ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଙ୍ଗଲ ନିଆଁ ନିୟନ୍ତ୍ରଣ ଓ ପ୍ରତିକାର କୁ ନେଇ ଜନସଚେତନତା

ଜଙ୍ଗଲ ନିଆଁ ନିୟନ୍ତ୍ରଣ ଓ ପ୍ରତିକାର କୁ ନେଇ ଜନସଚେତନତା

ରାୟଗଡ଼ା : ରାୟଗଡ ବନଖଣ୍ଡ କଲ୍ୟାଣ ଣ ସିଂହପୁର ବନାଞ୍ଚଳ ସିକରପାଇ ସେକସନ୍ ପକ୍ଷରୁ ଚଳିତ ଅଗ୍ନି ବନ୍ୟଜନ୍ତୁ ନିୟନ୍ତ୍ରଣ ଓ ପ୍ରତିକାର କୁ ନେଇ ଏକ ଜନସଚେତନତା କାର୍ଯ୍ୟକ୍ରମ ରେଗାଡଗୁଡା ଓ କୋତାଗୁଡା ଗ୍ରାମର ସଦସ୍ୟାମାନଙ୍କ ମଧ୍ୟରେ ଅନୁଷ୍ଠିତ କରାଯାଇଛି ଏହି ସୋଚତନା ସିବିର ପ୍ରଦୀପ କୁମାର ଜେନା ଙ୍କ ଦ୍ୱାରା ଆୟୋଜିତ କରାଯାଇଥିଲା ଏହି ଜନସଚେତନତା କାର୍ଯ୍ୟକ୍ରମକୁ ଫରେଷ୍ଟର ପ୍ରଦୀପ କୁମାର ଜେନା ଦୁଇ ଗାଁ ଲୋକଙ୍କୁ ଅନେକ ସମସ୍ୟା ନେଇ ଆଲୋଚନା କରିବା ସହ ଜଙ୍ଗଲ ରେ ନିଆଁ ନ ଲଗାଇବା ଓ ବନ୍ୟ ଜନ୍ତୁଙ୍କୁ କିପରି ସଂରକ୍ଷଣ କରିବା ପ୍ରତି ସଚେତନତା କରିଥିଲେ। ସେହିପରି ବନ୍ୟଜନ୍ତୁମାନଙ୍କୁ ନିଆଦାଉରୁ ସୁରକ୍ଷା ଦେବା ଓ ଜଙ୍ଗଲରେ ନିଆକୁ କେମିତି ଆୟତ କରାଯିବ ସେସମ୍ପର୍କରେ ମଧ୍ୟ ପ୍ରଦର୍ଶନ କରିଥିଲେ। ଜଙ୍ଗଲରେ ନିଆଁ ଲଗାଇ ନଷ୍ଟ କଲେ ଆମ ଦୈନନ୍ଦିନ ଜୀବନରେ କୀ ପ୍ରକାର ପ୍ରଭାବ ପଡିବ, ଜଳବାୟୁ କିଭଳି ପ୍ରଭାବିତ ହେବ, ଚାଷ ପ୍ରତି କିଭଳି ପ୍ରଭାବ ପଡିବ, ଏଭଳି ଅନେକ ଚେତନା ମୂଳକ ବାର୍ତ୍ତା ଦେଇଥିଲେ। ରେଗାଲଗୁଡା ଓ କୋତାଗୁଡା ଗାଁ ପାଖାପାଖୂ ଅଞ୍ଚଳର ଶହ ଶହ ମହିଳା ଓ ପୁରୁଷମାନେ ଏହି ଜନସେତନା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଓ ଦୁଇ ଗାଁ ମଧ୍ୟରେ ବୋହୁଦିନ ର ସମସ୍ୟା ଗୁଡାକ ମଧ୍ୟ ଏହି ସଚେତନା କାର୍ଯ୍ୟକ୍ରମ ରେ ସମାଧାନ ହୋଇପାରିଲା।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

 

 

Related posts

କେରଳା ପବ୍ଲିକ ସ୍କୁଲ ୨୦୨୪-୨୫ ଶିକ୍ଷା ବର୍ଷ ଦଶମ ଶ୍ରେଣୀ (ICSE)ପରୀକ୍ଷା ଫଳ ପ୍ରକାଶିତ 

masiha

କୋଏଲ ବିଦ୍ୟାପୀଠ ରେ ଓଡ଼ିଆ ଭାଷା ବିକାଶ ମଞ୍ଚର  କବିବର ରାଧାନାଥ ରାୟଙ୍କ ଜୟନ୍ତୀ ପାଳିତ 

masiha

ବିଧାୟକ ଦ୍ବାରା ରାସନକାର୍ଡ, ଆବାସ ଗୃହ, ମୋବାଇଲ ଫୋନ ବଣ୍ଟନ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!