ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋ ଭାରତ,ବିକଶିତ ଭାରତ- ୨୦୪୭ ବିଷୟ ରେ ଭାଷଣ ଦେଇ ରାଜ୍ୟସ୍ତରରେ ପ୍ରଥମ ହେଲେ- କୁମ୍ କୁମ୍ ପ୍ରିୟଦର୍ଶିନୀ 

ମୋ ଭାରତ,ବିକଶିତ ଭାରତ- ୨୦୪୭ ବିଷୟ ରେ ଭାଷଣ ଦେଇ ରାଜ୍ୟସ୍ତରରେ ପ୍ରଥମ ହେଲେ- କୁମ୍ କୁମ୍ ପ୍ରିୟଦର୍ଶିନୀ 

ମ.ରାମପୁର,୨୦/୨(ମସୀହା):କଳାହାଣ୍ଡି ଜିଲ୍ଲା ମ.ରାମପୁର ଅଞ୍ଚଳ ର ଯୁବତୀ କୁମ୍ କୁମ୍ ପ୍ରିୟଦର୍ଶିନୀ ସାହୁ ରାଜ୍ୟସ୍ତରୀୟ ଭାଷଣ ପ୍ରତିଯୋଗିତାରେ ପ୍ରଥମ ହୋଇ ଜିଲ୍ଲା ତଥା ନିଜ ଗାଁ ପାଇଁ ଗୌରବ ଆଣି ଦେଇଛନ୍ତି l ନେହେରୁ ଯୁବ କେନ୍ଦ୍ର ତରଫରୁ ଆୟୋଜିତ ମୋ ଭାରତ, ବିକଶିତ ଭାରତ @ ୨୦୪୭ ବିଷୟରେ ଭାଷଣ ଦେଇ ସେ ପ୍ରଥମ ହୋଇ ୧ ଲକ୍ଷ ଟଙ୍କା ର ଚେକ୍ ପୁରସ୍କାର ବାବଦକୁ ଅତିଥିମାନଙ୍କ ଠାରୁ ଗ୍ରହଣ କରିଛନ୍ତି l ସ୍ବାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ବାପା ହେମନ୍ତ ସାହୁ ଓ ମାତା ସଂଘମିତ୍ରା ସାହୁଙ୍କ ବଡ ଝିଅ ହେଉଛନ୍ତି କୁମ୍ କୁମ୍ ପ୍ରିୟଦର୍ଶିନୀ l ସମ୍ପ୍ରତି ସେ ଗୁରୁ ଘାସି ଦାସ କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟରେ ବିଜ୍ଞାନରେ ସ୍ନାତକୋତ୍ତର କରିବା ପରେ ଏବେ ପିଏଚଏଡି କରିବା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି l ଏହି ସଫଳତା ପାଇଁ ବିଭିନ୍ନ ମହଲ ରୁ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି l 

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ନିଃଶୁଳ୍କରେ ଶିକ୍ଷା ଦାନ କରି ଆସୁଥିବା ଟ୍ୟୁସନ ଶିକ୍ଷକ ଙ୍କ ପରଲୋକ 

masiha

ଲାଞ୍ଜିଗଡ଼ ବ୍ଲକ ଶିକ୍ଷା ବିଭାଗର ଅଭିନବ ପଦକ୍ଷେପ ଅଧାରୁ ପାଠ ଛାଡ଼ିଥିବା ୮ ପିଲା ହେଲେ ସ୍କୁଲମୁହାଁ

Sunil Chandra Nayak

ଧର୍ମପରାୟଣ ପ୍ରାକ୍ତନ ପ୍ରଧାନ ଶିକ୍ଷକ ବିରଞ୍ଚିନାରାୟଣ ମହାନ୍ତଙ୍କ ଦେହାନ୍ତ ରେ ରାଇରଙ୍ଗପୁରରେ ଶୋକର ଛାୟା

masiha

Leave a Comment

error: Content is protected !!