ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାଠ ପଢ଼ାଇଲେ ଜିଲ୍ଲା ଶିକ୍ଷ୍ୟା ଅଧିକାରୀ

ପାଠ ପଢ଼ାଇଲେ ଜିଲ୍ଲା ଶିକ୍ଷ୍ୟା ଅଧିକାରୀ

ଆସିକା, ୧୧/୧୧/୨୫ —  ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀ ଅଜୟ କୁମାର ପାତ୍ର ଅଚାନକ ଧରାକୋଟ ସ୍ଥିତ ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ ଓ ବାହାରପୁର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ରେ ପହଞ୍ଚି ଛାତ୍ର ଛାତ୍ରୀ ମାନଙ୍କ ସହ ପ୍ରଥମେ ଭାବ ବିନିମୟ କରିଥିଲେ। ଏହା ପରେ ଅଷ୍ଟମ ଓ ଦଶମ ଶ୍ରେଣୀରେ ପିଲାଙ୍କୁ ଇତିହାସ ଓ ବେସ ଲାଇନ ଟେଷ୍ଟ ବିଷୟରେ ପାଠ ପଢାଇବା ସହ ବିଦ୍ୟାଳୟର ଶିକ୍ଷଣୀୟ ପରିବେଶ,ସ୍ବଚ୍ଛତା, ଆନୁଷଙ୍ଗିକ ବ୍ୟବସ୍ଥା କୁ ବୁଲି ଦେଖିଥିଲେ । ଏହା ପରେ ଏସ ଏମ ସି ସଭାପତି ଓ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସହ ବିଦ୍ୟାଳୟର ସମସ୍ୟା, ଶିକ୍ଷାଦାନ ପଦ୍ଧତି ସମ୍ପର୍କରେ ଆଲୋଚନା କରିଥିଲେ । ସେହିପରି ଧରାକୋଟ ବି ଇ ଓ କାର୍ଯ୍ୟାଳୟରେ ପହଞ୍ଚିବା ପରେ ସି ଆର ସି ସି ଓ କାର୍ଯ୍ୟଳୟ କର୍ମଚାରୀ ମାନେ ତାଙ୍କୁ ସ୍ବାଗତ କରିଥିଲେ । ଏହି ଅବସରରେ ବି ଇ ଓ ଅଭିମନ୍ୟୁ ସାହୁ, ଏ ବି ଇ ଓ ସୌରୀ ଶଙ୍କର ବେହେରା, ବିଭୁତି ଭୁଷଣ ପାତ୍ର ଙ୍କ ସମେତ ସମସ୍ତ ସି ଆର ସି ସି ମାନଙ୍କ ସହ ବ୍ଲକ ସ୍ତରର ଶିକ୍ଷ୍ୟା ବ୍ୟବସ୍ଥା,ଶିକ୍ଷକ ସମସ୍ୟା, ବିଦ୍ୟାଳୟ ଗୁଡ଼ିକର ପାରିପାର୍ଶିକ ପରିବେଶ ର ଉନ୍ନତି ସମ୍ପର୍କରେ ଆଲୋଚନା କରିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଏହି ଅଚାନକ ପରିଦର୍ଶନ କାର୍ଯ୍ୟକ୍ରମ ଛାତ୍ର ଛାତ୍ରୀ,ଶିକ୍ଷକ ଓ ସି ଆର ସି ସି ମାନଙ୍କ ପାଇଁ ପ୍ରେରଣା ଦାୟକ ହୋଇଥିବା ଦେଖାଯାଇଥିଲା ।

ଆସିକା ରୁ ଶିବ ଶଙ୍କର ମିଶ୍ର ଙ୍କ ରିପୋର୍ଟ ମସିହା ନ୍ୟୁଜ

Related posts

ନୂଆପଡା ଜିଲ୍ଲା ସାମ୍ବାଦିକ ସଂଘର ନିର୍ବାଚନୀ ବୈଠକ ଅନୁଷ୍ଠିତ

ସହିଦ ଲକ୍ଷ୍ମଣ ନାୟକଙ୍କ ୮୧ ତମ ଫାସୀ ଦିବସ ପାଳନ 

masiha

ଆନ୍ତର୍ଜାତିକ ହକର୍ସ ଦିବସ ପାଳନ

Leave a Comment

error: Content is protected !!