ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲଗାଣ ବର୍ଷା ରେ ଗଛପଡି ସମ୍ପୂର୍ଣ ଘର ଭାଙ୍ଗି ନଷ୍ଟ  , ଅଳ୍ପକେ ବର୍ତ୍ତିଗଲେ ପରିବାର ଲୋକେ 

ପାପଡାହାଣ୍ଡି ,2/08, ମନିସ – ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅଂଚଳରେ ଲଗାଣ ବର୍ଷା ଯୋଗୁଁ ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ନାକଟିଗୁଡା ପଂଚାୟତ ର ମିଞ୍ଜା ଗ୍ରାମରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି | ଏହାର ପ୍ରଭାବରେ ବିରାଟକାୟ ତେନ୍ତୁଳି ଗଛ ପଡି ଘରଟି ସମ୍ପୂର୍ଣ ଭ|ଙ୍ଗି ଯାଇଥିବା ବେଳେ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି ପରିବାର | ସୂଚନା ମୁତାବକ ଗତ 2ଦିନ ହେବ ପାପଡାହାଣ୍ଡି ବ୍ଲକ ଅଂଚଳରେ ଲଗାଣ ବର୍ଷା ଯୋଗୁଁ ମିଞ୍ଜା ଗ୍ରାମରେ ବସବାସ କରୁଥିବା ଦୟମତି ବିଶୋଇ ଙ୍କ ଘର ଉପରେ ନିକଟରେ ଥିବା ଏକ ବିରାଟକାୟ ତେନ୍ତୁଳି ଗଛ ପଡିଯିବା ଫଳରେ ଗୃହ ଟି ସମ୍ପୂର୍ଣ ଭାଙ୍ଗି ଯାଇଥିଲା,ଭାଗ୍ୟ ବଶତଃ ଗଛ ପଡିବା ବେଳକୁ ପରିବାର ଲୋକେ କେହି ଘରେ ନଥିଲେ | ଦିନ 12 ଘଣ୍ଟା ସମୟରେ ଦୟମତି ବିଶୋଇ ଅଙ୍ଗନବାଡିରେ ରୋଷେଇ ପାଇଁ ଯାଇଥିବା ସମୟରେ ତେନ୍ତୁଳି ଗଛଟି ପଡି ଘର ନଷ୍ଟ ହୋଇଯାଇଥିଲା | କାନ୍ଥ ସହ ଛାତ ଭାଙ୍ଗି ଯାଇଥିଲା | ଖବର ପାଇ ଜିଲ୍ଲା ଜରୁରୀ କାଳିନ ଅଧିକାରୀପି ମନସ୍ମିତା,ଜରୁରୀ କାଳିନ ପ୍ରକଳ୍ପ ଅଧିକାରୀ ହିମାଂଶୁ ଶେଖର ପଟନାୟକ ,ତହସିଲଦାର ଯୋଗେଶ୍ୱର ଭୋଇ,ବରିଷ୍ଠ ରାଜସ୍ୱ ସହାୟକ ତ୍ରିପତି ବାଲାଜୀ ସାହୁ, ପାପଡାହାଣ୍ଡି ବ୍ଲକ ଉପାଧକ୍ଷ ସୁଶାନ୍ତ କୁମାର ବେହେରା ପ୍ରମୁଖ ମିଞ୍ଜାରେ ପହଁଚି ପରିବାରକୁ ସ୍ଥାନୀୟ ଅଙ୍ଗନବାଡିରେ ସ୍ଥାନାନ୍ତର କରିବା ସହ ପଲିଥିନ ଦେଇଥିଲେ | ରାଜସ୍ୱ ନିରୀକ୍ଷକଙ୍କ ତଦନ୍ତ ପରେ ସରକାରି ସହାୟତା ପ୍ରଦାନ କରାଯବ ବୋଲି କହିଛନ୍ତି | ଅଗ୍ନିଶମ ବିଭାଗ ପହଁଚି ଘର ଉପରୁ ଗଛ ଟିକୁ କାଟିଛନ୍ତି | ଅଗାମି ଦିନରେ ଯାହା ସରକାରି ସହାୟତା ରହିଛି ପ୍ରଦାନ କରାଯିବ ବୋଲି ଉପାଧକ୍ଷ ସୁଶାନ୍ତ ବେହେରା ପ୍ରତିଶୃତି ଦେଇଛନ୍ତି |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଶରଣ ଶ୍ରୀକ୍ଷେତ୍ର ଠାରେ ନବ ନିର୍ମିତ ଶ୍ରୀଜଗନ୍ନାଥଙ୍କ ଭବ୍ୟମନ୍ଦିର ପ୍ରତିଷ୍ଠା ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

Sunil Chandra Nayak

ମାଟିଘର ସାହିତ୍ୟ ଚର୍ଚ୍ଚା

ସମ୍ବଲପୁରୀ କଲା ସଂସ୍କୃତି ଅନୁଷ୍ଠାନ ତରଫରୁ ନୁଆଁଖାଇ ଭେଟଘାଟ ୨୦୨୬ 

Sunil Chandra Nayak

Leave a Comment

error: Content is protected !!