ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭବାନୀପାଟଣା ଠାରେ ରାଜ୍ୟସ୍ତରୀୟ ଚେସ ପ୍ରତିଯୋଗିତା ଅନୁଷ୍ଠିତ

ଭବାନୀପାଟଣା ତା : 11.08.2023 – ଓଡିଶା ରାଜ୍ୟ ଚେସ ସଂଘ ତରଫରୁ କଳାହାଣ୍ଡି ଜିଲ୍ଲା ଚେସ ସଂଘ ଓ ମହାବୀର ସାଂସ୍କୃତିକ ଅନୁଷ୍ଠାନ ର ମିଳିତ ତତ୍ତ୍ବାବଧାନ ରେ ଆଜି ସ୍ଥାନୀୟ ମହାବୀର ସାଂସ୍କୃତିକ ଅନୁଷ୍ଠାନ ପରିସରରେ 15 ବର୍ଷ ରୁ ନିମ୍ନ ବୟସ ଖେଳାଳୀ ମାନଙ୍କ ମଧ୍ୟରେ ଚେସ ପ୍ରତିଯୋଗିତା ଆରମ୍ଭ ହୋଇଅଛି । ଅତିରିକ୍ତ ଜିଲ୍ଲାପାଳ , କଳାହାଣ୍ଡି ଶ୍ରୀ ତନ୍ମୟ କୁମାର ଦରୱାନ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଵଳନ କରି ଚେସ ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିଲେ ଓ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ସଭାରେ ସମ୍ମାନିତ ଅତିଥି ରୂପେ ମହାବୀର ସାଂସ୍କୃତିକ ଅନୁଷ୍ଠାନ ସଭାପତି ଶ୍ରୀ ଶାନ୍ତାନୁ କୁମାର ବେହେରା , ସମ୍ପାଦକ ଶ୍ରୀ ସତ୍ୟ ପ୍ରସାଦ ସିଂହ, ଜିଲ୍ଲା ଚେସ ସଂଘ ସଭାପତି ଶ୍ରୀ ରବୀନ୍ଦ୍ର ସାହୁ , ଡି.ଆଇ.ପି.ଆର.ଓ. ଶ୍ରୀ ମନୋଜ ବେହେରା, ରାଜ୍ୟ ଚେସ ସଂଘ ଆର୍ବିଟର ଶ୍ରୀ ଜ୍ୟୋତି ଶଙ୍କର ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ । ବକ୍ତାଗଣ ଚେସ ଖେଳର ମହତ୍ଵ ତଥା ଖେଳାଳୀମାନଙ୍କୁ ଚେସ ପ୍ରତି ଆନ୍ତରିକତା ଓ ଖେଳୁଆଡ ପ୍ରଦର୍ଶନ ମନୋଭାବକୁ ବଜାୟ ରଖିବା ପାଇଁ ଉତ୍ସାହିତ କରିଥିଲେ । ଏହି ଚେସ ପ୍ରତିଯୋଗିତା ପାଇଁ ୮ଟି ଜିଲ୍ଲା ବଲାଙ୍ଗିର, କଟକ , ଢେଙ୍କାନାଳ , ଗଞ୍ଜାମ , ଯାଜପୁର , ଖୋର୍ଦ୍ଧା , କୋରାପୁଟ , ପୁରୀ ରୁ ଖେଳାଳୀ ମାନେ ପହଞ୍ଚିଛନ୍ତି । ସଭାଟିକୁ ପରିଚାଳନା କରିବାରେ ଓକିଲ ସଂଜୀବ ସିଂ ସହଯୋଗ କରିଥିବାବେଳେ ମହାବୀର ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତ୍ତା ତଥା ଜିଲ୍ଲା ଚେସ ସଂଘ କର୍ମକର୍ତ୍ତା ସହଯୋଗ କରିଥିଲେ ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ପାଳିତ ହେଲା ବିଶ୍ୱ ଏଡସ୍ ଦିବସ, ଆଶାଦିଦି କୁମମଣି ଦେଇଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ

masiha

ଜଟଣୀ ବ୍ଲକରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ

Sunil Chandra Nayak

ବିଶ୍ୱ ମାତୃଭାଷା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!