ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟାଳୟରେ ୧୫ ଅକ୍ଟୋବର ” ବିଶ୍ୱ ହାତ ଧୂଆ ଦିବସ” ପାଳନ                 

ବିଦ୍ୟାଳୟରେ ୧୫ ଅକ୍ଟୋବର ” ବିଶ୍ୱ ହାତ ଧୂଆ ଦିବସ” ପାଳନ                          

ନବରଙ୍ଗପୁର:(୧୬|୧୦)ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ସେମଳା ଆଞ୍ଚଳିକ ସାଧନ କେନ୍ଦ୍ର ରେ ସିଆରସିସି ବାବୁଲାଲ ସାଗର ବିଦ୍ୟାଳୟ ପରିଦର୍ଶନ ଅକ୍ଟୋବର ୧୫ ତାରିଖ “ବିଶ୍ଵ ହାତ ଧୂଆ ଦିବସ” ସରକାରୀ ପ୍ରାଥମିକ ବିଦ୍ୟାଳୟ ପକନାଗୁଡ଼ା ରେ ଯୋଗଦାନ କରି ପିଲା ମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଓ ଉତ୍ତମ ଜୀବନ ଯାପନ ଶୈଳୀ ନିମନ୍ତେ, ସୁସ୍ଥ ଶରୀର ପାଇଁ ହାତ ଧୂଆର ପଦ୍ଧତି ଓ ଉପକାରିତା ବାବଦରେ ଆଲୋଚ଼ନା କରିଥିଲେ । ଛାତ୍ରଛାତ୍ରୀ ଓ ଶିକ୍ଷୟିତ୍ରୀ ତରଫରୁ ସି.ଆର.ସି.ସି.ର ମହତ ଭାବନାକୁ ସ୍ୱାଗତ କରିଥିଲେ।କାର୍ଯ୍ୟକ୍ରମ କୁ ସଫଳତାର ରୂପରେଖ ପ୍ରଦାନ ପାଇଁ ପ୍ରଧାନ ଶିକ୍ଷୟିତ୍ରୀ ସୁରେଖା ବାଘ ଓ ସହକାରୀ ଶିକ୍ଷୟତ୍ରୀ ଶର୍ମିଷ୍ଠା ବଳିୟାର ସିଂ ପ୍ରମୁଖ ସହଯୋଗ କରିଥିଲେ।ବିଦ୍ୟାଳୟ ପରିଚାଳନା କମିଟି ଓ ଗ୍ରାମବାସୀ ତରଫରୁ ସି.ଆର.ସି.ସି., ପ୍ରଧାନ ଶିକ୍ଷୟିତ୍ରୀ,ସହକାରୀ ଶିକ୍ଷୟିତ୍ରୀ କୁ କୁ ଧନ୍ୟବାଦ ଅର୍ପଣ କରି ହାତଧୂଆ କାର୍ଯ୍ୟକୁ ସମାପନ କରାଯାଇଥିଲା ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଜଙ୍ଗଲି ଗୋଖୋର ଚୋଟ ରେ ଆହତ ଯୁବକ, ଉକ୍ତ ସାପକୁ ଧରି ଡାକ୍ତରଖାନା ରେ ହାଜର

ନବରଙ୍ଗପୁର ଠାରେ ରଥଯାତ୍ରା ଓ ବାହୁଡା଼ ଯାତ୍ରା ନିମନ୍ତେ ପ୍ରଶାସନର ପ୍ରସ୍ତୁତି ବୈଠକ 

masiha

ପିଏମ୍ ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା 

Sunil Chandra Nayak

Leave a Comment

error: Content is protected !!