ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେନ୍ତୁଳିଖୁଣ୍ଟି ବ୍ଲକର  ଗୌରବ ଆଣିଥିବା ବିଶ୍ଵଜିତ କୁ ସମ୍ବର୍ଦ୍ଧନା

ତେନ୍ତୁଳିଖୁଣ୍ଟି ୦୨/୦୮/୨୩// ଓଡିଶା ସିଭିଲ ସର୍ଭିସ ଫଳାଫଳରେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଳକର ବିଶ୍ୱଜିତ କର୍କରା ୨୮୯ ନମ୍ବର ରେଙ୍କ ରଖି ଓଡିଶା ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହୋଇଛନ୍ତି। ଏହା ନବରଙ୍ଗପୁର ଜିଲ୍ଲା  ତଥା ତେନ୍ତୁଳିଖୁଣ୍ଟି ବ୍ଲକ ପାଇଁ ଗର୍ବ ଓ ଗୌରବର ବିଷୟ। ବର୍ତ୍ତମାନ ବିଶ୍ଵଜିତ ଙ୍କ ପାଖକୁ  ବିଭିନ୍ନ ସମାଜିକ ଅନୁଷ୍ଠାନ   ବ୍ୟକ୍ତି ସମୂହ ଓ ବିଭିନ୍ନ ସାମାଜିକ ଗଣ ମାଧ୍ୟମ ଗ୍ରୁପ ରୁ  ଶୁଭେଚ୍ଛା  ର ସୁଅ ଛୁଟିବା ସହ  ବିଶ୍ଵଜିତ  ଆଜି ନିଜ ଗାଁ କୁ ଭୁବନେଶ୍ୱର ରୁ ଫେରିବାରୁ ଗ୍ରାମବାସୀ ସହ ବିଶ୍ୱ ଜିତ ର ବନ୍ଧୁବାନ୍ଧବ ଆଜି ବାଜାବଜେଇ ନାଚ ଗୀତରେ ଗାଁ ପରିକ୍ରମା କରାଇ ତାଙ୍କ ଘରକୁ ଛାଡିଥିଲେ। ବିଗତ ଦିନରେ ଏହି ବ୍ଳକର  କୁକୁଡା ବାଇ ର ନରେନ୍ଦ୍ର ନାୟକ ଙ୍କ ପରେ  ତେନ୍ତୁଳିଖୁଣ୍ଟି ବ୍ଲକ ପାଇଁ ଦ୍ଵିତୀୟ ବ୍ୟକ୍ତି ଓଡିଶା ପ୍ରଶାସନିକ ସେବା ପରୀକ୍ଷା ରେ କୃତିତ୍ୱ  ହାସଲ କରିଛନ୍ତି। କୁର୍ମାକୋଟ ନିବାସୀ ବିଶ୍ଵଜିତ ଙ୍କ ବାପା ନବୀନ କର୍କରା ଜଣେ ଛୋଟ ଚାଷୀ। ବିଶ୍ଵଜିତ କହିଛନ୍ତି ଯେ ମୋ ଦାଦା ପ୍ରଫୁଲ୍ଲ କର୍କରା ଙ୍କ ପରାମର୍ଶ ଓ ପ୍ରେରଣା ଯୋଗୁଁ ଏହି ସଫଳତା ପାଇଛି ଏବଂ ସୁଯୋଗ ମିଳିଲେ ଅଞ୍ଚଳ ରେ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ଉନ୍ନତି ପାଇଁ ଗୁରୁତର ସହ କାମ କରିବି ବୋଲି କହିଛନ୍ତି।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

ଏନଏସି ଦୋକାନ ଭଡ଼ା ବୃଦ୍ଧି ପ୍ରତିବାଦରେ ଦାବିପତ୍ର

Sunil Chandra Nayak

ଅମଲା ସଂଘର କଳା ଵ୍ଯାଜ୍ ପରିଧାନର ଅନ୍ତିମ ଦିବସରେ ସରକାରଙ୍କ ନିଦାବିଷ୍ଣୁ ନେଇ ଅସନ୍ତୋଷ; ଆସନ୍ତାକାଲି ଠାରୁ ସମୂହ ଛୁଟିରେ ଯିବେ ! 

ଫୁଲବାଣୀ ପୋୖର ପରିଷଦ ପାଣ ସମାଜ ଗଠିତ

Sunil Chandra Nayak

Leave a Comment

error: Content is protected !!