ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁଷ୍କର୍ମ ଅଭିଯୁକ୍ତ ନିର୍ଦୋଷ ରେ ଖଲାସ

ଦୁଷ୍କର୍ମ ଅଭିଯୁକ୍ତ ନିର୍ଦୋଷ ରେ ଖଲାସ

 ନବରଙ୍ଗପୁର:(୧୬|୧୦)(ରବି ନାରାୟଣ ମହାନ୍ତି) ନବରଙ୍ଗପୁର ଜିଲ୍ଲା ଓ ଦୌରା ଜଜ ମାନ୍ୟବର ବିଚାରପତି ଶ୍ରୀ ସୁବ୍ରତ ମହାନ୍ତି ଏକ ଦୁଷ୍କର୍ମ ଘଟଣା ର ବିଚାରଣା କରି ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ ଅଭିଯୁକ୍ତ ଚୈତନ ଗୌଡ଼ କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ସୂଚନା ଅନୁଯାୟୀ , ପାପଡାହାଣ୍ଡି ଥାନା ଅନ୍ତର୍ଗତ ବାଙ୍କ ସରଗି ଗ୍ରାମର ପୀଡିତା ଗତ ୨୫/୦୫/୨୦୨୫ ତାରିଖ ଦିନ ପାପଡାହାଣ୍ଡି ଥାନାରେ କେସ ନମ୍ବର ୧୦୪/୨୫ ପ୍ରକାରେ ଏକ ଲିଖିତ ଅଭିଯୋଗ କରିଥିଲେ ଯେ ତାଙ୍କୁ ବିବାହ ର ପ୍ରଲୋଭନ ଦେଖାଇ ଦୀର୍ଘ ୬ ବର୍ଷ ଧରି ନାନା ପ୍ରକାର ଭାବରେ ପ୍ରଲୋଭିତ କରି ତାଙ୍କ ଗ୍ରାମର ଚୈତନ ଗୌଡ଼ ତାଙ୍କୁ ପ୍ରେମ କରିବା ସହ ତାଙ୍କ ସହ ଶାରୀରିକ ସମ୍ପର୍କ ରଖି ତାଙ୍କୁ ଗର୍ଭବତୀ କରିଛି l ପୋଲିସ ଘଟଣା ର ତଦନ୍ତ କରି ଅଭିଯୁକ୍ତ ଚୈତନ ଗୌଡ଼ କୁ କୋର୍ଟ ଚାଲାଣ କରିବା ସହ ତା ନାମରେ ଭାରତୀୟ ନାଗରିକ ନ୍ୟାୟ ସଂହିତା ର ଧାରା ୬୯ ପ୍ରକାରେ ମାମଲା ରୁଜୁ କରିଥିଲେ l ଯାହାର କୋର୍ଟ କେସ ନମ୍ବର ଥିଲା ସିଟି/୨୫ l ଏହି ଘଟଣା ର ସମସ୍ତ ୧୧ ଜଣ ସାକ୍ଷ୍ୟ ପ୍ରମାଣ କୁ ଭିତ୍ତି କରି ମାନ୍ୟବର ଜିଲ୍ଲା ଓ ଦୌରା ଜଜ ଶ୍ରୀ ସୁବ୍ରତ ମହାନ୍ତି ଅଭିଯୁକ୍ତ ଚୈତନ ଗୌଡ଼ କୁ ନିର୍ଦୋଷ ରେ ଖଲାସ କରିଛନ୍ତି l ଅଭିଯୁକ୍ତ ଙ୍କ ପକ୍ଷରୁ ମାମଲା କୁ ବରିଷ୍ଠ ଆଇନଜୀବି ନରସିଂହ ତ୍ରିପାଠୀ ଓ ତାଙ୍କ ସହଯୋଗୀ ମାମଲା କୁ ପରିଚାଳନା କରୁଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଗୁରୁଦେବ ଶ୍ରୀରାମଚନ୍ଦ୍ର ବିଜ୍ଞାନ ଉଚ୍ଚ ମାଧ୍ୟମିକ ଶିଶାଖାଲ ଠାରେ +୩ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋଲିବା ପାଇଁ ଆଞ୍ଚଳିକ ଶିକ୍ଷାନିର୍ଦ୍ଦେଶକଙ୍କ ପରିଦର୍ଶନ 

Sunil Chandra Nayak

ନୂଆପଡ଼ା ରେ ଶିଶୁ ଶ୍ରମିକ ସଚେତନତା ଶୋଭାଯାତ୍ରା  ଜିଲ୍ଲାକୁ ଶିଶୁ ଶ୍ରମିକ ମୁକ୍ତ କରିବା – ଜିଲ୍ଲାପାଳ 

masiha

ଚାରବାହାଲ ଠାରେ ରକ୍ତଦାନ ଶିବିର

masiha

Leave a Comment

error: Content is protected !!