ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦାଦପୁର ଦଧିବାମନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ-ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ 

ଦାଦପୁର ଦଧିବାମନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ-ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ 

ନର୍ଲା:(ମନିସ ) ଦାଦପୁର ଦଧିବାମନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ -ଓ-ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

 ବିଦ୍ୟାଳୟର ପ୍ରଧାନଶିକ୍ଷକ ସଂଜୀବ କୁମାର ଶର୍ମା ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନ ସରପଞ୍ଚ ମାର୍କଣ୍ଡ ପଶାୟତ, ସଭାପତି ପୁରାତନ ଛାତ୍ର ସଂସଦ ଦେବାର୍ଚ୍ଚନ ପଧାନ, ସରପଞ୍ଚ ଶ୍ରୀମତୀ ଗୀତାଞ୍ଜଳି ସାହୁ, ପୂର୍ବତନ ପ୍ରଧାନଶିକ୍ଷକ ମୀନକେତନ ବିଶ୍ଵାଳ, ସଭାପତି କୃଷି ସମବାୟ ସମିତି ଦାଦପୁର ଟିକେଲାଲ୍ ସାହୁ, ପଞ୍ଚାୟତ ସମିତି ସଭ୍ୟ ଶ୍ରୀମତି ନୀଳେନ୍ଦ୍ରି ଝାଙ୍କର, ସଭାପତି ବିଦ୍ୟାଳୟ ପରିଚାଳନା କମିଟି ନିରଞ୍ଜନ ମାଝି, ରାଧେଶ୍ୟାମ ବାରିକ ଓ ପୁରାତନ ଛାତ୍ର ପୁରନ୍ଦର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପୁଷ୍ପେନ୍ଦ୍ର ସିଂ ଦେଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୂତନଗୃହ ନିର୍ମାଣ ନିମନ୍ତେ ଭୂମିପୂଜନ କରିଥିଲେ।

ଦୀପକ ଠାକୁର /ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

 

Related posts

ଜୁନାଗଡ଼ ରେ ରକ୍ଷା ବନ୍ଧନ ଓ ନିଶା ନିବାରଣ ବ୍ରତ ପାଳନ 

masiha

ବିକଶିତ ଭାରତ ଯୁବ ସଂସଦ କାର୍ଯ୍ୟକ୍ରମ ପାଇଁ ସାମ୍ବାଦିକ ସମ୍ମିଳନୀ

masiha

ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ବିଦ୍ୟାଳୟର ଗସ୍ତ ସହ ଖେଳ ପଡ଼ିଆ ପାଇଁ ଜମି ଚିହ୍ନଟ

Sunil Chandra Nayak

Leave a Comment

error: Content is protected !!