ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶହୀଦ ଦିବସ ନେଇ ପ୍ରସ୍ତୁତି ବୈଠକ

ପାପଡାହାଣ୍ଡି,12/8, ମନିସ —- ଆସନ୍ତା ଅଗଷ୍ଟ 24 ଶହୀଦ ଦିବସ ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟର ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି | ଜିଲାପାଳ କମଳ ଲୋଚନ ମିଶ୍ରଙ୍କ ଅଧକ୍ଷତାରେ ଜିଲ୍ଲା ପରିଷଦ ଅଧକ୍ଷ ମୋତିରାମ ନାୟକ, ବ୍ଲକ ଅଧକ୍ଷା ହେମଲତା ମାଝୀ, ଉପାଧକ୍ଷ ସୁଶାନ୍ତ ବେହେରା, ଅତିରିକ୍ତ ଏସପି ପି କେ ପଟନାୟକ, ଏଡିଏମ ମହେଶ୍ଵର ନାୟକ, ବିଡ଼ିଓ ଦିବାକର ବାଗ ପ୍ରମୁଖ ଯୋଗଦେଇଥିଲେ | ପ୍ରତବର୍ଷ ପରି ଚଳିତ ବର୍ଷ ନବରଙ୍ଗପୁରରୁ ଆସିବା ମଶାଲକୁ ସ୍ୱାଗତ ସମ୍ବର୍ଦ୍ଧନା ସହ ପ୍ରତେକ ବିଦ୍ୟାଳୟରେ ଶହୀଦ ଦିବସ ପାଳନ ନେଇ ଆଲୋଚନା ହୋଇଥିଲା | ମନ୍ତ୍ରୀ ଜଗନ୍ନାଥ ସାରକା ଙ୍କୁ ନିମନ୍ତ୍ରଣ ନେଇ ପ୍ରସ୍ତାବ ହୋଇଥିଲା | ଚଳିତ ବର୍ଷ ଶହୀଦ ମିନାର ପରିସରରେ ଶହୀଦ ମାନଙ୍କ ଏକ ଫୋଟ ମେଳା କରିବା ଲାଗି ନିଷ୍ପତି ହୋଇଥିଲା | ଦାୟାଦ ମାନଙ୍କୁ କିପରି ସମ୍ମାନିତ କରାଯିବ ସେ ବିଷୟରେ ଆଲୋଚନା ହୋଇଥିଲା | ଜିଲାପାଳ ଏହି ଦିବସ କୁ ପାଠ୍ୟ କ୍ରମରେ ସାମିଲ କରିବା ଲାଗି ସରକାରଙ୍କୁ ଜଣାଇବେ ବୋଲି କହିଥିଲେ | କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ଶହୀଦ ସ୍ମୃତି କମିଟିର ସଭାପତି ମନରଞ୍ଜନ ତ୍ରିପାଠୀ, ସୋମନାଥ ବିଶୋଇ, ସ୍ୱାଧୀନ ପଟନାୟକ, ଆଇଆଇସି ଦୀପକ ଜେନା ସହ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ | ବ୍ଲକ କାର୍ଯ୍ୟାଳୟକୁ ସମସ୍ତ ଦାଇତ୍ୱ ହସ୍ତାନ୍ତର କରାଯାଇଥିଲା | କାର୍ଯ୍ୟକ୍ରମରେ ବ୍ଲକ କର୍ମଚାରୀ ମାନେ ସହଯୋଗ କରିଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ଵ ଶିଶୁ ଶ୍ରମିକ ବିରୋଧୀ ଦିବସ ପାଳନ

Sunil Chandra Nayak

ଜଙ୍ଗଲ ନିଆଁ ପ୍ରତିରୋଧ ପାଇଁ, ରାୟଗଡା ଡିଏଫଓ ଏକ ରାତ୍ରି ଗସ୍ତ ନିରୀକ୍ଷଣ

masiha

ଥାନା ରେ ପ୍ରେମି ଯୁଗଳଙ୍କ ବିବାହ

Sunil Chandra Nayak

Leave a Comment

error: Content is protected !!