ମ.ରାମପୁର,୨୩/୨:(ମସୀହା) କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ମ. ରାମପୁର ବନାଞ୍ଚଳ ର ରାମୁଡ,ମୋହନଗିରି ସେକ୍ସନ ଡୁଟ୍ଟାମୁଣ୍ଡା ଓ ଟାପରେଙ୍ଗ ତିନି ଗୋଟି ବନ ସଂରକ୍ଷଣ ସମିତି ରେ ସଭାପତି ରାଧେଶ୍ୟାମ ପୋଢ଼, ଭୁବନେଶ୍ୱର ଭୋଇ ଓ ଗୌରାଙ୍ଗ ପାତ୍ର ଙ୍କ ସଭାପତିତ୍ୱ ରେ ଏହି ଗ୍ରୀଷ୍ମ ଋତୁ ରେ ଜଙ୍ଗଲ ଓ ବନ୍ୟ ଜନ୍ତୁ ଙ୍କୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ସଚେତନତା ସଭା ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ମ. ରାମପୁର ବନାଞ୍ଚଳ ଅଧିକାରୀ ଅସିତ କୁମାର ଦାସ ଉପସ୍ଥିତ ରହି ଜଙ୍ଗଲ ରେ ନିଆଁ ଲାଗିବାରକାରଣ ,ନିରାକରଣ ,ଜନସାଧାରଣ ଙ୍କ ଦାୟିତ୍ୱ ଉପରେ ବୁଝେଇବା ସହ ଗ୍ରାମବାସୀ ଓ ଜଙ୍ଗଲ ବିଭାଗର ମିଳିତ ଉଦ୍ୟମରେ ଏହି ବର୍ଷ ଜଙ୍ଗଲ କୁ ନିଆଁ ଦାଉରୁ ରକ୍ଷା କରିବା ଉପରେ ପରାମର୍ଶ ଦେଇଥିଲେ । ଉପସ୍ଥିତ ଗ୍ରାମବାସୀ ମିଳିତ ଭାବରେ ଶପଥ ପାଠ କରିଥିବା ବେଳେ ଏହି କାର୍ଯ୍ୟକ୍ରମ କୁ ଆମ ଜଙ୍ଗଲ ଯୋଜନା ଦଳପତି ପ୍ରଦିପ କୁମାର ସାହୁ ପରିଚାଳନା କରିଥିଲେ ଓ ମ. ରାମପୁର ବନପାଳ ରମେଶ ଚନ୍ଦ୍ର ବାଗ ସଚେତନ ର ବାର୍ତା ଓ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ବନରଖି ବାଳକୃଷ୍ଣ ଜାଲ, ବନବାସ ଶବର , ମଧୁସ୍ମିତା ଭୋଇ ,ସବିତା ଘୋଷ ,ବିକାଶ ଅଧିକାରୀ କୁନୁ ଛାତ୍ରୀଆ, ସଦାନନ୍ଦ ପଧାନ ,ଭୋଜରାଜ ସାହୁ , ଏନିମେଟର ଶେସଦେବ ରଣା, ହରିଶ୍ଚନ୍ଦ୍ର ମାଝୀ, ପ୍ରତାପ କୁମରା , ବନକର୍ମଚାରୀ ତୁଳସିରାମ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ସଚେତନ ସଭା,ଜଙ୍ଗଲ ବିଭାଗ ,(ପି- ଏନ.ଜି.ଓ) ଗ୍ରାମ୍ୟ ବିକାଶ ସଙ୍ଗଠନ ଓ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଆସନ୍ତା ମଇ ମାସ ପର୍ଯନ୍ତ ନିୟମିତ ଭାବରେ ଚାଲିବ ବୋଲି ବନାଞ୍ଚଳ ଅଧିକାରୀ ଶ୍ରୀଯୁକ୍ତ ଦାସ ସୂଚନା ଦେଇଛନ୍ତି l