ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯାମଦା ବ୍ଳକ ; ଯାମଦାରେ ବହୁ ପ୍ରତିକ୍ଷିତ ଅଟଳ ବସଷ୍ଟାଣ୍ଡ ଶିଳାନ୍ୟାସ କଲେ ସାଂସଦ ଓ ଵିଧାୟକ

ଯାମଦା ବ୍ଳକ ; ଯାମଦାରେ ବହୁ ପ୍ରତିକ୍ଷିତ ଅଟଳ ବସଷ୍ଟାଣ୍ଡ ଶିଳାନ୍ୟାସ କଲେ ସାଂସଦ ଓ ଵିଧାୟକ

ରାଇରଙ୍ଗପୁର – ୭/୦୬  ମୟୂରଭଂଜ ଜିଲ୍ଲାର ସିମାନ୍ତ ଆଦିବାସୀ ଅଧ୍ୟୁଷିତ ଯାମଦା‌ଵ୍ଳକର ବହୁ ପ୍ରତିକ୍ଷିତ ନୂତନ ବସଷ୍ଟାଣ୍ଡକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି ।ଯାତ୍ରାକୁ ଲାଗି ପଡୋଶୀ ଝାଡଖଣ୍ଡ ସିମାନ୍ତ ଲାଗି ରହିଛି ।ତଦସହ ଝାଡ଼ଖଣ୍ଡ ଓ ଯାମଦା ଅଞ୍ଚଳର ସଂଯୋଗୀକରଣ ବହୁତ ଭଲ ଅଛି ।ତଦସହ ଯାମଦା ଓ ପଡ଼ୋଶୀ ରାଜ୍ୟର ସାମାଜିକ, ବୈବାହିକ , ପାରିବାରିକ ଓ ସାଂସ୍କୃତିକ ସମ୍ପର୍କ ରହିଛି ।ଯାମଦାରୁ ଝାଡ଼ଖଣ୍ଡର ଚାଇଁଵସା,ରାଜନଗର,କେନ୍ଦୁଝର ,ରାଇରଙ୍ଗପୁର,ବାରିପଦା,ଜାମସେଦପୁର, ରାଜଧାନୀ ଭୂବନେଶ୍ବର,ରାଉରକେଲାକୁ ବସ ଚଳାଚଳ କରୁଛି ।ବସଷ୍ଟାଣ୍ଡ ନ ଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ଭୋଗୁଥିଲେ ।ବର୍ଷା, ଖରା, ଶିତରେ , ଡହ‌ଡହ ଖରାରେ ରାସ୍ତାକଡ଼ରେ ଥିବା ହୋଇଥିଲେ ।ଯାତ୍ରୀମାନେ ବିଶେଷତଃ‌ଵୁଢାବୁଢୀ, ଛୁଆପିଲା ଧରି ବାପମାଆମାନେ ହଇରାଣ ହରକତ ହେଉଥିଲେ ।ଏହାକୁ ଲକ୍ଷ୍ୟ କରି ରାଜ୍ୟ ସରକାର ସମସ୍ତ ଗ୍ରାମାଞ୍ଚଳ ତଥା ବ୍ଳକ ସଦର ମହକୁମାରେ ଅଟଳ ବସଷ୍ଟାଣ୍ଡ ନିର୍ମାଣ ପାଇଁ‌ଵ୍ଯୟ ଅଟକଳ କରିଛନ୍ତି ।ଆଜି ଯାମଦାରେ ଅଟଳ ବସଷ୍ଟାଣ୍ଡର ଶିଳାନ୍ଯାସ ମୟୂରଭଂଜ ସାଂସଦ ନବ ଚରଣ ମାଝୀ, ବିଧାୟକ ଜଲେନ‌ ନାଏକ, ସାଂସଦ ପ୍ରତିନିଧି ମନୋଜ ଦାସ,ବିଧାୟକଙ୍କ ପ୍ରତିନିଧି ବିଜୁଗୋପାଲ ଗୋପ,ସାମନ୍ତ ଗିରି, ବିଡିଓ ଦେବାଶିଷ ପଣ୍ଡା ତଥା ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ଓ ଅଞ୍ଚଳବାସୀ ଉପସ୍ଥିତ ଥିଲେ ।ସାଂସଦ ନଡ଼ିଆ ଫଟାଇ ଶିଳାନ୍ୟାସ ର ଶୁଭାରମ୍ଭ କରିଥିଲେ ।ବସଷ୍ଟାଣ୍ଡ ଅଟକଳ ୫ କୋଟି ୪୦ ଲକ୍ଷ ଟଙ୍କା ।ଯାମଦା ବ୍ଳକ ବିକାଶରେ ବସଷ୍ଟାଣ୍ଡ ସହାୟକ ହେବା ସହ ଯାତ୍ରୀମାନଙ୍କର ଅସୁବିଧା ଓ ଅସୁରକ୍ଷିତ ଦୂର କରିବ ।ଏହି ଅତ୍ୟାଧୁନିକ ବସ୍ ଷ୍ଟାଣ୍ଡରେ ଶୌଚାଳୟ, ରେଷ୍ଟସେଡ, ପାନୀୟ ଜଳ, ଟିକେଟ କାଉଣ୍ଟର ଭଳି ସବୁ ସୁବିଧା ଉପଲବ୍ଧ ହେବ ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ବାରମ୍ବାର ସରକାରୀ ଜମି ହଡପ ଅଭିଯୋଗ ହେବା ପରେ ପ୍ରଶାସନର ତତ୍ପରତା |ଷ୍ଟଲ, କୋଠା ଭାଙ୍ଗିବାକୁ ଜିଲ୍ଲାପାଳଙ୍କ ନୋଟିସ 

masiha

କୋଟପାଡ଼ ସହରର ବିଭିନ୍ନ ପ୍ରକଳ୍ପ ସମୀକ୍ଷା କଲେ ଜିଲ୍ଲାପାଳ; ଆହାର କେନ୍ଦ୍ରରେ କଲେ ମଧ୍ୟାହ୍ନ ଭୋଜନ

Sunil Chandra Nayak

ଜିଲ୍ଲାପାଳ,ରାୟଗଡ଼ଙ୍କ ମୁନିଗୁଡା ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ 

masiha

Leave a Comment

error: Content is protected !!