ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ   ତେରେସିଂହା ଗ୍ରାମ ପଞ୍ଚାୟତ ପୁରସ୍କୃତ

କଳାହାଣ୍ଡି ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ 

 ତେରେସିଂହା ଗ୍ରାମ ପଞ୍ଚାୟତ ପୁରସ୍କୃତ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ସ୍ଥାନୀୟ ଟାଉନ ହଲ୍‌ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁବାର ପାଳିତ ହୋଇଥିଲା l ଏଥିରେ କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମ ପଞ୍ଚାୟତ କୁ ପୁରସ୍କୃତ କରାଯାଇଥିଲା l ଜିଲ୍ଲାର ଏ, ବି, ସି ଗ୍ରେଡ ତାଲିକାରେ ଥିବା ପଞ୍ଚାୟତଗୁଡ଼ିକୁ ପୁରସ୍କୃତ କରାଯାଇ ଥିବା ବେଳେ ଏ ଗ୍ରେଡ଼ ରେ ତେରେସିଂହା ଗ୍ରାମ ପଞ୍ଚାୟତରୁ ସରପଞ୍ଚ ପ୍ରମୋଦ ସୁନା ଉପସ୍ଥିତ ରହି ପୁରସ୍କାର ରାଶି ବାବଦକୁ ୭ଲକ୍ଷ ୭୨ହଜାର ୯ଶହ ୪୬ଟଙ୍କାର ଚେକ୍ ଓ ମାନପତ୍ର ଗ୍ରହଣ କରିଥିଲେ l ତେରେସିଂହା ଗ୍ରାମ ପଞ୍ଚାୟତ ପୁରସ୍କାର ପାଇଥିବା ଜାଣି ଗ୍ରାମବାସୀ ମାନେ ସରପଞ୍ଚ ଶ୍ରୀ ସୁନା ଙ୍କୁ ଅଭିନନ୍ଦନ ଜଣାଉ ଥିବା ଦେଖିବାକୁ ମିଳୁଛି l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ନିତାଇ ଗୌର ସାଂସ୍କୃତିକ ଅନୁଷ୍ଠାନ ଆନୁକୁଲ୍ୟରେ ଘୁମୁରା ପ୍ରତିଯୋଗିତା ଅନୁଷ୍ଠିତ

masiha

ନିଟ ପରୀକ୍ଷା ରେ ଖାତିଗୁଡା ର ଅନନ୍ତ ସଫଳତା ପାଇଛନ୍ତି 

Sunil Chandra Nayak

ଓଡିଶା ର ବରପୁତ୍ର ତଥା ଜନନାୟକ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ଜନ୍ମ ଜୟନ୍ତୀ ଅବସରରେ ପ୍ରଶାନ୍ତ ଙ୍କ ଜନନୀ ସମ୍ପର୍କ ଅଭିଯାନ “ମା ଙ୍କୁ ସମ୍ମାନ ଗାଁ କୁ କାମ “

masiha

Leave a Comment

error: Content is protected !!