ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁରେ ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଯୋଗଦାନ ରେ ଖୁସିର ମାହୋଲ 

ଡାବୁଗାଁରେ ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଯୋଗଦାନ ରେ ଖୁସିର ମାହୋଲ 

ନବରଙ୍ଗପୁର:(୨୫ |୯)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକରେ ଶୁବେନ କୁମାର ମଣ୍ଡଳ ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ଆଜି କାର୍ଯ୍ୟରେ ଯୋଗ ଦାନ କରିଛନ୍ତି l ଗତ ମାସରେ ଡାବୁଗାଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶିବ ଶଙ୍କର ମଣ୍ଡଳ ଅବସର ଗ୍ରହଣ କରିଥିବା ବେଳେ ଉକ୍ତ ପଦବୀ ଖାଲି ପଡିଥିଲା lଶୁବେନ କୁମାର ମଣ୍ଡଳ ଚନ୍ଦାହାଣ୍ଡି ବ୍ଳକର ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କୁ ଡାବୁଗାଁ ବ୍ଲକରେ ଶିକ୍ଷା ବିଭାଗ ତରଫରୁ ଅତିରିକ୍ତ ଦାୟିତ୍ଵ ଦିଆଯାଇଛି l ଆଜି ଡାବୁଗାଁ ବ୍ଲକରେ ଶ୍ରୀ ମଣ୍ଡଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିବା ସମୟରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଭାଗବାନ ମାଝୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ସାହୁ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଗୁପ୍ତେ ପ୍ରସାଦ ନାଗ, ପ୍ରସନ୍ନ କୁମାର ଦଣ୍ଡସେନା, ଧନଞ୍ଜୟ ବଡ ଜେନା, ହେମେନ୍ଦ୍ର ନାଥ ବେହେରା, ହେମନ୍ତ କୁମାର ପଣ୍ଡା,ଗୀତାଞ୍ଜଳି ବସ୍ତିଆଙ୍କ ସହିତ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ବୃନ୍ଦ ଫୁଲତୋଡ଼ା ଦେଇ ସ୍ଵାଗତ କରି ଖୁସିର ମାହୋଲ ସୃଷ୍ଟି ହୋଇଥିଲା।

ମସିହା ନିୟୁଜ୍ ସର୍ଭିସ୍ 

Related posts

ବିଷମ କଟକ ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

Sunil Chandra Nayak

ଆଗଲପୁର ରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ           

masiha

ଖଡ଼ିଆଳ ସଂସ୍କୃତି ଅନୁଷ୍ଠାନ ରପ୍ରତିଷ୍ଠା ଦିବସ ସହ ନୁଆଁଖାଇ ଭେଟଘାଟ ପାଳିତ

masiha

Leave a Comment

error: Content is protected !!