ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହାତ୍ମାଗାନ୍ଧୀ ଇଣ୍ଟର୍ ନେସନାଲ ପବ୍ଲିକ ସ୍କୁଲରେ ଅଷ୍ଟମ ବର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ

ମହାତ୍ମାଗାନ୍ଧୀ ଇଣ୍ଟର୍ ନେସନାଲ ପବ୍ଲିକ ସ୍କୁଲରେ ଅଷ୍ଟମ ବର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ

ଗୁଣୁପୁର – ରାୟଗଡ ଜିଲ୍ଲା ଗୁଣପୁର ସଦର ମହକୁମା ସ୍ଥିତ ସ୍ଥାନୀୟ ରାମେଶ୍ବର ନଗର ସ୍ଥିତ ମହାତ୍ମା ଗାନ୍ଧୀ ଇଂଟର ନେସନାଲ ପବ୍ଲିକ ସ୍କୁଲ୍ରର ଅଷ୍ଟମ ବାର୍ଷିକ କ୍ରୀଡ଼ା ମହୋତ୍ସବ ଗୁରୁବାର ଦିନ ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ଉଦଘାଟିତ ହୋଇ ଯାଇଛି । ଏହି ଉତ୍ସବରେ ଗୁଣୁପୁର ଆଦର୍ଶ ଥାନା ର ଆଈ ଆଈ ସି ଉତ୍ତମ କୁମାର ସାହୁ ମୂଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଅବସର ପ୍ରାପ୍ତ ଗୁଣୁପୁର ମହାବିଦ୍ୟାଳୟ ର କ୍ରୀଡ଼ା ଅଧ୍ୟାପକ ଶ୍ରୀ ଦେବ ପ୍ରସାଦ ପାଢ଼ୀ ସମ୍ମାନୀୟ ଅତିଥି ରୂପେ ଯୋଗ ଦେଇ ଏହି କ୍ରୀଡ଼ା ଉତ୍ସବକୁ ଉଦ୍‌ଘାଟନ କରିଥିଲେ । ବିଦ୍ୟାଳୟର ପରିଚାଳନା କମିଟି ପକ୍ଷରୁ ଶ୍ରୀଯୁକ୍ତ ରାଜେଶ କୁମାର ପଣ୍ଡା, ବ୍ରଜ ସୁନ୍ଦର ପାଢ଼ୀ, ସନ୍ତୋଷ କୁମାର ଗୁରୁ ଓ ଲୋକନାଥ ମିଶ୍ର ଯୋଗ ଦେଇଥିଲେ। ଏହି ଅବସରରେ ଅଧ୍ୟକ୍ଷା ଶ୍ରୀମତୀ ମିନାକ୍ଷୀ ସାହୁ ପ୍ରଥମେ ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ତାଙ୍କ ଅଭିଭାଷଣ ରେ ପିଲାମାନଙ୍କୁ କ୍ରୀଡ଼ା ର ମହତ୍ ଉଦ୍ଦେଶ୍ୟ ବିଷୟରେ କହିଥିଲେ । ସେହିପରି ମୂଖ୍ୟ ଅତିଥି କ୍ରୀଡାରେ ଅଂଶ ଗ୍ରହଣ କରିବା ପାଇଁ ଅଭିଭାବକ ମାନେ ପିଲାମାନଙ୍କୁ ଉତ୍ସାହିତ କରିବା ଉଚିତ। ଏହା ଶାରୀରିକ ଓ ମାନସିକ ସ୍ଵାସ୍ଥ୍ୟ ପାଇଁ ନିତାନ୍ତ ଆବଶ୍ୟକ ବୋଲି କହିଥିଲେ । ବିଦ୍ୟାଳୟର ପରିଭାଷା କହିବାକୁ ଯାଇ ଛାତ୍ରଛାତ୍ରୀଙ୍କୁ କହିଥିଲେ ପାଠପଢ଼ା ସହିତ ସବୁ କ୍ଷେତ୍ରରେ ଦକ୍ଷତା ପ୍ରଦର୍ଶନ ପାଇଁ ବିଦ୍ୟାଳୟ ଏକ ପ୍ରମୁଖ ସ୍ଥାନ ଅଟେ ବୋଲି କହିଥିଲେ । ଛାତ୍ର ଛାତ୍ରୀ ମାନେ ସବୁ କ୍ଷେତ୍ରରେ ଆଗୁଆ ହେଲେ ଭବିଷ୍ୟତରେ ଦେଶ ପାଇଁ ସମ୍ମାନ ଆଣିବ । ସେହିପରି ସମ୍ମାନିତ ଅତିଥି ଶ୍ରୀଯୁକ୍ତ ପାଢ଼ୀ ପିଲାଙ୍କୁ ଖେଳ କୁଦ ର ମହତ୍ତ୍ଵ ବିଷୟରେ କହି ପିଲାଙ୍କ ତଥା ମଣିଷ ଜୀବନରେ ପ୍ରତ୍ୟେକ ବ୍ୟକ୍ତି ନିଜ ଦୈନଦିନ ଜୀବନରେ ଖେଳ ତଥା ବ୍ୟାୟାମ କରିବା ନିତାନ୍ତ ଆବଶ୍ୟକ ବୋଲି କହିଥିଲେ। ପରିଚାଳନା କମିଟି ପକ୍ଷରୁ ଶ୍ରୀଯୁକ୍ତ ରାଜେଶ କୁମାର ପଣ୍ଡା ପିଲାଙ୍କୁ ଏହି କ୍ରୀଡ଼ା ଉତ୍ସବ ପାଇଁ ଚାତ୍ର ଛାତ୍ରୀ ମାନଂକ ମନରେ ଉତ୍ସାହ ଜନ୍ମାଇବା ସହ ଶୁଭେଚ୍ଛା ଓ ଆଶୀର୍ବାଦ ଜ୍ଞାପନ କରିଥିଲେ। ଏହି ଅବସର ରେ ସ୍ଥାନୀୟ ବନ୍ଧନ ବ୍ୟାଙ୍କ୍ ପକ୍ଷରୁ ଆୟୋଜିତ ହୋଇଥିବା ଚିତ୍ର ପ୍ରତିଯୋଗୀତା ରେ କୃତୀ ଛାତ୍ର ଛାତ୍ରୀ ଙ୍କୁ ନିମନ୍ତ୍ରିତ ଅତିଥି ଙ୍କ ଦ୍ଵାରା ପ୍ରମାଣ ପତ୍ର ସହ ଉପହାର ପ୍ରଦାନ କରଯାଇଥିଲା। ଏହି ଉତ୍ସବ ତିନି ଦିନ ଧରି ଚାଲିବ ଏଵଂ ଏଥିରେ ବିଦ୍ୟାଳୟର ଅଧ୍ୟୟନରତ ନର୍ସରୀ ଠାରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ 400 ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରୁଥିବା ଅଧ୍ୟକ୍ଷା ଶ୍ରୀମତୀ ସାହୁ ପ୍ରକାଶ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମ , ଅଧ୍ୟକ୍ଷା ଶ୍ରୀମତୀ ସାହୁ ଙ୍କ ନେତୃତ୍ୱ ଓ ପ୍ରାସାସନିକ ଅଧିକାରୀ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ପାତ୍ରଙ୍କ ନିର୍ଦ୍ଦେଶ ରେ ଶିକ୍ଷକ ତପନ କୁମାର ନାୟକ, ମନସ୍ଵିନୀ ବାଉରୀ, ଅନୁରାଧା ମଣ୍ଡଳ, ସପ୍ନା ସିଂ ପ୍ରମୁଖ ମଂଚ ପରିଚାଳନା କରିଥିବା ବେଳେ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଭାଲୁ ଆକ୍ରମଣ ଜଣେ ଗୁରୁତର

Sunil Chandra Nayak

ବାଲୁଙ୍କେଶ୍ବର ଝାନ୍ସୀରାଣୀ ଗାଇଡ ବିଦ୍ୟାର୍ଥିଙ୍କ ଦ୍ବାରା ଜଳ ସେବା ଶିବିର 

masiha

ଭବାନୀପାଟଣାରେ ‘ନଶା ମୁକ୍ତ ଭାରତ ଅଭିଯାନ’ ସଚେତନତା ରାଲି 

Sunil Chandra Nayak

Leave a Comment

error: Content is protected !!