ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୨ ନମ୍ବର ଜୋନ୍ ସରପଞ୍ଚ ସଂଘର ୭ ତମ ବୈଠକ ଅନୁଷ୍ଠିତ

ଥୁଆମୂଳ ରାମପୁର: ୦୬/୦୭ – (ମନିସ):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସରପଞ୍ଚ ସଂଘ ପକ୍ଷରୁ ୨ ନମ୍ବର ଜୋନ୍ ର ୧୨ ଗୋଟି ପଞ୍ଚାୟତ ର ସରପଞ୍ଚ ମାନଙ୍କୁ ନେଇ ଗତ କାଲି ତା.୦୫/୦୭/୦୨୩ ରିଖ ଦିନ ଗୁଣୁପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତି ସୁଜାତା ମାଝୀଙ୍କ ନେତୃତ୍ଵରେ ଗୁଣୁପୁର ପଞ୍ଚାୟତ ସଭା ଗୃହ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ୨ ନମ୍ବର ଜୋନ୍ ର ଜିଲ୍ଲାପରିଷଦ ସଭ୍ଯା ଶ୍ରୀମତୀ ଟୁନି ଖୋସ୍ଲା ଯୋଗଦେଇଥିଲେ।

ସଭା ପରିଚାଳନାରେ ଥୁଆମୂଳ ସରପଞ୍ଚ ତଥା ସରପଞ୍ଚ ସଂଘ ସଭାପତି ଶ୍ରୀ ବଳଭଦ୍ର ଜାନୀ ସଭାର ଶୁଭାରମ୍ଭ କରିବା ସହ ସମସ୍ତଙ୍କୁ ସ୍ବାଗତ ଜଣେଇ ନିଜ ଅବିଭାଷଣରେ ଆବାସ ଯୋଜନା ର ହିତାଧିକାରୀଙ୍କର ଚୟନ ଠାରୁ ଆରମ୍ଭ କରି ଯେକୌଣସି ଚୟନ କରିବା କ୍ଷମତା ଗ୍ରାମ ପଞ୍ଚାୟତ ସରପଞ୍ଚ ମାନଙ୍କ ଠାରେ ଫେରାଇ ଆଣିବା ସହିତ ଗ୍ରାମ ପଞ୍ଚାୟତ ଗୁଡିକରେ ଆସୁଥିବା SFC Fund କୁ ଆହୁରି ବୃଦ୍ଧି କରାଯିବା ପାଇଁ ଜିଲ୍ଲାପାଳଙ୍କ ଜିଲ୍ଲା ସ୍ତରୀୟ ସଭାରେ ପ୍ରସ୍ତାବ ଆଗତ କରନ୍ତୁ ବୋଲି ନିବେଦନ କରିଥିଲେ। ଏହାଛଡା କାର୍ଯ୍ଯରେ ଅବହେଳା କରୁଥିବା ଗ୍ରାମ ରୋଜଗାର ସେବକ ମାନଙ୍କ ସ୍ଥାନାନ୍ତରିତ କରିବା ବିଷୟରେ ମଧ୍ୟ ସେ ପ୍ରକାଶ କରିବା ପରେ ଶ୍ରୀମତୀ ଖୋସ୍ଲା ନିଜ ଅବିଭାଷଣ ରେ କହିଥିଲେ ଯେ ଗ୍ରାମ ଅଞ୍ଚଳ ମାନଙ୍କୁ ଉନ୍ନତି କରଣ ନିମନ୍ତେ ସରପଞ୍ଚ ମାନଙ୍କ ଯେକୌଣସି ସମସ୍ୟାର ସମାଧାନ ପାଇଁ ସହଯୋଗର ହାତ ବଢାଇବାକୁ ପ୍ରତିଶୃତି ଦେଇ ନୂତନ ନରେଗା କାର୍ଯ୍ୟ ଗୁଡ଼ିକର ଯଥାକ୍ରମେ ମଞ୍ଜୁର କରିବା ଦିଗରେ ଚେଷ୍ଟା କରାଯିବ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ଏବଂ ସରପଞ୍ଚ ମାନଙ୍କ ସହିତ ସିଧାସିଳଖ ଆଲୋଚନା କରିଥିବା ସମୟରେ ପ୍ରଥମେ କିଆପଦର ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀଯୁକ୍ତ ଲକ୍ଷୀଧର ମାଝୀ ନିଜ ଗ୍ରାପଞ୍ଚାୟତ ର ସମସ୍ୟା ଗୁଡିକ ଉପରେ ମତ ରଖିଥିବା ବେଳେ ବରିଷ୍ଠ ସରପଞ୍ଚ ଶ୍ରୀଯୁକ୍ତ ବିଶ୍ବ ମାଝୀ, ତଲଆମପଦର୍ ସରପଞ୍ଚ ପ୍ରକାଶ ମାଝୀ, ରାମପୁର ସରପଞ୍ଚ ଶ୍ରୀମତୀ ବିଜୟା ମାଝୀ, କାଣିଗୁମା ସରପଞ୍ଚ ଧୃବକାନ୍ତ ମାଝୀ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମତ ରଖି ଆଗାମୀ ଦିନରେ କେଉଁଭଳି ଭାବରେ ସଂଘକୁ ମଜବୁତ କରାଯିବ ସେନେଇ ଆଲୋଚନା କରିଥିଲେ।   

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

Waltair Division Holds Divisional Committee Meeting of Hon’ble MPs at Visakhapatnam

Sunil Chandra Nayak

ସ୍ବତନ୍ତ୍ର ସଘନ ସଂଶୋଧନ ସମ୍ପର୍କିତ ସର୍ବଦଳୀୟ ବୈଠକ ବୁଥ୍ ସ୍ତରୀୟ ଏଜେଣ୍ଟଙ୍କ ତାଲିକା ଦେବା ପାଇଁ ରାଜନୈତିକ ଦଳଙ୍କୁ ଅନୁରୋଧ 

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ  ମଧୁସୂଦନ ଥିଲେ ଓଡ଼ିଶାର ପ୍ରଥମ ସ୍ୱପ୍ନଦ୍ରଷ୍ଟା

masiha

Leave a Comment

error: Content is protected !!