ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗ୍ରାମପଥ ର କବି ବିନୋଦ ଚନ୍ଦ୍ର ନାୟକଙ୍କ ଜୟନ୍ତୀ ପାଳନ

ଗ୍ରାମପଥ ର କବି ବିନୋଦ ଚନ୍ଦ୍ର ନାୟକଙ୍କ ଜୟନ୍ତୀ ପାଳନ 

ରାଉରକେଲା: ଓଡ଼ିଆ ଭାଷା ବିକାଶ ମଞ୍ଚ ଓ ପାନପୋଷ ସ୍ଥିତ ରଘୁନାଥପାଲୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଗ୍ରାମପଥ ର କବି ବିନୋଦ ଚନ୍ଦ୍ର ନାୟକଙ୍କ ଜୟନ୍ତୀ ଓ ଜୀବନାଦର୍ଶ ସମ୍ପର୍କରେ ଆଲୋଚନା ଚକ୍ର ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସବିତା ବସ୍ତିଆଙ୍କ ସଭାପତିତ୍ବ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟସ ଆସୋସିଏସନର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟ ଅତିଥି,କବି ଗୈ।ତମ ଦାସ ସମ୍ମାନିତ ଅତିଥି ଓ ମଞ୍ଚର ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ କବି ଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ମୁଖ୍ୟଅତିଥି ଶ୍ରୀ ରାଉତ ତାଙ୍କ ବକ୍ତବ୍ୟରେ କହିଲେ ଯେ ସବୁଜ ଯୁଗ ପରବର୍ତ୍ତୀ ସାହିତ୍ୟିକଙ୍କ ମଧ୍ୟରେ କବି ବିନୋଦଙ୍କ ସ୍ଥାନ ସ୍ବତନ୍ତ୍ର। ସୈ।ନ୍ଦର୍ଯାନୁଭୂତି,ରୂପପିପାସା, ସୁନ୍ଦର ଭାଷା ତାଙ୍କ କବିତାର ପ୍ରାଣ। ସମ୍ମାନିତ ଅତିଥି ଶ୍ରୀ ଦାସ ତାଙ୍କ ବକ୍ତବ୍ୟରେ କହିଲେ ଯେ କାଳଜୟୀ ସାହିତ୍ୟ ସୃଷ୍ଟି ଦିଗରେ କବି ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ସୃଷ୍ଟି ରହିଛି ଅପୂର୍ବ କବିତ୍ୱର ସ୍ବାକ୍ଷର ବିଦ୍ୟମାନ। ମୁଖ୍ୟବକ୍ତା ଶ୍ରୀ ମହାପାତ୍ର ତାଙ୍କ ବକ୍ତବ୍ୟରେ କହିଲେ ଯେ ପଲ୍ଲୀ ମାଟି କବିଙ୍କର ଅତିପ୍ରିୟ। ଗ୍ରାମ୍ୟ ଜୀବନ ସୁଷମା ମଣ୍ଡିତ। ନୈସର୍ଗିକ ବିଭବରେ ପରିପୂର୍ଣ୍ଣ। ଏଥିପାଇଁ ଗ୍ରାମପଥ କବିତା ରେ ସେ ସ୍ବାକ୍ଷର ଛାଡିଛନ୍ତି। ସଭାପତିତ୍ବ କରିଥିବା ଶ୍ରୀମତୀ ବସ୍ତିଆ କବିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ ଓଡିଆ ସାହିତ୍ୟର ଏହି ଯୁଗରେ ଥିଲେ ସେ ସୁଦକ୍ଷ ବିନ୍ଧାଣି। ଏଭଳି କାର୍ଯ୍ୟକ୍ରମ ପାଇଁ ସେ ମଞ୍ଚକୁ ସାଧୁବାଦ ଦେଇଥିଲେ। ଏହି ଅବସରରେ ଛାତ୍ରୀ ରୀୟା କୁମାରୀ,ଲିଜା ମାହାନ୍ତ,ଅନୁଶ୍ରୀ ଜେନା ପ୍ରମୁଖ କବି ବିନୋଦ ଚନ୍ଦ୍ର ନାୟକଙ୍କ କବିତା ପାଠ କରିଥିଲେ। ସେହିପରି ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ କରାଯାଇ ସଠିକ ଉତ୍ତର ଦେଇଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷୟିତ୍ରୀ ରଶ୍ମିତା ଜେନା,ସାଗରିକା ଦାଶ,ସାଗରିକା ସାହୁ,ଲୀତାଞ୍ଜଳୀ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବିପିୟୁଟି ର ଦ୍ବିଦିବସୀୟ ଗବେଷଣା କନକ୍ଲେଭ ୨୦୨୫ ଉଦଘାଟିତ 

Sunil Chandra Nayak

ଜଳେଶ୍ୱର ଓ ରୁପ୍ସା ଅଂଚଳରୁ ନିଖୋଜ ୪ଜଣ ନାବାଳିକା କନ୍ୟା ଜଳେଶ୍ୱର ପୋଲିସ ଦ୍ୱାରା ପଶ୍ଚିମବଙ୍ଗ ରାଜ୍ୟରୁ ଉଦ୍ଧାର -ସାମ୍ବାଦିକ ସମ୍ମିଳନୀରେ ଏସଡିପିଓଙ୍କ ସୂଚନା

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ଵ ବରିଷ୍ଠ ନାଗରିକ ଦିବସ ପାଳନ

masiha

Leave a Comment

error: Content is protected !!