ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ମହାବିଦ୍ୟାଳୟରେ ଗ୍ରାମୀଣ ନବାଚର ମାଧ୍ୟମରେ ଆତ୍ମନିର୍ଭରତାର ଉତ୍ସବ

ନବରଙ୍ଗପୁର, ତା -୧୦/୦୮/୨୩-(ମସିହା)ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗର ରାଷ୍ଟ୍ରୀୟ ନବପ୍ରବର୍ତ୍ତନ ପ୍ରତିଷ୍ଠାନ ଗ୍ରାମୀଣ ନବାଚର ମାଧ୍ୟମରେ ଆତ୍ମନିର୍ଭରତାର ଉତ୍ସବ ପାଳନ ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ଅବସରରେ ନବରଙ୍ଗପୁର ମହାବିଦ୍ୟାଳୟରେ ରାଷ୍ଟ୍ରୀୟ ନବପ୍ରବର୍ତ୍ତନ ପ୍ରତିଷ୍ଠାନର ପରିଭ୍ରମଣ ଯାନ ପୂର୍ବାହ୍ନ ୧୧ଟା ରେ ପହଞ୍ଚିଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଭାସ୍କର ନାଥ ବିଶ୍ଵାଳ ପରିଭ୍ରମଣ ଯାନ କୁ ସ୍ଵାଗତ ଜଣେଇବା ସହିତ ପିଲମାନଙ୍କର ନୂତନ ସୃଜନଶୀଳ ଦକ୍ଷତା ସମ୍ପର୍କରେ କହିଥିଲେ । ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରିଣୀ ଅଧ୍ୟାପିକା ମାନସୀ ମହାପାତ୍ର ଛାତ୍ରଛାତ୍ରୀମାନଙ୍କ ନିକଟରେ ରାଷ୍ଟ୍ରୀୟ ନବପ୍ରବର୍ତନ୍ ପ୍ରତିଷ୍ଠାନର ଯୁବ ବୈଜ୍ଞାନିକମାନଙ୍କ ପରିଚୟ ପ୍ରଦାନ କରିଥିଲେ ।ଯୁବ ବୈଜ୍ଞାନିକ ସୁବ୍ରତ କୁମାର ବାରିକ ଛାତ୍ରଛାତ୍ରୀମାନଙ୍କୁ ରାଷ୍ଟ୍ରୀୟ ନବପ୍ରବର୍ତ୍ତନ ପ୍ରତିଷ୍ଠାନର କାର୍ଯ୍ୟକ୍ରମ ଓ ଗ୍ରାମୀଣ ନବଚାର ମାଧ୍ୟମରେ ଆତ୍ମନିର୍ଭରଶୀଳତା ହେବା ସମ୍ପର୍କରେ ସୂଚନା ଦେଇଥିଲେ ।ଯୁବ ଇଞ୍ଜିନିୟର ସ୍ବରାଜ ପରିଡ଼ା କହିଥିଲେ “ଆବଶ୍ୟକତା ହିଁ ଆବିଷ୍କାରର ଜନନୀ ।ତେଣୁ ଆଞ୍ଚଳିକ ସମସ୍ୟାର ସମାଧାନ ଆଞ୍ଚଳିକ ଲୋକମାନେ ହି ନିଜର ପାରମ୍ପରିକ ଓ ବୈଷୟିକ ଜ୍ଞାନ ଦ୍ଵାରା କରିପାରିବେ”।ଅନ୍ୟତମ ଯୁବ ବୈଜ୍ଞାନିକ ରାହୁଲ ପ୍ରକାଶ ପିଲାମାନଙ୍କର ନୂତନ ସୃଜନଶୀଳ ପ୍ରତିଭା ଅନ୍ୱେଷଣ କରିବା ସହିତ ବୃତ୍ତଚିତ୍ର, ପୋଷ୍ଟର ଓ ପ୍ରଦର୍ଶନୀ ମାଧ୍ୟମରେ ନୂତନ ସୃଜନଶୀଳ ପ୍ରକଳ୍ପଗଡ଼ିକ ଦେଖାଇ ଉତ୍ସାହିତ କରିଥିଲେ । ଯୁବ ବୈଜ୍ଞାନିକ ଅବିନାଶ ସାମଲ ଗ୍ରାମୀଣ ନବାଚାର ପ୍ରତିଭା ପ୍ରଦର୍ଶନ ଉତ୍ସବ ପାଳନ ପାଇଁ ନବରଙ୍ଗପୁର ମହାବିଦ୍ୟାଳୟରେ ସୁଯୋଗ ଦେଇଥିବାରୁ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମକୁ ସାମଗ୍ରିକ ଭାବରେ ରସାୟନ ବିଜ୍ଞାନର ପ୍ରାଧ୍ୟାପକ ଡି. ଗୋବିନ୍ଦା ରାଓ ସଂଯୋଜନା କରିଥିବା ବେଳେ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଜାହାଙ୍ଗୀର ମହମ୍ମଦ,ଅଧ୍ୟାପକ ପ୍ରଭଞ୍ଜନ ବେହେରା, ଅଧ୍ୟାପକ ବିନୟ କୁମାର ମାଝୀ ସହଯୋଗ କରିଥିଲେ ଏବଂ ଏହି କାର୍ଯ୍ୟକ୍ରମର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଅଧ୍ୟାପିକା ଭାନୁମତି ସାହୁକାର ,ଅଧ୍ୟାପିକା ସୁନୟନା ସମାସୀ ,ଅଧ୍ୟାପକ ପ୍ରିୟବ୍ରତ ସାହୁ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ରଥଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

masiha

ନବରଙ୍ଗପୁରରେ ପୁରାତନ ଛାତ୍ରମାନଙ୍କ ମିଳନ ଉତ୍ସବ ପାଳିତ 

masiha

ଦଳିତ ମହାସଭା ପକ୍ଷରୁ ତହସିଲଦାର ଓ ବିଡିଓ ଙ୍କୁ ଦାବିପତ୍ର ପ୍ରଦାନ 

Sunil Chandra Nayak

Leave a Comment

error: Content is protected !!