ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ବ୍ଲକ ଛଞ୍ଚାଣବାହାଲି ଗ୍ରାମ ପଞ୍ଚାୟତ ଠାରେ ଆମ ବ୍ୟାଙ୍କ ସିଏସ୍‌ପି ପ୍ଲସ୍‌ ଆଉଟ୍‌ଲେଟ୍‌ ସୁବିଧା ଉଦ୍‌ଘାଟିତ

ଧର୍ମଗଡ ବ୍ଲକ ଛଞ୍ଚାଣବାହାଲି ଗ୍ରାମ ପଞ୍ଚାୟତ ଠାରେ ଆମ ବ୍ୟାଙ୍କ ସିଏସ୍‌ପି ପ୍ଲସ୍‌ ଆଉଟ୍‌ଲେଟ୍‌ ସୁବିଧା ଉଦ୍‌ଘାଟିତ

ରାଜ୍ୟର ସବୁ ଗ୍ରାମପଞ୍ଚାୟତରେ ବ୍ୟାଙ୍କିଙ୍ଗ୍‌ ସୁବିଧା ଦେବା ଲକ୍ଷ୍ୟ

୨୦୨୪ ମାର୍ଚ୍ଚ ସୁଦ୍ଧା ରାଜ୍ୟର ସବୁ ଗ୍ରାମପଞ୍ଚାୟତରେ ବ୍ୟାଙ୍କିଙ୍ଗ୍‌ ସୁବିଧା ଦେବା ଲକ୍ଷ୍ୟରେ ରାଜ୍ୟ ସରକାର ଆମ ବ୍ୟାଙ୍କ ସିଏସ୍‌ପି ପ୍ଲସ୍‌ ଆଉଟ୍‌ଲେଟ୍‌ ସୁବିଧା ଉପଲବ୍ଧ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସନ୍ଧ୍ୟାରେ ଏହି ସୁବିଧାର ଶୁଭାରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷିରେ ଧର୍ମଗଡ ବ୍ଲକ ଛଞ୍ଚାଣବାହାଲି ଗ୍ରାମ ପଞ୍ଚାୟତ ଠାରେ ଆମ ବ୍ୟାଙ୍କ ସିଏସ୍‌ପି ପ୍ଲସ୍‌ ଆଉଟ୍‌ଲେଟ୍‌ ସୁବିଧା ଉଦ୍‌ଘାଟିତ ହୋଇଯାଇଛି।ଧର୍ମଗଡ଼ ବିଡିଓ ଡ ହିମାଞ୍ଚଳ ମାଝୀ,ଧର୍ମଗଡ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଷୀ, ଜିଲ୍ଲା ପରିଷଦ ସଭ୍ୟ ଶଙ୍କର ଯୁଏଡ, ଛଞ୍ଚାଣବାହାଲି ସରପଞ୍ଚ ପ୍ରୀତି ବେମାଲ ଓ ଗ୍ରାମ ପଞ୍ଚାୟତ ର ୱାର୍ଡ ସଭ୍ୟ, ବେହେରା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ର ଶାଖା ପରିଚାଳକ, ସି ପି ଏସ ପ୍ଲସ ସଂଚାଳକ ହୃଷୀକେଶ ଗୋପାଳ, ସହ ସଂଚାଳକ ତୀର୍ଥ ରାଜ ଗୋପାଳ ତଥା ଅଞ୍ଚଳବାସି ବହୁ ସଂଖ୍ୟାରେ ଯୋଗ ଦେଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି, ଆଜି ଆମ ପାଇଁ ଏକ ସ୍ମରଣୀୟ ଦିନ। ଓଡ଼ିଶାର ବିକାଶ ଇତହିାସରେ ଆଜିର ଦିନଟି ଲିପିବଦ୍ଧ ହୋଇ ରହିବ। ରାଜ୍ୟରେ ଆମ ବ୍ୟାଙ୍କ ଯୋଜନାର ଶୁଭାରମ୍ଭ‌ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୩୦ଟି ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ୭୪୪ କେନ୍ଦ୍ର ଖୋଲାଯାଇଛି। ୨୦୨୩-୨୦୨୪ ଆର୍ଥିକ ବର୍ଷ ଶେଷସୁଦ୍ଧା ବ୍ୟାଙ୍କିଙ୍ଗ୍‌ ସୁବିଧା ନଥିବା ସବୁ ପଞ୍ଚାୟତରେ ଆମ ବ୍ୟାଙ୍କ ଖୋଲାଯିବ। ଏହା ଦ୍ବାରା ବ୍ୟାଙ୍କ ସେବାରୁ ବଞ୍ଚିତ ହେଉଥିବା ଲୋକମାନେ ଘର ପାଖରେ ବ୍ୟାଙ୍କିଙ୍ଗ ସୁବିଧା ପାଇପାରିବେ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମ ବ୍ୟାଙ୍କ ସିଏସ୍‌ପି ପ୍ଲସ୍‌ ଆଉଟ୍‌ଲେଟ୍‌ ସୁବିଧା ସାରା ଦେଶରେ ପ୍ରଥମ ଥର ପାଇଁ ହୋଇଛି। ଏଥି ପାଇଁ ଆମେ ୫୦୦ କୋଟି ଟଙ୍କା ଖର୍ଚ୍ଚ କରିବୁ। ଆମ ବ୍ୟାଙ୍କ୍‌ ସିଏସ୍‌ପି ପ୍ଲସ୍‌ ଶାଖା ମାଧ୍ୟମରେ ଜମିପଟ୍ଟା, ଆଧାରକାର୍ଡ, ଭୋଟରଆଇଡି, ଅନ୍ୟ ଡକ୍ୟୁମେଣ୍ଟ, ସେଭିଂ ଆକାଉଣ୍ଟ, ଚେକବୁକ, ଡେବିଟ କାର୍ଡ, ପାସବୁକ୍‌ ଅପଡେଟ ଆଦି ୧୫ ପ୍ରକାରର ବ୍ୟାଙ୍କିଙ୍ଗ୍‌ ସୁବିଧା ଗ୍ରାହକଙ୍କୁ ମିଳିପାରିବ। ବରିଷ୍ଠ ନାଗରିକ, ଗର୍ଭବତୀ ମହିଳା ଓ ଭିନ୍ନକ୍ଷମ ଲୋକଙ୍କ ସହିତ ଲକ୍ଷଲକ୍ଷ ଗ୍ରାହକଙ୍କୁ ସୁବିଧା ମିଳିବ। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ, ପଂଜାବ ନ୍ୟାସନାଲ ବ୍ୟାଙ୍କ, ୟୁନିୟନ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ୟୁକୋ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ବ୍ୟାଙ୍କ ଅଫ୍‌ ବରୋଦା ସହଯୋଗରେ ଏହି ପଦକ୍ଷେପ ନିଆଯାଇଛି। ନୂଆ ଓଡ଼ିଶା ଓ ସଶକ୍ତ ଓଡ଼ିଶା ଗଢ଼ିବାରେ ଏହା ସହାୟକ ହେବ।

ସମାରୋହରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଥିଲେ, ବ୍ୟାଙ୍କିଙ୍ଗ ସୁବିଧା ନଥିବା ପଞ୍ଚାୟତରେ ଲୋକଙ୍କୁ ବ୍ୟାଙ୍କିଙ୍ଗ ସେବା ଯୋଗାଇବା ସରକାରଙ୍କ ଲକ୍ଷ୍ୟ। ଏଥି ପାଇଁ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେଇଛନ୍ତି। ୬ଟି ରାଷ୍ଟ୍ରାୟତ ବ୍ୟାଙ୍କର ସହାୟତାରେ ରାଜ୍ୟର ୬୮୦୦ ଗ୍ରାମପଞ୍ଚାୟତ ମଧ୍ୟରୁ ୪୩୦୦ରୁ ଊର୍ଦ୍ଧ୍ବ ବ୍ୟାଙ୍କ ବିହୀନ ଗ୍ରାମପଞ୍ଚାୟତରେ ସିଏସ୍‌ପି ପ୍ଲସ ଶାଖା ଖୋଲାଯିବ।

ଆମ ବ୍ୟାଙ୍କ ଯୋଜନାରେ ଖୋଲାଯାଇଥିବା ପ୍ରତି ଶାଖାରେ ୨ ଜଣ ପ୍ରତିନିଧି ଗ୍ରାହକଙ୍କୁ ସେବା ପ୍ରଦାନ କରିବେ। କାର୍ଯ୍ୟକ୍ରମରେ ମୁଖ୍ୟ ସଚିବ ପ୍ରଦୀପ ଜେନା, ଉନ୍ନୟନ କମିସନର ଅନୁଗର୍ଗ, ଅର୍ଥ ସଚିବ ବିଶାଲ ଦେବ, ଆଇଟି ସଚିବ, ଏସ୍‌ବିଆଇ, ପଂଜାବ ନ୍ୟାସନାଲ ବ୍ୟାଙ୍କ, ୟୁନିୟନ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ୟୁନାଇଟେଡ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ବ୍ୟାଙ୍କ ଅଫ୍‌ ବରୋଦାର ଅଧୀକାରୀ ଯୋଗ ଦେଇଥିଲେ। ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରୁ କାର୍ଯ୍ୟକ୍ରମକୁ ଲାଇଭ୍‌ କରାଯାଇଥିଲା। ୫ଟି ଏବଂ ଆମ ଓଡ଼ିଶା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି କାର୍ତ୍ତିକେୟନ ପାଣ୍ଡିଆନ୍‌ ସଂଯୋଜନା କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ପ୍ରଧାନ ଶିକ୍ଷକ ଙ୍କ ଅବସରକାଳୀନ ସମ୍ବର୍ଧନା ସଭା

Sunil Chandra Nayak

ଲଡୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ ଓ ଓଡ଼ିଆ ସାହିତ୍ୟ ଉଦଯାପନି ସମାରୋହ ଅନୁଷ୍ଠିତ

masiha

ପରିଷ୍କାର ଓ ସବୁଜ ପଞ୍ଚାୟତ ଗଠନ ନେଇ ତାଲିମ 

masiha

Leave a Comment

error: Content is protected !!