ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୋଗାଣ ସହାୟକ ଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ 

ଯୋଗାଣ ସହାୟକ ଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ 

ନବରଙ୍ଗପୁର:(୧୮|୭)(ରବି ନାରାୟଣ ମହାନ୍ତି)ରାଜ୍ୟ ଯୋଗାଣ ସହାୟକ ସଂଘର ଆହ୍ଵାନ କ୍ରମେ ଡାବୁଗାଁ ବ୍ଳକ ଯୋଗାଣ ସହାୟକ ସଂଘ ଚଳିତ ମାସ ଜୁଲାଇ ୧୦ ତାରିଖରେ ସାମୁହିକ ଛୁଟିରେ ରହି ଆନ୍ଦୋଳନରେ ସାମିଲ ହୋଇଛନ୍ତି l ସରକାରୀ ମାନ୍ୟତା ଦାବୀ ରେ ଯୋଗାଣ ସହାୟକ ମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନରେ ସାମିଲ ହୋଇଛନ୍ତି l ଗତ ୧୪ ବର୍ଷ ଧରି ଯୋଗାଣ ସହାୟକ ମାନେ ନିରବଚ୍ଛିନ୍ନ ଭାବେ ପିଡିଏସ୍ ମାଧ୍ୟମରେ ସାଧାରଣ ବଣ୍ଟନ,ସାମାଜିକ ସୁରକ୍ଷା ଭତ୍ତା ବଣ୍ଟନ,ନିର୍ବାଚନ କାର୍ଯ୍ୟ, କୋଭିଡ ସମୟରେ ଜନସେବା, ବର୍ତ୍ତମାନ ଚାଲିଥିବା କେୱାଇସି କାର୍ଯ୍ୟ ନିଷ୍ଠାର ସହ କରି ଆସୁଛନ୍ତି l୧୪ ବର୍ଷର ଅଭିଜ୍ଞତା ସତ୍ତ୍ୱେ ୮ ହଜାର ଟଙ୍କା ର ପାରିଶ୍ରମିକ ଦେଇ ସରକାର ପାତର ଅନ୍ତର ନୀତି ଅବଲମ୍ବନ କରୁଛନ୍ତି l ନବରଙ୍ଗପୁର ଯୋଗାଣ ସହାୟକ ସଂଘ ସଭାପତି ପ୍ରମୋଦ କୁମାର ମଲ୍ଲିକଙ୍କ ନେତୃତ୍ଵରେ ସାମୁହିକ ଭାବେ ଛୁଟି ନେଇ ଗତ ୧୦ ତାରିଖରୁ ଭୁବନେଶ୍ଵର ଲୋୟର ପିଏମଜି ଠାରେ ଆନ୍ଦୋଳନରେ ସାମିଲ ହୋଇଛନ୍ତି l ଏଥିଯୋଗୁଁ ଆଗକୁ ସାଧାରଣ ବଣ୍ଟନ ବ୍ୟବସ୍ଥା ପ୍ରଭାବିତ ହେବାର ଦେଖାଯାଇଛି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଶିଶୁ ମନ୍ଦିରର ବାର୍ଷିକ କ୍ରୀଡା ପ୍ରତିଯୋଗିତା

masiha

ବିଶ୍ଵ ଅଟିଜିମ୍ ଦିବସ ପାଳିତ

Sunil Chandra Nayak

ରାଉରକେଲା ଅବସରପ୍ରାପ୍ତ କର୍ମଚାରୀ ସଂଘର ବାର୍ଷିକ ବନ୍ଧୁ ମିଳନ

masiha

Leave a Comment

error: Content is protected !!