ପାପଡାହାଣ୍ଡି,12/8, ମନିସ —- ଆସନ୍ତା ଅଗଷ୍ଟ 24 ଶହୀଦ ଦିବସ ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟର ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି | ଜିଲାପାଳ କମଳ ଲୋଚନ ମିଶ୍ରଙ୍କ ଅଧକ୍ଷତାରେ ଜିଲ୍ଲା ପରିଷଦ ଅଧକ୍ଷ ମୋତିରାମ ନାୟକ, ବ୍ଲକ ଅଧକ୍ଷା ହେମଲତା ମାଝୀ, ଉପାଧକ୍ଷ ସୁଶାନ୍ତ ବେହେରା, ଅତିରିକ୍ତ ଏସପି ପି କେ ପଟନାୟକ, ଏଡିଏମ ମହେଶ୍ଵର ନାୟକ, ବିଡ଼ିଓ ଦିବାକର ବାଗ ପ୍ରମୁଖ ଯୋଗଦେଇଥିଲେ | ପ୍ରତବର୍ଷ ପରି ଚଳିତ ବର୍ଷ ନବରଙ୍ଗପୁରରୁ ଆସିବା ମଶାଲକୁ ସ୍ୱାଗତ ସମ୍ବର୍ଦ୍ଧନା ସହ ପ୍ରତେକ ବିଦ୍ୟାଳୟରେ ଶହୀଦ ଦିବସ ପାଳନ ନେଇ ଆଲୋଚନା ହୋଇଥିଲା | ମନ୍ତ୍ରୀ ଜଗନ୍ନାଥ ସାରକା ଙ୍କୁ ନିମନ୍ତ୍ରଣ ନେଇ ପ୍ରସ୍ତାବ ହୋଇଥିଲା | ଚଳିତ ବର୍ଷ ଶହୀଦ ମିନାର ପରିସରରେ ଶହୀଦ ମାନଙ୍କ ଏକ ଫୋଟ ମେଳା କରିବା ଲାଗି ନିଷ୍ପତି ହୋଇଥିଲା | ଦାୟାଦ ମାନଙ୍କୁ କିପରି ସମ୍ମାନିତ କରାଯିବ ସେ ବିଷୟରେ ଆଲୋଚନା ହୋଇଥିଲା | ଜିଲାପାଳ ଏହି ଦିବସ କୁ ପାଠ୍ୟ କ୍ରମରେ ସାମିଲ କରିବା ଲାଗି ସରକାରଙ୍କୁ ଜଣାଇବେ ବୋଲି କହିଥିଲେ | କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ଶହୀଦ ସ୍ମୃତି କମିଟିର ସଭାପତି ମନରଞ୍ଜନ ତ୍ରିପାଠୀ, ସୋମନାଥ ବିଶୋଇ, ସ୍ୱାଧୀନ ପଟନାୟକ, ଆଇଆଇସି ଦୀପକ ଜେନା ସହ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ | ବ୍ଲକ କାର୍ଯ୍ୟାଳୟକୁ ସମସ୍ତ ଦାଇତ୍ୱ ହସ୍ତାନ୍ତର କରାଯାଇଥିଲା | କାର୍ଯ୍ୟକ୍ରମରେ ବ୍ଲକ କର୍ମଚାରୀ ମାନେ ସହଯୋଗ କରିଥିଲେ |
previous post