ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ରେ କୈ।ଶଳ ବିକାଶ ରଥ ‌

ନବରଙ୍ଗପୁର ରେ କୈ।ଶଳ ବିକାଶ ରଥ ‌

ନବରଙ୍ଗପୁର:(୧୬|୧୦)(ରବି ନାରାୟଣ ମହାନ୍ତି)ଆଇସେକ୍ଟ ଓଡ଼ିଶା ଶାଖା, ତରଫରୁ ନବରଙ୍ଗପୁର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଠାରେ ଆଇସେକ୍ଟର ମିଳିତ ଉଦ୍ୟମରେ କୌଶଳ ବିକାଶ ଯାତ୍ରା ଏବଂ ଏ ୧ସାକ୍ଷରତା ମିଶନ ଆଜି ୧୫-୧୦-୨୫ ରିଖ ଵୁଧବାର, ନବରଙ୍ଗପୁର ରେ ସଫଳତାର ସହ ଆୟୋଜିତ ହେଇଯାଇଛି Iଦେଶର ଅଗ୍ରଣୀ ଦକ୍ଷତା ଏବଂ ଉଚ୍ଚଶିକ୍ଷା ସଂଗଠନ ଆଇସେକ୍ଟ ଦ୍ୱାରା ଆୟୋଜିତ କୌଶଳ ବିକାଶ ଯାତ୍ରା ୨୦୨୫ ସଫଳତାର ସହ ଆରମ୍ଭ ହୋଇଅଛି। ୬ ଅକ୍ଟୋବର ୨୦୨୫ ରେ ଆରମ୍ଭ ହୋଇଥିବା ଏହି ଯାତ୍ରା ୨୦ ଟି ରାଜ୍ୟର ୩୦୦ ଟି ଜିଲ୍ଲାର ୫୦୦ ରୁ ଊର୍ଦ୍ଧ୍ବ ସ୍କୁଲ, କଲେଜ ଏବଂ ଶିକ୍ଷାନୁଷ୍ଠାନରେ ପହଞ୍ଚି ବହୁଳ ସଂଖ୍ୟାରେ ଛାତ୍ର ଛାତ୍ରୀ ମାନଙ୍କର ଦକ୍ଷତା ବିକାଶ ଏବଂ ଭବିଷ୍ୟତ ପ୍ରଯୁକ୍ତିବିଦ୍ୟା ବିଷୟରେ ଆଲୋଚନା କରୁଅଛନ୍ତି। ଯାତ୍ରା ସମୟରେ ମାଗଣା ଏ ୧ସେମିନାର, କର୍ମଶାଳା, କ୍ୟାରିଅର ପରାମର୍ଶ ଅଧିବେଶନ ଏବଂ ବୈଷୟିକ ପ୍ରଦର୍ଶନ ଆୟୋଜନ କରାଯାଇଥିଲା। ଆଇସେକ୍ଟ ମୁଖପାତ୍ର ଶ୍ରୀ ସନ୍ତୋଷ ଚୋବେ କହିଛନ୍ତି, “ଦକ୍ଷତା ବିକାଶ ଯାତ୍ରା ୨୦୨୫ କେବଳ ଏକ ଶିକ୍ଷାଗତ ଅଭିଯାନ ନୁହେଁ, ବରଂ ଯୁବପିଢ଼ିଙ୍କୁ ଭବିଷ୍ୟତର ପ୍ରଯୁକ୍ତିବିଦ୍ୟା ସହିତ ସଂଯୋଗ କରିବା, ନିଯୁକ୍ତି-ମୁଖୀ ଶିକ୍ଷା ପ୍ରଦାନ କରିବା ଏବଂ ଭାରତକୁ ଏକ ବିକଶିତ ରାଷ୍ଟ୍ର କରିବା ପାଇଁ ଏକ ପଦକ୍ଷେପ। ଆଜି ଆୟୋଜିତ କାର୍ଯ୍ୟକ୍ରମରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ଶୁଭାଶିନୀ ସାହୁ, ଏବଂ ଆଇସେକ୍ଟ ନବରଙ୍ଗପୁର ଜିଲ୍ଲାର ଶ୍ରୀଯୁକ୍ତ ପୂର୍ଣଚନ୍ଦ୍ର ମହାପାତ୍ର ଉପସ୍ଥିତ ରହିବା ସହିତ ଆଇସେକ୍ଟ ଓଡ଼ିଶା ପ୍ରକଳ୍ପ ପରିଚାଳକ ଶ୍ରୀଯୁକ୍ତ ନୀଳାଦ୍ରି ମହାରଣା, ସୁଧାଂଶୁ ନାୟକ ଏବଂ ଅଭିଷେକ ପ୍ରଧାନ ଓ ପ୍ରଦୀପ ପଟ୍ଟନାୟକ ଏପରି ପ୍ରୟାସ କୁ ଭୂୟସୀ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ ଏ ୧ ସାକ୍ଷରତା ମିଶନ ଏବଂ ଦକ୍ଷତା ବିକାଶ ଯାତ୍ରା ଯୁବ ପିଢ଼ିଙ୍କ ପାଇଁ ମାର୍ଗଦର୍ଶକ ଏବଂ ନିଯୁକ୍ତି-ମୁଖୀ ପଦକ୍ଷେପ। ଆଇସେକ୍ଟ ଭବିଷ୍ୟତରେ ଭାରତର ପ୍ରତ୍ୟେକ ଯୁବକଙ୍କୁ ନୂତନ ଯୁଗର ପ୍ରଯୁକ୍ତିବିଦ୍ୟା ସହିତ ସଶକ୍ତ କରିବା ପାଇଁ ଏପରି କାର୍ଯ୍ୟକ୍ରମ ଆୟୋଜନ ଅତ୍ୟନ୍ତ ପ୍ରଶଂସନୀୟ ବୋଲି ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଶିକ୍ଷକ ଗୋପାଳ କୃଷ୍ଣ ମହାପାତ୍ର, ଭୂଷଣ ଲାଲ୍ ସାହୁ, ଗୋବର୍ଦ୍ଧନ ସାହୁ ,ସତୀଶ କୁମାର, ଆନନ୍ଦ ସାହା, ଗୁଲାମ ଜାଫର, ମୋହନ ମହାଙ୍କୁଡ଼ ଓ ଶିକ୍ଷୟିତ୍ରୀ ତୃପ୍ତିମୟୀ ପ୍ରଧାନ, ଦୀପ୍ତିମୟୀ ସାହୁ,ମାଳିକମାଳା ଆଚାର୍ଯ୍ୟ ପ୍ରମୁଖ ସହଯୋଗ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ରାଇରଙ୍ଗପୁର ପୌରପାଳିକା ତରଫରୁ ୬୪ତମ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ମହାସମାରୋହରେ ପାଳିତ.; ନବ କଳେବର ଡଃ ହରେକୃଷ୍ଣ ମହତାବ ଭବନ ଏବଂ ବଡବନ୍ଧ ରେ ନୌକା ବିହାର ଲୋକାର୍ପିତ 

masiha

ଜୀବନ ସଂଜ ହେବାକୁ ବସିଲାଣି; ଜୁଝାର ଓ ତାଙ୍କ ସ୍ତ୍ରୀ ରାଉନ୍ଦେକୁ ମଧୁବାବୁ ପେନସନ ସାତ ସପନ

ବ୍ଲକ୍ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!