ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ମହାବିଦ୍ୟାଳୟରେ ଗ୍ରାମୀଣ ନବାଚର ମାଧ୍ୟମରେ ଆତ୍ମନିର୍ଭରତାର ଉତ୍ସବ

ନବରଙ୍ଗପୁର, ତା -୧୦/୦୮/୨୩-(ମସିହା)ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗର ରାଷ୍ଟ୍ରୀୟ ନବପ୍ରବର୍ତ୍ତନ ପ୍ରତିଷ୍ଠାନ ଗ୍ରାମୀଣ ନବାଚର ମାଧ୍ୟମରେ ଆତ୍ମନିର୍ଭରତାର ଉତ୍ସବ ପାଳନ ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ଅବସରରେ ନବରଙ୍ଗପୁର ମହାବିଦ୍ୟାଳୟରେ ରାଷ୍ଟ୍ରୀୟ ନବପ୍ରବର୍ତ୍ତନ ପ୍ରତିଷ୍ଠାନର ପରିଭ୍ରମଣ ଯାନ ପୂର୍ବାହ୍ନ ୧୧ଟା ରେ ପହଞ୍ଚିଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଭାସ୍କର ନାଥ ବିଶ୍ଵାଳ ପରିଭ୍ରମଣ ଯାନ କୁ ସ୍ଵାଗତ ଜଣେଇବା ସହିତ ପିଲମାନଙ୍କର ନୂତନ ସୃଜନଶୀଳ ଦକ୍ଷତା ସମ୍ପର୍କରେ କହିଥିଲେ । ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରିଣୀ ଅଧ୍ୟାପିକା ମାନସୀ ମହାପାତ୍ର ଛାତ୍ରଛାତ୍ରୀମାନଙ୍କ ନିକଟରେ ରାଷ୍ଟ୍ରୀୟ ନବପ୍ରବର୍ତନ୍ ପ୍ରତିଷ୍ଠାନର ଯୁବ ବୈଜ୍ଞାନିକମାନଙ୍କ ପରିଚୟ ପ୍ରଦାନ କରିଥିଲେ ।ଯୁବ ବୈଜ୍ଞାନିକ ସୁବ୍ରତ କୁମାର ବାରିକ ଛାତ୍ରଛାତ୍ରୀମାନଙ୍କୁ ରାଷ୍ଟ୍ରୀୟ ନବପ୍ରବର୍ତ୍ତନ ପ୍ରତିଷ୍ଠାନର କାର୍ଯ୍ୟକ୍ରମ ଓ ଗ୍ରାମୀଣ ନବଚାର ମାଧ୍ୟମରେ ଆତ୍ମନିର୍ଭରଶୀଳତା ହେବା ସମ୍ପର୍କରେ ସୂଚନା ଦେଇଥିଲେ ।ଯୁବ ଇଞ୍ଜିନିୟର ସ୍ବରାଜ ପରିଡ଼ା କହିଥିଲେ “ଆବଶ୍ୟକତା ହିଁ ଆବିଷ୍କାରର ଜନନୀ ।ତେଣୁ ଆଞ୍ଚଳିକ ସମସ୍ୟାର ସମାଧାନ ଆଞ୍ଚଳିକ ଲୋକମାନେ ହି ନିଜର ପାରମ୍ପରିକ ଓ ବୈଷୟିକ ଜ୍ଞାନ ଦ୍ଵାରା କରିପାରିବେ”।ଅନ୍ୟତମ ଯୁବ ବୈଜ୍ଞାନିକ ରାହୁଲ ପ୍ରକାଶ ପିଲାମାନଙ୍କର ନୂତନ ସୃଜନଶୀଳ ପ୍ରତିଭା ଅନ୍ୱେଷଣ କରିବା ସହିତ ବୃତ୍ତଚିତ୍ର, ପୋଷ୍ଟର ଓ ପ୍ରଦର୍ଶନୀ ମାଧ୍ୟମରେ ନୂତନ ସୃଜନଶୀଳ ପ୍ରକଳ୍ପଗଡ଼ିକ ଦେଖାଇ ଉତ୍ସାହିତ କରିଥିଲେ । ଯୁବ ବୈଜ୍ଞାନିକ ଅବିନାଶ ସାମଲ ଗ୍ରାମୀଣ ନବାଚାର ପ୍ରତିଭା ପ୍ରଦର୍ଶନ ଉତ୍ସବ ପାଳନ ପାଇଁ ନବରଙ୍ଗପୁର ମହାବିଦ୍ୟାଳୟରେ ସୁଯୋଗ ଦେଇଥିବାରୁ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମକୁ ସାମଗ୍ରିକ ଭାବରେ ରସାୟନ ବିଜ୍ଞାନର ପ୍ରାଧ୍ୟାପକ ଡି. ଗୋବିନ୍ଦା ରାଓ ସଂଯୋଜନା କରିଥିବା ବେଳେ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଜାହାଙ୍ଗୀର ମହମ୍ମଦ,ଅଧ୍ୟାପକ ପ୍ରଭଞ୍ଜନ ବେହେରା, ଅଧ୍ୟାପକ ବିନୟ କୁମାର ମାଝୀ ସହଯୋଗ କରିଥିଲେ ଏବଂ ଏହି କାର୍ଯ୍ୟକ୍ରମର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଅଧ୍ୟାପିକା ଭାନୁମତି ସାହୁକାର ,ଅଧ୍ୟାପିକା ସୁନୟନା ସମାସୀ ,ଅଧ୍ୟାପକ ପ୍ରିୟବ୍ରତ ସାହୁ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଫୋଲ୍ଡସ୍କୋପ(Foldscope) ଛାତ୍ରଛାତ୍ରୀମାନଙ୍କ ବୈଜ୍ଞାନିକ ଚିନ୍ତାଧାରାରେ ବୈପ୍ଲବିକ ପରିବର୍ତ୍ତନ ଆଣିବାରେ ସହାୟକ ହେବ 

Sunil Chandra Nayak

ଅଦ୍ଵିକା କାର୍ଯ୍ୟକ୍ରମ ମାଧ୍ୟମରେ କିଶୋର କିଶୋରୀ ମାନଙ୍କୁ ନେଇ ନାଗରିକ ଦାୟିତ୍ଵ ବୋଧ ଶିକ୍ଷା ସହିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

masiha

ସଡ଼କ ସୁରକ୍ଷା ନେଇ ସଚେତନତା

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort