ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମ ପୁଲିସ ର ବୈଠକ 

ଆମ ପୁଲିସ ର ବୈଠକ 

ରାଉରକେଲା: ସେକ୍ଟର ୧୯ ଥାନା ଆମ ପୁଲିସ ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ସହ ଭାବ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସେକ୍ଟର ୧୯ ଥାନା ପ୍ରଭାରୀ ରଞ୍ଜନ କୁମାର ନାୟକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଉପସ୍ଥିତ ଆମ ପୁଲିସର ସଭ୍ୟ ମାନଙ୍କ ସହ ସାଇବର ଠକେଇ,ଥାନା ଅଧୀନରେ ଥିବା ବିଭିନ୍ନ ଅଞ୍ଚଳରେ ଚୋରି, ଡକାୟତି, ଆଇନ ଶୃଙ୍ଖଳା ପରିସ୍ଥିତି, ନିଜ ନିଜ ଅଞ୍ଚଳରେ ନୂଆ କରି ଆସୁଥିବା ବ୍ୟକ୍ତି, ସନ୍ଦେହ ଜନକ କାର୍ଯ୍ୟକଳାପ,ମଦ ଓ ଅନ୍ୟାନ୍ୟ ନିଶା ଦ୍ରବ୍ୟ କାରବାର ତଥା ବାଂଲାଦେଶୀଙ୍କ ସମ୍ପର୍କରେ ସୂଚନା ଦେବା ପାଇଁ ଅନୁରୋଧ କରିବା ସହ ସତର୍କତା ଅବଲମ୍ବନ କରିବାକୁ ମତ ରଖିଥିଲେ। ଯଦି କୌଣସି ସ୍ଥାନରେ ଅସାମାଜିକ ଯୁବକଙ୍କ କାର୍ଯ୍ୟକଳାପ ଦୃଷ୍ଟିକୁ ଆସେ ତେବେ ତୁରନ୍ତ ଥାନା ବା ୧୧୨ କୁ କଲ କରିବା ପାଇଁ ପରାମର୍ଶ ଦେଇଥିଲେ। ନିଜେ ସଚେତନ ହେବା ସହ ଅନ୍ୟମାନଙ୍କୁ ସଚେତନ କରାଇବା ପାଇଁ ଗୁରୁତ୍ୱାରୋପ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆଇଆଇସି ଶ୍ରୀ ନାୟକଙ୍କ ସହ ଏସଆଇ ରାଜେଶ କୁମାର ବେହେରା ଓ ଆମ ପୁଲିସ ତରଫରୁ ନିହାର ଦାସ, କୁଞ୍ଜବିହାରୀ ରାଉତ, ସନ୍ତୋଷ ସ୍ବାଇଁ, ଗଣେଶ ଜୟସିଂହ, ସଂଗ୍ରାମ ମହାନ୍ତି ଙ୍କ ସମେତ ବହୁ ସଦସ୍ୟ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

 

Related posts

ବରିଷ୍ଠ ନାଗରିକ ସଂଗଠନ ଜୁନାଗଡର ଦ୍ବିତୀୟ ସାଧାରଣ ବୈଠକ

ସଡ଼କ ଦୁର୍ଘଟଣାରେ ଗୁରୁତର ଦାଦନ ଶ୍ରମିକ, ଚିକିତ୍ସା ପାଇଁ ସହାୟତା ଦାବି

୪ ବିଦେଶୀ ଭାଷାରେ ଅନୂଦିତ ହେଲା କବି ଭବାନୀ ଶଙ୍କରଙ୍କ ‘ଲକଡାଉନ’ କବିତା ସଂକଳନ

Sunil Chandra Nayak

Leave a Comment

error: Content is protected !!