ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେନ୍ତୁଳୀଖୁଣ୍ଟି କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୪

ତେନ୍ତୁଳୀଖୁଣ୍ଟି କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୪

ରୁପ୍ରା /୨୬/୦୯(ପ୍ରଦୀପ ସେନାପତି )-ଭବାନୀପାଟଣା ବ୍ଲକ ଅନ୍ତର୍ଗତ ତେନ୍ତୁଳୀଖୁଣ୍ଟି କ୍ଲଷ୍ଟର ଅଧୀନ ଥୁଆପଦର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୪ ଅନୁଷ୍ଠିତ ହୋଇଯାଇଛି l କ୍ଲଷ୍ଟର ସଂଯୋଜକ ସୂର୍ଯ୍ୟ ନାରାୟଣ ମହାନ୍ତିଙ୍କ ତତ୍ୱାବଧାନ ରେ ଏବଂ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଧର୍ମେନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଜୟ କୁମାର ମାଝୀ, ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ହୃଷିକେଶ ନାଏକ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗଦୀଶ ଚନ୍ଦ୍ର ମୁଣ୍ଡ, ଭାରତୀୟ ଷ୍ଟେଟ ବ୍ୟାଙ୍କ କଲେଜ ଛକ ର ଶାଖା ପରିଚାଳକ ସୁମିତ କୁମାର ନାଗ, ସ୍ଥାନୀୟ ସରପଞ୍ଚ ଶ୍ରୀଯୁକ୍ତ ଲୋହାର ଯୋଗ ଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ କ୍ଲଷ୍ଟର ଅନ୍ତର୍ଗତ ପ୍ରଧାନଶିକ୍ଷକ ଏମ ନାଗେଶ୍ୱର ରାଓ ଦୋରା, ଅଞ୍ଜଳି ବେହେରା, ସୁନନ୍ଦା ମିଶ୍ର, ପ୍ରଶାନ୍ତ ଖମାରୀ, ସୁରେନ୍ଦ୍ର ସାହୁ, ଅବନ୍ତୀ ସାହୁ, ସୁମିତ୍ରା ଯୋଶୀ ସମେତ ଅନେକ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ, ଅଭିଭାବକ ଅଭିଭାବିକା ଉପସ୍ଥିତ ଥିଲେ l ଏଥିରେ କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ବିଭିନ୍ନ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିଲେ l କଣ୍ଠସଂଗୀତ, ପ୍ରବନ୍ଧ, ବିତର୍କ, ବକ୍ତୃତା, ଶୃତଲିଖନ ଓ ହସ୍ତାକ୍ଷର, ଏମ ଡ଼ି ଏମ ଚିତ୍ରକଳା, ଚିତ୍ରାଙ୍କନ,କୁଇଜ, ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଭୃତି ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା l ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ ମାଝିଙ୍କ ସଂଯୋଜନା ରେ ପରିଚାଳିତ ବିଭିନ୍ନ ବିଦ୍ୟାଳୟର କୁନି କୁନି ପିଲାମାନଙ୍କ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଦର୍ଶକ ମାନେ ବେଶ ଉପଭୋଗ କରିଥିଲେ l ତେବେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୪ରେ ଶ୍ରେଷ୍ଠ ବିବେଚିତ ଛାତ୍ରଛାତ୍ରୀ ଆଗାମୀ ଦିନରେ ହେବାକୁ ଥିବା ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ରେ ଯୋଗଦେବେ ବୋଲି ଜଣାପଡିଛି l ବିଭିନ୍ନ ପ୍ରତିଯୋଗିତା ଓ କାର୍ଯ୍ୟକ୍ରମ ଆୟୋଜନ ରେ ଶିକ୍ଷକ ପ୍ରତାପ ପଣ୍ଡା, ଚିନ୍ମୟ ମହାନ୍ତି, ପ୍ରଶାନ୍ତ ସାହୁ, ସୁବାଷ ତାଣ୍ଡି,ଗିରିଜା ସାହୁ,କ୍ଷୀରସିନ୍ଧୁ ନାଏକ ଶିକ୍ଷୟିତ୍ରୀ ଝରଣା ପ୍ରଧାନ, ସୁନିତା ଶତପଥୀ, ସରିତା ସେନାପତି, ଚିନ୍ମୟୀ ଦାଶ, ଲିଜାଲିନ ସାମଲ, ହରିପ୍ରିୟା ପଣ୍ଡା, ଦୀପ୍ତି ସିଂହ ପ୍ରମୁଖ ସହଯୋଗ କରିଥିଲେ l

ପ୍ରଦୀପ ସେନାପତି ଙ୍କ ରିପୋର୍ଟ୍ 

Related posts

ଗୁଲୁମି ଜଳପ୍ରପାତ ରେ ଦୁଇ ନାବାଳକ ପାଣିରେ ବୁଡି ମୃତ୍ୟୁ ଘଟିଥିବା ଘଟଣା କୁ ନେଇ ସନ୍ଦେହ ଘେରରେ ଉଭୟ ପରିବାରବର୍ଗ!

masiha

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ଅଧ୍ୟାପକଙ୍କ ସଫଳତା 

Sunil Chandra Nayak

ସଫଳ ରୂପ ନେବ କଳା, ସଂସ୍କୃତି ଓ ପର୍ଯ୍ୟଟନ ଆନ୍ଦୋଳନର ଅନ୍ତଃସ୍ୱର ସାରା ଜିଲ୍ଲାରେ ପର୍ଯ୍ୟଟନ ଆନ୍ଦୋଳନକୁ ରାହା ଦେଖାଇବ ଡଙ୍ଗରଗଡ଼ ମହୋତ୍ସବ

masiha

Leave a Comment

error: Content is protected !!