ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟ ସରକାରଙ୍କ ଦ୍ଵାରା କାରଖାନା କତ୍ତୃପକ୍ଷ ଙ୍କ ପାଖରେ ମଜଦୁର ସଭା ର ଦାବି ଉପସ୍ଥାପିତ

ରାଜ୍ୟ ସରକାରଙ୍କ ଦ୍ଵାରା କାରଖାନା କତ୍ତୃପକ୍ଷ ଙ୍କ ପାଖରେ ମଜଦୁର ସଭା ର ଦାବି ଉପସ୍ଥାପିତ

ରାଉରକେଲା/ରାଉରକେଲା ଇସ୍ପାତ କାରଖାନା ର ଅଭିବୃଦ୍ଧି ଓ ଇସ୍ପାତ ଶ୍ରମିକ କର୍ମଚାରୀଙ୍କ ସୁବିଧା ସୁଯୋଗ ନେଇ ରାଉରକେଲା ମଜଦୁର ସଭା ଏହାର ନିରନ୍ତର ପ୍ରୟାସ ଜାରି ରଖିଛି। କାରଖାନା ର ଉତ୍ପାଦନ କ୍ଷମତା ବୃଦ୍ଧି ପାଇଁ ଏହାର ସଂପ୍ରସାରଣ ଓ ଆଧୁନିକ କରଣକୁ ନେଇ ପ୍ରସ୍ତାବିତ ଯୋଜନାକୁ ତ୍ବରାନ୍ବିତ କରିବା ପାଇଁ ସେଲ୍ କତ୍ତୃପକ୍ଷ, କେନ୍ଦ୍ର ସରକାରଙ୍କ ପାଖରେ ଦାବି ଉପସ୍ଥାପନା କରିବା ସହ ଏଥିନେଇ ରାଜ୍ୟ ସରକାର ଆବଶ୍ୟକ ସହାୟତା ପ୍ରଦାନ କରିବା ପାଇଁ ରାଉରକେଲା ମଜଦୁର ସଭା ପକ୍ଷରୁ ଓଡ଼ିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଅନୁରୋଧ କରାଯାଇଥିଲା। ଗତ ତା ୧୧/୦୩/୨୦୨୩ ରିଖରେ ମୁଖ୍ୟ ମନ୍ତ୍ରୀ ଙ୍କ କାର୍ଯ୍ୟାଳୟ ତରଫରୁ ରାଉରକେଲା ଠାରେ ହେଇଥିବା ଜଣଶୁଣାଣି କାର୍ଯ୍ୟକ୍ରମରେ ମଜଦୁର ସଭା ର ଏକ ପ୍ରତନିଧି ମଣ୍ଡଳୀ ସଭାପତି ଶଶଧର ନାୟକ ଓ ସାଧାରଣ ସମ୍ପାଦକ ଅକ୍ଷୟ କୁମାର ନାୟକ ଙ୍କ ନେତୃତ୍ୱ ରେ ୫-ଟି ସଚିବ ଶ୍ରୀ ଭି.କେ.ପାଣ୍ଡିଆନ ଙ୍କୁ ସାକ୍ଷାତ କରି ମୁଖ୍ୟ ମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। କାରଖାନାର ଆଧୁନିକୀକରଣ ଓ ସଂପ୍ରସାରଣ ସହିତ କାରଖାନାରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି, କାରଖାନା ର ନିଜସ୍ଵ ଜମିରେ ଏକ ଗୃହ ନିର୍ମାଣ ପ୍ରକଳ୍ପ, ସହରାଞ୍ଚଳ ରେ ଥିବା କାରଖାନାର ବ୍ୟବହୃତ/ଅବ୍ୟବହୃତ କ୍ୱାର୍ଟର ଗୁଡିକ କୁ ସେବା ନିବୃତ କର୍ମଚାରୀ ଙ୍କୁ ସବ୍ ଲିଜ ଭିତ୍ତିରେ ପ୍ରଦାନ କରିବା ଓ ସୁପର ସ୍ପେସିଆଲିଟୀ ହସ୍ପିଟାଲ କୁ ଇସ୍ପାତ କର୍ମଚାରୀ ଓ ସାଧାରଣ ଜନତା ଙ୍କ ସ୍ବାର୍ଥ ରେ ଉପଯୋଗ କରିବା ପାଇଁ ଏହାର ପରିଚାଳନା ରାଜ୍ୟ ସରକାର ନିଜ ହାତକୁ ନେବାନେଇ ୫ ଦଫା ଦାବି ଉପସ୍ଥାପନ କରାଯାଇଥିଲା। ରାଜ୍ୟ ସରକାର ଉପରୋକ୍ତ ପ୍ରସଙ୍ଗକୁ ବିଚାର କୁ ନେଇ ଆବଶ୍ୟକୀୟ ଅନୁଧ୍ୟାନ କରି ନିଜ ତରଫରୁ ମଜଦୁର ସଭା ର ୫ ଦଫା ଦାବି କୁ ନେଇ ରାଉରକେଲା ଇସ୍ପାତ କାରଖାନା କତ୍ତୃପକ୍ଷ ଙ୍କୁ ଅବଗତ କରାଇଛନ୍ତି ଓ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉପରୋକ୍ତ ପ୍ରସଙ୍ଗକୁ ଗୁରୁତର ସହ ବିଚାର କରି ରାଜ୍ୟ ସରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଥିବାରୁ ରାଉରକେଲା ମଜଦୁର ସଭା ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ,୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ, ରାଉରକେଲା ବିଧାୟକ ତଥା ରାଜ୍ୟ ଶ୍ରମମନ୍ତ୍ର ସାରଦା ପ୍ରସାଦ ନାୟକ, ରଘୁନାଥ ପାଲ୍ଲୀ ବିଧାୟକ ସୁବ୍ରତ ତରାଇ ଓ ସୁନ୍ଦରଗଡ଼ ଜିଲ୍ଲାପାଳ ଙ୍କ ପାଖରେ କୃତଜ୍ଞତା ଜଣାଇବା ସଙ୍ଗେ ସଙ୍ଗେ ଇସ୍ପାତ କତ୍ତୃପକ୍ଷ ତୁରନ୍ତ ଏଥିନେଇ ବିହିତ ପଦକ୍ଷେପ ଗ୍ରହଣ କରିବେ ଆଶା ପ୍ରକାଶ କରିଛି।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ତଣ୍ଡାଗୁଡାରେ ସଡ଼କ ଦୁର୍ଘଟଣାରେ ମୃତ ଦାମ୍ପତିଙ୍କ ପରିବାରକୁ ଆର୍ଥିକ ସହାୟତା

ବରଗିଡିହି ଗ୍ରାମକୁ ମୋ ଵସ ଗ୍ରାମାଞ୍ଚଳ ପରିବହନ ବସ ସେବା ସ୍ବପ୍ନ; ଵରଗିଡି ଗ୍ରାମକୁ ଗ୍ରାମାଞ୍ଚଳ ପରିବହନ ଚାଲୁ ପାଇଁ ଗ୍ରାମବାସୀଙ୍କ ଵହଳଦା ବିଡ଼ିଓଙ୍କ ଦ୍ବାରସ୍ଥ

Sunil Chandra Nayak

କନ୍ଦାଗଡ଼ ଠାରେ ମହାବିଷ୍ଣୁ ଯଜ୍ଞ ଉଦଯାପିତ

masiha

Leave a Comment

error: Content is protected !!