ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ୟୁଥ୍ ଫେଷ୍ଟିଭାଲ (ରାଉଫେଷ୍ଟ) ର ବିଭିନ୍ନ ପ୍ରତିଯୋଗିତା ପାଇଁ ଆହ୍ବାନ 

ରାଉରକେଲା ୟୁଥ୍ ଫେଷ୍ଟିଭାଲ (ରାଉଫେଷ୍ଟ) ର ବିଭିନ୍ନ ପ୍ରତିଯୋଗିତା ପାଇଁ ଆହ୍ବାନ 

ରାଉରକେଲା: ୪୭ ତମ ବାର୍ଷିକ ଉତ୍ସବ ପାଇଁ ଭାରତୀୟ ଯୁବ ହଷ୍ଟେଲ, ରାଉରକେଲା ଶାଖା ତରଫରୁ ବିଭିନ୍ନ ପ୍ରତିଯୋଗିତା ମାନ ଆୟୋଜନ କରିବାକୁ ଯାଉଛି। ଏଥିପାଇଁ ହଷ୍ଟେଲ ପକ୍ଷରୁ ସୂଚନା ଦିଆଯାଇ କୁହାଯାଇଛି ଯେ ଆସନ୍ତା ୩୦ ତାରିଖ ରବିବାର ଦିନ ସେକ୍ଟର ୬ ତାରା ତାରିଣୀ ମନ୍ଦିର ଠାରେ ଏକ ବେସ କ୍ୟାମ୍ପ କରାଯାଇଛି। ଏହି କ୍ୟାମ୍ପରେ ହାଇସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ସକାଳ ୭ ଟା ମଧ୍ୟରେ ଯୋଗଦେଇ ପାହାଡ ଚଢିବେ। ସେହିପରି ଅପରାହ୍ନ ୩ ଟାରେ ସେକ୍ଟର ୩, ସ୍ଥିତ ଯୁବ ହଷ୍ଟେଲ କାର୍ଯ୍ୟାଳୟ ବି/୩୫ ଠାରେ ରଙ୍ଗୋଲି ପ୍ରତିଯୋଗିତା ଗୃପ ଏ ରେ ବିଦ୍ୟାଳୟ,ଗୃପ ବି ରେ ଯୁକ୍ତ ଦୁଇ ରୁ ଉର୍ଦ୍ଧ୍ବ ଓ ଗୃପ ସି ରେ ମହିଳା ମାନେ ଅଂଶଗ୍ରହଣ କରିପାରିବେ। ଆସନ୍ତା ଡିସେମ୍ବର ମାସ ୭ ତାରିଖ ଦିନ ସକାଳ ୭ଟାରେ ସାଇକ୍ଲିଂ ପ୍ରତିଯୋଗିତା ସେକ୍ଟର ୨ ବିଜୁ ପଟ୍ଟନାୟକ ଛକରୁ ରିଂ ରୋଡ ହୋଇ ସ୍ପେଶ ଛକ ଓ ପୁଣି ସେଠାରୁ ଫେରିବ। ଏଥିରେ ସପ୍ତମ ରୁ ଦଶମ, ଯୁକ୍ତ ଦୁଇ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିପାରିବେ। ସେହିପରି ପେଣ୍ଟିଂ ପ୍ରତିଯୋଗିତା ଅପରାହ୍ନ ୩ ଟାରେ ଯୁବ ହଷ୍ଟେଲ ପରିସରରେ ଅନୁଷ୍ଠିତ ହେବ। ଏଥିରେ ବିଭିନ୍ନ ଗୃପ ଯଥା ଦ୍ବିତୀୟ ରୁ ଚତୁର୍ଥ, ପଞ୍ଚମ ରୁ ସପ୍ତମ, ଅଷ୍ଟମ ରୁ ଦଶମ ଓ ଯୁକ୍ତ ଦୁଇ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିପାରିବେ। ସେହିପରି ଡିସେମ୍ବର ୧୪ ତାରିଖରେ ମାରାଥନ୍ ପ୍ରତିଯୋଗିତା ସକାଳ ୭ ଟାରେ ସେକ୍ଟର ୨ ବିଜୁ ପଟ୍ଟନାୟକ ଛକଠାରୁ ୭/୧୭ ଆମ୍ବେଦକର ଛକ ପର୍ଯ୍ୟନ୍ତ କରାଯିବ। ଏଥିରେ ହାଇସ୍କୁଲ ଓ କଲେଜ ସ୍ତରର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିପାରିବେ। ସେହିଦିନ ପୂର୍ବାହ୍ନ ୧୧ ଟା ରେ ସାଧାରଣ ଜ୍ଞାନ ( କୁଇଜ୍) ପ୍ରତିଯୋଗିତା ସେକ୍ଟର ୫ ସ୍ଥିତ ଦୀପିକା ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଓ ଅପରାହ୍ନ ୩ ଟାରେ ସେକ୍ଟର ୩ ସ୍ଥିତ ଯୁବ ହଷ୍ଟେଲ କାର୍ଯ୍ୟାଳୟ ଠାରେ ସଂଗୀତ ପ୍ରତିଯୋଗୀତା କରାଯିବ। ଏଥିରେ ପଞ୍ଚମ ରୁ ସପ୍ତମ, ଅଷ୍ଟମ ରୁ ଦଶମ, ଯୁକ୍ତ ଦୁଇ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିପାରିବେ । ସେହିପରି ଆସନ୍ତା ଜାନୁଆରୀ ମାସ ୧୧ ତାରିଖ ରବିବାର ଦିନ ସିଭିକ ସେଣ୍ଟର୍ ଠାରେ ପୂର୍ବାହ୍ନ ୧୧ଟାରେ ନୃତ୍ୟ ପ୍ରତିଯୋଗିତା ଆୟୋଜନ କରାଯିବ। ଏହି ପ୍ରତିଯୋଗିତାରେ ବିଭିନ୍ନ ବିଭାଗ ଯଥା ପଞ୍ଚମ ରୁ ଦଶମ ଓ ଯୁକ୍ତ ଦୁଇ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିପାରିବେ। ସମସ୍ତଙ୍କୁ ୪ ମିନିଟ ସମୟ ଧାର୍ଯ୍ୟ କରାଯାଇଛି। ସୂଚନାଯୋଗ୍ୟ ଯେ ଅଂଶଗ୍ରହଣକାରୀ ଙ୍କ ପାଇଁ ୫୦ଟଙ୍କା ଦେୟ ମୂଲ୍ୟ ରଖାଯାଇଛି। ସେହିପରି ସେହି ୧୧ତାରିଖ ଦିନ ସନ୍ଧ୍ୟା ୬ ଟାରେ ସିଭିକ ସେଣ୍ଟର ଠାରେ ବାର୍ଷିକୋତ୍ସବ ପାଳନ କରାଯାଇ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବାର କାର୍ଯ୍ୟକ୍ରମ ରହିଛି। ଏସମ୍ପର୍କରେ ସର୍ବିଶେଷ ଜାଣିବା ପାଇଁ ୯୪୩୭୦୮୪୩୮୪,୯୯୩୭୩୬୮୮୩୬, ୯୪୩୯୦୩୦୯୪୨ କିମ୍ବା ୯୪୩୭୧୦୫୪୨୨ ନମ୍ବରରେ ଯୋଗାଯୋଗ କରିବା ପାଇଁ ଅନୁଷ୍ଠାନ ତରଫରୁ ଅନୁରୋଧ କରାଯାଇଛି। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମଛାକୋଟ ରେ ସାନଖେମୁଣ୍ଡି ବିଧାୟକ ଙ୍କ ଉଦ୍ଘାଟନ କାର୍ଯ୍ୟକ୍ରମ

Sunil Chandra Nayak

ଝାଡୁ କରି ପ୍ରତିବାଦ କଲେ କୋକସରା ବ୍ଲକ ଆନ୍ଦୋଳନ ରତ ଅମଲା କର୍ମଚାରୀ

Sunil Chandra Nayak

୧୫ ବର୍ଷ ଅପେକ୍ଷା ପରେବି ଆବାସ ଯୋଜନାରୁ ବଞ୍ଚିତ ଧନମତି , ଭାଙ୍ଗି ଯାଇଛି ଘର , ଅନ୍ୟ ଘରେ ଆଶ୍ରୟ ବେସାହାରା ମା ଓ ଝିଅ

Sunil Chandra Nayak

Leave a Comment

error: Content is protected !!