ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ ନବଭାରତ ସାକ୍ଷରତା କର୍ମଶାଳା

ବ୍ଲକ ସ୍ତରୀୟ ନବଭାରତ ସାକ୍ଷରତା କର୍ମଶାଳା

କନ୍ଧମାଳ, ତା, ୧୫/୧୦:(ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ସ୍ଥିତ ବ୍ଲକ କଲୋନୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରମୋଦ କୁମାର ମଲିକ, ବି ଆର ସିସି ଚୈତନ୍ୟ କହଁର ଓ ବ୍ଲକ ନୋଡାଲ ଅଧିକାରୀ ହରିହର ମଲିକ ଙ୍କ ତତ୍ତ୍ୱାବଧାନରେ ବ୍ଲକ ସ୍ତରୀୟ ‘ନବ ଭାରତ ସାକ୍ଷରତା’ କର୍ମଶାଳା (ଉଲ୍ଲାସ) ଅନୁଷ୍ଠିତ ହୋଇଯାଇଛି l ଏଥିରେ ୧୧ ଟି କ୍ଲଷ୍ଟର ର ସମସ୍ତ ସିଆର ସିସି ସମେତ ୧୨୨ ଜଣ ପ୍ରଶିକ୍ଷାର୍ଥି ଯୋଗ ଦେଇଥିଲେ। ନ୍ୟୁ ଇଣ୍ଡିଆ ଲିଟରସି ର ବ୍ଲକ ସଂଯୋଜକ ସୁଶାନ୍ତ କୁମାର ସାହୁ, ସାଧନ କର୍ମୀ ସୁଜିତ୍ କୁମାର ଦାଶ, ସୁର୍ଯ୍ୟକାନ୍ତ ସାହୁ ପ୍ରଶିକ୍ଷାର୍ଥୀଙ୍କୁ ତାଲିମ ଦେଇଥିଲେ । ‘ଉଲ୍ଲାସ’କୁ ସଫଳ ରୂପାୟନ ପାଇଁ ‘ଜନଜନ ସ୍ବାକ୍ଷର’ କାର୍ଯ୍ୟକ୍ରମରେ ଏହି ବ୍ଲକ ଅନ୍ତର୍ଗତ ୬୦୦୦ ହଜାର ନିରକ୍ଷରଙ୍କୁ ଚିହ୍ନଟ ଲକ୍ଷ୍ୟ ରହିଛି । ଏହି ଅବସରରେ ଉଲ୍ଲାସ ପୋର୍ଟାଲ ଏବଂ ମୋବାଇଲ ଆପ୍ ର ବ୍ୟବହାର ସମ୍ପର୍କିତ ତାଲିମ ଦିଆଯାଇଥିଲା । ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଷମା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

‘ଟ୍ରୁ ପାଥ ୟୁଥ୍ ଆସୋସିଏସନ୍’ ତରଫରୁ ଖାଦ୍ୟ ବଣ୍ଟନ ସେବାକାର୍ଯ୍ୟ ଅନୁଷ୍ଠିତ

masiha

ବିଦ୍ୟାଳୟ ପରିସରରେ ମଦ ମାଂସର ଆସର !

Sunil Chandra Nayak

ଅଗ୍ନିଗଙ୍ଗାମା ଠାକୁରାଣୀ ଯାତ୍ରାର ଦ୍ୱିତୀୟ ବୈଠକ ସମାପନ

Sunil Chandra Nayak

Leave a Comment

error: Content is protected !!