ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି:ଭିଜିଲାନ୍ସ ଜାଲରେ ବଡ କର୍ଲାକୋଟ ପଞ୍ଚାୟତର ଜିଆରଏସ 

କଳାହାଣ୍ଡି:ଭିଜିଲାନ୍ସ ଜାଲରେ ବଡ କର୍ଲାକୋଟ ପଞ୍ଚାୟତର ଜିଆରଏସ 

କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ବଡ କର୍ଲାକୋଟ ଗ୍ରାମପଞ୍ଚାୟତର ଜିଆରଏସ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି 

କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ବଡକର୍ଲାକୋଟ ପଞ୍ଚାୟତର ଜିଆରଏସ ମାର୍ଗାରେଟ ପାଣିଗ୍ରାହୀଙ୍କୁ ଲାଞ୍ଚ ନେବା ବେଳେ ଧରିଲା କଳାହାଣ୍ଡି ଭିଜିଲାନ୍ସ। ମନରେଗା କାମ ପାଇଁ ସିଲାଇଜୋର ର ବାବୁଲି ହରିଜନଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଥିବା ଜଣାଯାଇଛି।

ସୂଚନା ମୁତାବକ ଜଣାପଡିଛି ଯେ, ଏମଜିଏନଆର ଇଜିଏସ କାମ ଦେବାନେଇ ବାବୁଲି ହରିଜନଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚମାଗିଥିଲେ।ଅଭିଯୋଗ କ୍ରମେ ଆଜି ଅପରାହ୍ନ ସମୟରେ ବାବୁଲି ହରିଜନ ତାଙ୍କ ଘରକୁ ଯାଇ ୧୫୦୦୦ ଟଙ୍କା ଲାଞ୍ଚ ଦେବା ସମୟରେ ଭିଜିଲାନ୍ସ ଟିମ୍ ମାଡିବସିଥିଲା। ଟଙ୍କା ସହିତ ଜିଆରଏସ ଙ୍କୁ କାବୁ କରି ତାଙ୍କ ଠାରୁ ଟଙ୍କା ସହ ଗିରଫ କରି ଭବାନୀପାଟଣା ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇଥିବା ଜଣାପଡିଛି।ଏ ନେଇ କୋରାପୁଟ ଭିଜିଲାନ୍ସ ପି.ଏସ. କେସ ନମ୍ବର ୩୬,୨୨/୧୧/୨୦୨୩ ୟୁ./ଏସ.୭ପି, ସି. Amendment Act. ୨୦୧୮ ଅନୁଯାୟୀ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରିବା ସହ ସଂପୃକ୍ତ ଜିଆରଏସ ଙ୍କ ଘରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ କରୁଥିବା ସୂଚନା ମିଳିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ଲେଖା ନିୟନ୍ତ୍ରକ, ଓଡିଶା କାର୍ଯ୍ୟାଳୟର ପ୍ରୟାସରେ କବିସୂର୍ଯ୍ୟ ନଗରର ଅନିତାଙ୍କୁ ମିଳିଲା ନ୍ୟାୟ

Sunil Chandra Nayak

ସାମ୍ବାଦିକ ସଂଘ ଓ ବନବିଭାଗ ପକ୍ଷରୁ ବୃକ୍ଷରୋପଣ:ଯୋଗ ଦେଲେ ସାଂସଦ, ବନ ଖଣ୍ଡ ଅଧିକାରୀ ଓ ବନାଞ୍ଚଳ ଅଧିକାରୀ 

masiha

ଗୌରୀ ଶଙ୍କର ପଟ୍ଟନାୟକ ଙ୍କୁ ଗୋଲ୍ଡେନ୍ ଏଇମ୍ କନଫରେନ୍ସ ଏବଂ ଏୱାର୍ଡ ଫର୍ ଏକ୍ସଲେନ୍ସ ଏଣ୍ଡ ଲିଡରଶିପ – 2025” ପ୍ରଦାନ

Sunil Chandra Nayak

Leave a Comment

error: Content is protected !!