ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ଅନୁମତି ପାଇଁ ଵଡଜାରୀ,ଫୁଲବାଡିଆ ଏବଂ କିତାଵେଡା ଗ୍ରାମବାସୀ ବନଖଣ୍ଡ ଅଧିକାରୀଙ୍କଠାରେ ଦ୍ବାରସ୍ଥ

ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ଅନୁମତି ପାଇଁ ଵଡଜାରୀ,ଫୁଲବାଡିଆ ଏବଂ କିତାଵେଡା ଗ୍ରାମବାସୀ ବନଖଣ୍ଡ ଅଧିକାରୀଙ୍କଠାରେ ଦ୍ବାରସ୍ଥ

 ମୟୂରଭଞ୍ଜ-୨୦/୧୨ ( ମସିହା) ମୟୂରଭଞ୍ଜ ଜିଲ୍ଲାର ଵିଜାତଳା ବ୍ଳକର ଚଢେଇପାହାଡି ପଞ୍ଚାୟତର ଡାହୁପାଣି ବନ ସୁରକ୍ଷା ସମିତି,ବଡଜିଆ ବନ ସୁରକ୍ଷା ସମିତି,ଫୁଲବାଡିଆ ବନ ସୁରକ୍ଷା ସମିତି ଏବଂ କିତାବେଡା ବନ ସୁରକ୍ଷା ସମିତି ସଦସ୍ୟ ଏବଂ ଗ୍ରାମବାସୀମାନେ ଦୁର୍ଗମ ଜଙ୍ଗଲ ଭିତରେ କାଳାତିପାତ କରୁଛନ୍ତି ।ରାସ୍ତା ଖଣ୍ଡେ ନାହିଁ ବୋଲି ଲୋକେ ନାହିଁ ନଥିବା ଅସୁବିଧା ସମେତ ଗର୍ଭବତୀ ମହିଳା ,ପଥିକ,ଛୋଟବଡ ସ୍କୁଲ ଛୁଆ, ଚାଷୀମାନେ ସମ୍ମୁଖୀନ ହେଉଛନ୍ତି । ସେଥିପାଇଁ ଦୀର୍ଘ ବର୍ଷ ହେଲା ରାସ୍ତା ପାଇଁ ଦାବି କରୁଛନ୍ତି ।ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତାଟି କୁ ଅନ୍ତର୍ଭୁକ୍ତ କରିଥିବାବେଳେ ଠିକାଦାର କାମ ଆରମ୍ଭ କରିଥିଲେ ।ହେଲେ ବନ ବିଭାଗ ଜଙ୍ଗଲ ଆଇନ ଅନୁସାରେ କାମକୁ ବନ୍ଦ କରି ଦେଇଛନ୍ତି ।ଯାହାଫଳରେ ରାସ୍ତା ହେବା ଆଶା ମଉଳି ଯାଇଛି । ତେଣୁ ବୁଧବାର ଦିନ ସେହି ୪ ଟି ଗ୍ରାମବାସୀ ରାଇରଙ୍ଗପୁର ଡିଏଫଓଙ୍କ କାର୍ଯ୍ୟାଳୟରେ ତୁରନ୍ତ ସମାଧାନ ପାଇଁ ଲିଖିତ ଅଭିଯୋଗ କରିଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଶିବ ଶକ୍ତି ଯୁଥ୍ କ୍ଳବ୍ ପକ୍ଷରୁ ସରସ୍ବତୀଙ୍କ ଆଜ୍ଞା ଲଡୁ ହେଲା ନିଲାମ

masiha

ଧର୍ମଗଡ଼ ବ୍ଲକ ଓଷ୍ଟା ପକ୍ଷରୁ ୩୮ତମ ଶିଶୁ ଉତ୍ସବ ଅନୁଷ୍ଠିତ

masiha

କେନ୍ଦ୍ରାପଡ଼ା ଜିଲ୍ଲାକୁ ଶ୍ରେଷ୍ଠ କ୍ୟାମ୍ପୋରି ପୁରସ୍କାର ପ୍ରଦାନ କଲା ଓଡିଶା ରାଜ୍ୟ ଭାରତ ସ୍କାଉଟସ ଓ ଗାଇଡସ୍

masiha

Leave a Comment

error: Content is protected !!