ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁଃଖ କଷ୍ଟ ଘରେ ପହଞ୍ଚି ସାହାଯ୍ୟ ଯୋଗାନ୍ତି ସରପଞ୍ଚ

ତାରିଖ ୧୨/୮/୨୩, କୋରାପୁଟ ଜିଲ୍ଲା ପୋଟାଙ୍ଗି ନିର୍ବାଚନ ମଣ୍ଡଳିର ସେମିଲିଗୁଡା ବ୍ଲକ ରେଙ୍ଗା ପଞ୍ଚାୟତ ମାଳିଗୁଞ୍ଜା ଗ୍ରାମର ଦୁର୍ବଳ ପୁଷ୍ଟିହୀନତା କୋମଳମତି ଛୁଆ ଦେବରାଜ ପାଙ୍ଗି ବୟସ ୨ ବର୍ଷ ୬ ମାସର ଅତ୍ୟନ୍ତ ଦୁର୍ବଳ l ଗତକାଲି ରାତି ୮ ଘଟିକା ସମୟରେ ସରପଞ୍ଚଙ୍କୁ ଫୋନ  ମାଧ୍ୟମରେ ଅବଗତ କରାଯାଇଥିବାରୁ କାଳବିଳମ୍ବ ନକରି ଆଜି ସକାଳେ ଶିଶୁ ମଙ୍ଗଳ କର୍ମୀ ରାଜକୁମାର ଡଙ୍ଗରି, ରଞ୍ଜିତା ନାଇକ ଏବଂ ସରପଞ୍ଚଙ୍କ ସାଥି ସାନଭାଇ ସମାଜସେବୀ ଲୋକନାଥ ସିଲପାଡ଼ିଆଙ୍କୁ ସାଥିରେ ଯାଇ ମାଲିଗୁଞ୍ଜା ଗ୍ରାମରେ ପହଞ୍ଚି ଥିଲେ l ଛୁଆଙ୍କ ପିତା କମା ପାଙ୍ଗି ଏକ ବର୍ଷ ପୂର୍ବେ ଦେହାନ୍ତ ହୋଇଯାଇଛି I ମାତା ଶ୍ରୀମତୀ ରୁକ୍ମଣୀ ପୂଜାରୀ ମାନସିକତା ରୋଗୀ ଛୁଆଙ୍କୁ ଉତ୍ତମ ସେବାଯତ୍ନ କରିବା ନିଜ ସମ୍ପର୍କୀୟ ନଥିବାରୁ ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି l ଉତ୍ତମ ସ୍ୱାସ୍ଥ୍ୟ ବ୍ୟବସ୍ଥା ପାଇଁ ପଦକ୍ଷେପ ନିଆ ଯାଇଛି l ଆସନ୍ତା ସୋମବାର ଦିନ ତାଙ୍କୁ କୋରାପୁଟ (Child Care) ହସ ପିଟାଲକୁ ହସ୍ତାନ୍ତର କରାଯିବ l ତାଙ୍କର ରହିବା ଖାଇବା ଚିକିତ୍ସା ବଡ଼ ଦେବି ପାଙ୍ଗିଙ୍କୁ କୋରାପୁଟରେ ହିଁ ତାଙ୍କ ଭାଇ ସୁସ୍ଥ ହେବା ପର୍ଯ୍ୟନ୍ତ ଅଙ୍ଗନବାଡି ଯିବା ପାଇଁ ବ୍ୟବସ୍ଥା ହୋଇଯାଇଛି I

ଏଥିରେ ସରପଞ୍ଚ ହୋଇ କିରସାନି ଜଣେ ନିଜ ଅଞ୍ଚଳ ପାଇଁ ଲୋକଙ୍କର ପ୍ରତି ଦୁଃଖରେ ନିଜର ଦୁଃଖ, ପ୍ରତି ଲୋକଙ୍କ କଷ୍ଟକୁ ନିଜ କଷ୍ଟ ଭାବି ଖବର ଶୁଣିବା ମାତରେ ରୋଗୀ ହୋଉ କି ଅନ୍ୟାନ୍ୟ ଅସୁବିଧା ସମୁଖୀନ ସ୍ଥାନକୁ ପହଞ୍ଚି ଦୁଃଖ ସୁଖରେ ଛିଡ଼ା ହୋଇ ସେବା ଯୋଗାଈ ଥିବାର ଦେଖିବାକୁ ମିଳିଛି I

ବନ୍ଧୁଗାଁ ରୁ ସଂଜୀବ କୁମାର ବାଂଗାରି ଙ୍କ ରିପୋର୍ଟ 

Related posts

ପ୍ରକାଶ ପାଇଲା କବିତା ପ୍ରତିଯୋଗିତା ଫଳାଫଳ

masiha

ବାରିକ ସଙ୍ଘର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

Sunil Chandra Nayak

ବାଇକ ଉପରେ ଗଛ ପଡି ଦୁଇ ଗୁରୁତର

Sunil Chandra Nayak

Leave a Comment

error: Content is protected !!