ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦିବାସୀ ମାନଙ୍କ ଜନ ଗର୍ଜନ ସମାବେଶ , ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ଗଣ ବିକ୍ଷୋଭ ଓ ଧାରଣା 

ଆଦିବାସୀ ମାନଙ୍କ ଜନ ଗର୍ଜନ ସମାବେଶ ,

ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ଗଣ ବିକ୍ଷୋଭ ଓ ଧାରଣା 

ରାୟଗଡା :- ସି ପି ଆଇ (ଏମଏଲ) ଲିବରେସନ ତରଫରୁ ରାମନାଗୁଡା ର ଖିଲାପଦର ଛକ ଠାରୁ ଏକ ଶୋଭାଯାତ୍ରା ବାହାରି ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା କରିବା ସହ 10 ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀ କଂ ଉଦ୍ଧେଶ୍ୟ ରେ ତହସିଲ ଦାର କୁଂ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି।   ରାମନାଗୁଡ଼ା ବ୍ଲକ ର ଘୋଷେଇ ଗୁଲୁମୁମୁଣ୍ଡା ପଞ୍ଚାୟତ ର ଆନଦଂ ପୁର ଗା ର ଆଦିବାସୀ ମାନଙ୍କ ଭୋଗ ଦଖଲ ଥିବା କାଜୁ ବାଡ କୁ ପଟା ପ୍ରଦାନ କରିବା ,ଆନଦ ପୁର ଗାଁ ନିକଟ ସିଦ୍ଧମ କଣ୍ଡା ଡଗଂର ଠାରେ ଚେକ ଡ୍ୟାମ୍ କରିବା, ଚାଷୀମାନଙ୍କୁ ଋଣ ଛାଡ଼, ନୂଆ ଋଣ ଯୋଗାଇବା ଏବଂ ଭାଗଚାଷୀଙ୍କୁ ଚାଷୀର ମାନ୍ୟତା, ଗୋଗୁପାଡୁ ପଞ୍ଚାୟତର କାଟିକି ଓ ଗୁଲୁଣ୍ଟି ପଞ୍ଚାୟତର ତାମେଲିଗୁଡ଼ା ଗ୍ରାମର ଆଦିବାସୀମାନଙ୍କ ଭୋଗ ଦଖଲରେ ରହିଥିବା ଜମିର ପଟ୍ଟା ପ୍ରଦାନ ଓ ଆଦିବାସୀମାନଙ୍କ ନାମରେ ହୋଇଥିବା ମିଥ୍ୟା କେସ୍‌କୁ ପ୍ରତ୍ୟାହାର, କେନ୍ଦ୍ର ସରକାରଙ୍କ ଦ୍ବାରା ଜଙ୍ଗଲ ଅଧିକାର ଆଇନ ୨୦୦୬ ଓ ଗ୍ରାମ ସଭାକୁ ଅକାମୀ କରିଦେଉଥିବା ଚକ୍ରାନ୍ତକୁ ବନ୍ଦ କରିବା, ଆଦିବାସୀ ମାନଙ୍କର ଭୋଗ ଦଖଲରେ ରହିଥିବା ସରକାରୀ ଜମି, ଜଙ୍ଗଲ ଜମିକୁ ଚିହ୍ନଟ କରିବା ପାଇଁ ଆର.ଆଇ, ଓ ଅମିନ୍‌କୁ ମାସିକ ୧୫ ଦିନ ପାଇଁ ନିର୍ଦ୍ଦେଶ ଦେବା, ଶୀତଳ ଭଣ୍ଡାର ଓ ଢ଼େପାଗୁଡ଼ା ଡ୍ୟାମ୍ ରୁ ଚାଷୀମାନଙ୍କୁ ଜଳ ସେଚନ ଯୋଗାଇବା ଓ ଗୁଲୁଣ୍ଡି ପଞ୍ଚାୟତରେ ସୋରିଷ ପଦର ଗାଁର ଛାଷି ମାନକୁଂ ଜଳକର ଛାଡ. କେନାଲ ନିମନ୍ତେ କ୍ଷତିଗ୍ରସ୍ଥଙ୍କୁ କ୍ଷତିପୂରଣ ଓ ଲହରଗାଡ଼ା ନାଳକୁ ଜଳ ପ୍ରକଳ୍ପ, ଆନ୍ଧ୍ରର ଜମି ମାଫିଆମାନେ ଆଦିବାସୀମାନଙ୍କ ଦଖଲରେ ଥିବା ଜମିକୁ ବେଆଇନ ଭାବେ ରେଜିଷ୍ଟି ରଦ୍ଧ କରିବା, ଏମ୍.ଜି.ଏନ୍.ଆର୍.ଇ.ଜି.ଏ କାମର ବର୍ଷ କୁ 200 ଦିନ କାମ ଦୈନିକ 600 ଟକାଂ ମଜୁରୀ, ବ୍ୟାପକ ଦୁର୍ନିତୀ ବନ୍ଦ କରିବା ସହିତ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଟ. ୫,୦୦,୦୦୦/-କା, ସମସ୍ତ ଗରିବ ଏବଂ ବିପିଏଲ ପରିବାରର ମାନଙ୍କୁ ବିଦ୍ୟୁତ୍ ବିଲ ଛାଡ଼ ୨୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ଯୋଗାଇବା, କେନ୍ଦ୍ର ସରକାରଙ୍କ ଦ୍ବାରା ଜଙ୍ଗଲ ଅଧିକାର ଆଇନ ୨୦୦୬ ଓ ଗ୍ରାମ ସଭାକୁ ଅକାମୀ କରିଦେଉଥିବା ଚକ୍ରାନ୍ତକୁ ବନ୍ଦ କରିବା , ପ୍ରତ୍ୟେକ ଗରୀବ ପରିବାରକୁ ରେସନ୍‌କାର୍ଡ, ରେସନ୍‌କାର୍ଡ ଧାରୀଙ୍କୁ ୫୦ କେଜି ଚାଉଲ, ତ୍ରିପତି ଗମାଙ୍ଗ (ଜିଲ୍ଲା ସମ୍ପାଦକ) ‘ବୃନ୍ଦାବନ ବିଡିକା(ରାଜ୍ୟ କମିଟି ସଭ୍ୟ) ଅନାସିମ ଶବର, କୈଳାସ ଶବର, ସଂଗ୍ରାମ ବିଡିକା, ଜୁନେଶ ବିଡିକା, ଦାସରଥି ପାତିକା, ଦାସୁରୁ ପାତିକା , ଗୋବିନ୍ଦ ପାତିକା , ମାଥ୍ୟୁ ଦଳବେହେରା , ରମେଶ ପାତିକା , ମୋଜେସ ବିଡିକା, ହରିଚନ୍ଦ୍ର ନିମାଲା, ଲବ ବିଡିକା, ଶୁଣ୍ଡମା ବିଡିକା ପ୍ରମୁଖ ଉପସ୍ଥିତ ଥିଲେ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଦେଶର ଏକ ନଂ ମୁଖ୍ୟମନ୍ତ୍ରୀ ଙ୍କ ଶାସନ ରେ ,ନିୟମ ବଦଲାଉଛି ତେନ୍ତୁଳିଖୁଣ୍ଟି ବ୍ଲକ୍ ପ୍ରଶାସନ

Sunil Chandra Nayak

ଆମ୍ବୁଲାନ୍ସ ନ ପାଇ ରୋଗୀ ହେଲେ ହଟହଟା

masiha

ଟ୍ରକ ଚାପରେ ବାଇକ ଚାଳକର ମୃତ୍ୟୁ

Sunil Chandra Nayak

Leave a Comment

error: Content is protected !!