍ଷିକ ଉତ୍ସବ ଆୟୋଜନ ଏକ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ଠାରୁ କମ୍ ନୁହେଁ ବୋଲି ଆସିଥିବା ମାନ୍ୟଗଣ୍ୟ, ବୁଦ୍ଧିଜୀବୀମାନେ କହିଥିଲେ ।କୋଇଡା ପ୍ରେସ କ୍ଳବ୍ ସଂପାଦକ ବିଜୟ ଜେନା ଏବଂ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ୍ 

Related posts

ଜୟପାଟଣା ବ୍ଲକ କର୍ମଚାରୀଙ୍କ ଅଂଶୁଘାତ ରେ ମୃତ୍ୟୁ ଅଭିଯୋଗ

ଡିସେମ୍ବର ୨୦, ୨୧ ଓ ୨୨ ତାରିଖରେ ଆରସିସିଆଇ ପକ୍ଷରୁ ବିଜନେସ୍ କନକ୍ଲେଭ ୨୦୨୪

masiha

ତରାପୁର ଠାରେ ଶିଶୁ ଓ ମହିଳାଙ୍କ ଚାଲାଣ ତଥା ବେଆଇନ ଶ୍ରମିକ ସ୍ଥାନାନ୍ତରଣକୁ ରୋକିବା ଉପରେ ସଚେତନ କରିବା ପାଇଁ ସଚେତନତା ଅଭିଯାନ କର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!