ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମ.ରାମପୁର ବନାଞ୍ଚଳ :ଜଙ୍ଗଲ କୁ ନିଆଁ ଦାଉରୁ ରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ

 ମ.ରାମପୁର,୨୩/୨:(ମସୀହା) କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ମ. ରାମପୁର ବନାଞ୍ଚଳ ର ରାମୁଡ,ମୋହନଗିରି ସେକ୍ସନ ଡୁଟ୍ଟାମୁଣ୍ଡା ଓ ଟାପରେଙ୍ଗ  ତିନି ଗୋଟି ବନ ସଂରକ୍ଷଣ ସମିତି ରେ  ସଭାପତି ରାଧେଶ୍ୟାମ ପୋଢ଼, ଭୁବନେଶ୍ୱର ଭୋଇ ଓ ଗୌରାଙ୍ଗ ପାତ୍ର ଙ୍କ ସଭାପତିତ୍ୱ ରେ ଏହି ଗ୍ରୀଷ୍ମ  ଋତୁ ରେ ଜଙ୍ଗଲ ଓ ବନ୍ୟ ଜନ୍ତୁ ଙ୍କୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ସଚେତନତା ସଭା ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ମ. ରାମପୁର ବନାଞ୍ଚଳ ଅଧିକାରୀ ଅସିତ କୁମାର ଦାସ ଉପସ୍ଥିତ ରହି ଜଙ୍ଗଲ ରେ ନିଆଁ ଲାଗିବାରକାରଣ ,ନିରାକରଣ ,ଜନସାଧାରଣ ଙ୍କ ଦାୟିତ୍ୱ ଉପରେ ବୁଝେଇବା ସହ ଗ୍ରାମବାସୀ ଓ ଜଙ୍ଗଲ ବିଭାଗର  ମିଳିତ ଉଦ୍ୟମରେ ଏହି ବର୍ଷ  ଜଙ୍ଗଲ କୁ ନିଆଁ ଦାଉରୁ ରକ୍ଷା କରିବା ଉପରେ ପରାମର୍ଶ   ଦେଇଥିଲେ । ଉପସ୍ଥିତ ଗ୍ରାମବାସୀ ମିଳିତ ଭାବରେ ଶପଥ ପାଠ କରିଥିବା ବେଳେ ଏହି କାର୍ଯ୍ୟକ୍ରମ କୁ ଆମ ଜଙ୍ଗଲ ଯୋଜନା ଦଳପତି ପ୍ରଦିପ କୁମାର ସାହୁ ପରିଚାଳନା କରିଥିଲେ ଓ ମ. ରାମପୁର ବନପାଳ ରମେଶ ଚନ୍ଦ୍ର ବାଗ  ସଚେତନ ର ବାର୍ତା ଓ  ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ବନରଖି ବାଳକୃଷ୍ଣ ଜାଲ, ବନବାସ ଶବର , ମଧୁସ୍ମିତା ଭୋଇ ,ସବିତା ଘୋଷ ,ବିକାଶ ଅଧିକାରୀ କୁନୁ ଛାତ୍ରୀଆ, ସଦାନନ୍ଦ ପଧାନ ,ଭୋଜରାଜ ସାହୁ , ଏନିମେଟର ଶେସଦେବ ରଣା, ହରିଶ୍ଚନ୍ଦ୍ର ମାଝୀ, ପ୍ରତାପ କୁମରା , ବନକର୍ମଚାରୀ ତୁଳସିରାମ ଭୋଇ  ପ୍ରମୁଖ ଉପସ୍ଥିତ ଥିଲେ । 

ଏହି ସଚେତନ ସଭା,ଜଙ୍ଗଲ ବିଭାଗ ,(ପି- ଏନ.ଜି.ଓ) ଗ୍ରାମ୍ୟ ବିକାଶ ସଙ୍ଗଠନ ଓ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ  ଆସନ୍ତା ମଇ ମାସ ପର୍ଯନ୍ତ ନିୟମିତ ଭାବରେ ଚାଲିବ ବୋଲି ବନାଞ୍ଚଳ ଅଧିକାରୀ ଶ୍ରୀଯୁକ୍ତ ଦାସ ସୂଚନା ଦେଇଛନ୍ତି l

ମ. ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ପ୍ରଥମ ଜିଲ୍ଲା ସ୍ତରୀୟ ଲୋକ ଅଦାଲତ-୨୦୨୩, ୧୯୪ ଟି ମାମଲା ଫଇସଲା

Sunil Chandra Nayak

ସଟ ସର୍କିଟରେ ଜଳି ଗଲା ମିକ୍ସଚର୍ ଫ୍ୟାକ୍ଟ୍ରି :୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ସାମଗ୍ରୀ ଜଳି ପାଉଁଶ

masiha

ବର୍ଷାର ଅପେକ୍ଷାରେ ପଡୁଚାଷ କରୁଥିବା ଚାଷୀ 

masiha

Leave a Comment

error: Content is protected !!