ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେରେସିଂହା କଲେଜ୍ ରେ ବିଦାୟ ସମ୍ବର୍ଦ୍ଧନା ଉତ୍ସବ

ତେରେସିଂହା କଲେଜ୍ ରେ ବିଦାୟ ସମ୍ବର୍ଦ୍ଧନା ଉତ୍ସବ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୨ୟ ବର୍ଷ କଳା ଛାତ୍ରଛାତ୍ରୀ ମାନଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ କଲେଜ ର ସଭାପତି ମୁରଲୀଧର ରଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କ ଚାରିତ୍ରିକ ବୋଧ ଉପରେ ଗୁରୁତ୍ୱାରୋପ କରିଥିଲେ l ଏଥିରେ ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଗୋଷ୍ଠୀ ସହ ଶିକ୍ଷାଅଧିକାରୀ ହୃଷିକେଶ ସାହୁ ଯୋଗ ଦେଇଥିଲେ l କଲେଜ ଅଧ୍ୟକ୍ଷ ଜୟନ୍ତ ବାଗ ସଭାପତିତ୍ଵ କରିଥିବା ବେଳେ ଇଂରାଜୀ ଅଧ୍ୟାପକ ମୁକେଶ ବହିଦାର ମଞ୍ଚ ପରିଚାଳନା କରିଥିଲେ l ଅର୍ଥ ଶାସ୍ତ୍ର ଅଧ୍ୟାପିକା ସୁଶ୍ରୀ ଶୁଭସ୍ମିତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l କ୍ରୀଡା ପ୍ରତିଯୋଗିତା ରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ l ଏଥିରେ ଇତିହାସ ଅଧ୍ୟାପକ ଆଭାସ ଚନ୍ଦ୍ର ଆଚାର୍ଯ୍ୟ, ଶିକ୍ଷା ଅଧ୍ୟାପକ ସୁବ୍ରତ ରଣା, ଦେବେନ୍ଦ୍ର ରଣା, ଡୋଳାମଣି ଗହୀର, ରାଧା ମୋହନ ଗହୀର, ତପବନ୍ତ ଗହୀର ପ୍ରମୁଖ ସହଯୋଗ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଶବ ରଖି ଥାନା ସମ୍ମୁଖରେ ଧାରଣା 

masiha

ଅପରେସନ ସିନ୍ଦୂର ପରାକ୍ରମ ତ୍ରିରଙ୍ଗା ବାଇକ୍ ଶୋଭାଯାତ୍ରାରେ ପ୍ରକମ୍ପିତ ହେଲା ଧର୍ମଗଡ ବ୍ଲକ ଅଞ୍ଚଳ 

masiha

ନୀଲମ ଫାଉଣ୍ଡେସନର ତୃତୀୟ ପ୍ରତିଷ୍ଠା ଦିବସ 

masiha

Leave a Comment

error: Content is protected !!