ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୨୬ପର୍ଯ୍ୟଟକଙ୍କ ହତ୍ୟା ପ୍ରତିବାଦରେ କ୍ୟାଣ୍ଡେଲ ଶୋଭାଯାତ୍ରା

୨୬ପର୍ଯ୍ୟଟକଙ୍କ ହତ୍ୟା ପ୍ରତିବାଦରେ କ୍ୟାଣ୍ଡେଲ ଶୋଭାଯାତ୍ରା

ନର୍ଲା ୨୫/୦୪ (ମସିହା )ଦକ୍ଷିଣ ଭାରତର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଜମ୍ଭୁକାଶ୍ମୀର ସ୍ଥିତ ପହେଲଗାଓରେ ଇସଲାମିକ ଆତଙ୍କବାଦୀ ଙ୍କ ବର୍ବର ଆକ୍ରମଣରେ ୨୬ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ ପ୍ରାଣ ହରାଇଥିବା ବେଳେ ଅନେକ ଗୁରୁତର ଆହତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ଥାଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ।ସେଥିରୁ ୨ଜଣ ବିଦେଶୀ ପର୍ଯ୍ୟଟକ ଥିବା ବେଳେ ଜଣେ ଓଡ଼ିଆ ପର୍ଯ୍ୟଟକ ରହିଛନ୍ତି ।ତେବେ ମୃତ ସମସ୍ତ ପର୍ଯ୍ୟଟକଙ୍କ ଅମର ଆତ୍ମାର ଶାନ୍ତି ସକାଶେ ଏବଂ ହିନ୍ଦୁତ୍ୱ ରକ୍ଷା ନିମନ୍ତେ ଗତକାଲି ସନ୍ଧ୍ୟା ୭ଘଣ୍ଟା ସମୟରେ ରୁପ୍ରାରୋଡ ନାଗରିକ ମଞ୍ଚ ତରଫରୁ ଏକ ବିରାଟ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରୁ ଶତାଧିକ ଯୁବ ପ୍ରେମୀ ହାତରେ କ୍ୟାଣ୍ଡେଲ ସହ ପ୍ଲାକାର୍ଡ ଧରି ପାକିସ୍ତାନ ମୂର୍ଦାବାଦ,ଆତଙ୍କବାଦୀ ଙ୍କ ମୂଳପୋଛ କରାଯାଉ,ହିନ୍ଦୁ ସୁରକ୍ଷା ଆମର ଦାବି ଆଦି ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରି ଥିଲେ ।ସେଠାରେ ଅନୁଷ୍ଠିତ ଶୋକ ସଭାରେ ହିନ୍ଦୁଙ୍କ ଉପରେ ବର୍ବର କାଣ୍ଡ ଲିଭାଇ ଜୀବନ ନେଇଥିବା ଇସଲାମିକ ଆତଙ୍କବାଦୀ ମାନଙ୍କ ଉପରେ ଦୃଢରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ସେମାନଙ୍କୁ ସମ୍ପୂର୍ଣ୍ଣ ମୂଳ ପୋଛ କରିଦେବା ପାଇଁ ଆମଦେଶର ସରକାର ପଦକ୍ଷେପ ନେବା ଜରୁରୀ ବୋଲି ନର୍ଲା ବ୍ଲକ ଅଧକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ବକ୍ତବ୍ୟ ରଖିଥିଲେ।

ନର୍ଲା ରୁ ଦିପକ ଠାକୁର ଙ୍କ ରିପୋର୍ଟ

Related posts

ବନମାଳି ଧୂପାଳ ଚାରିଟେବୁଲ ଟ୍ରଷ୍ଟ ଏବଂ ଆପୋଲୋ ହସ୍ପିଟାଲର ମିଳିତ ଆନୁକୁଲ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ 

masiha

ଓଡ଼ିଆ ଭାଷା ବିକାଶ ମଞ୍ଚର ବିପ୍ଳବୀ କବି ରବି ସିଂ ଙ୍କ ଜୟନ୍ତୀ ପାଳନ

Sunil Chandra Nayak

ସେକ୍ଟର – ୭, କମ୍ୟୁନିଟ ସେଣ୍ଟର ଯୋଗ କେନ୍ଦ୍ରର ୭ତମ ବାର୍ଷିକ ଉତ୍ସବ ପାଳିତ

masiha

Leave a Comment

error: Content is protected !!