ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଣିପୁର ହିଂସାକୁ ଜୋରଦାର ପ୍ରତିବାଦ ,ରାଜରାସ୍ତାକୁ ଓହ୍ଲାଇଲା ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ

ଭବାନୀପାଟଣା,୨୭/୦୭( ମ ନି ସ)-ମଣିପୁରରେ ଆଦିବାସୀ କୁକି ସଂପ୍ରଦାୟ ଉପରେ ବର୍ବରୋଚିତ ଆକ୍ରମଣ ଓ ଅତ୍ୟାଚାର ସହିତ ମହିଳାଙ୍କୁ ଗଣଧର୍ଷଣ ଓ ହତ୍ୟା କରାଯିବା ଘଟଣାକୁ ନେଇ ସାରାଦେଶରେ ପ୍ରତିବାଦର ସ୍ବର ତେଜି ଉଠୁଥିବାବେଳେ ଆଜି କଳାହାଣ୍ଡିରେ ଦେଖିବାକୁ ମିଳିଛି ତୀବ୍ର ପ୍ରତିବାଦର ସ୍ବର ! ଓଡ଼ିଶାର ଅଗ୍ରଣୀ ସାମାଜିକ ଓ ବୈଚାରିକ ସଂଗଠନ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ୍ ତରଫରୁ ଆଜି ଭବାନୀପାଟଣାଠାରେ ଏକ ବିଶାଳ ବିକ୍ଷୋଭ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି ! ଫେଡେରେସନର ମହିଳା ଶାଖାର ନେତ୍ରୁତ୍ବରେ ଆୟୋଜିତ ଏଇ ଶୋଭାଯାତ୍ରାରେ ଜିଲ୍ଲାର ୧୩ଟି ବ୍ଲକ, ୩ଟି ଏନ୍ଏସି ଓ ଗୋଟିଏ ମ୍ୟୁନିିପାଲିଟି ଅଞ୍ଚଳରୁ ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ବ ମହିଳା, ପୁରୁଷ ଏଥିରେ ସାମିଲ ହୋଇଥିଲେ ! ସହରର ରେଡକ୍ରସ୍ କଲ୍ୟାଣ ମଣ୍ଡପରୁ ଏଇ ବିକ୍ଷୋଭ ଶୋଭାଯାତ୍ରା ବାହାରି ଗାନ୍ଧୀଛକ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଏଁ ଯାଇଥିଲା ! ସେଠାରେ ଦେଶର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା ! ଫେଡେରେସନର ସଭାପତି ଶ୍ରୀବତ୍ସ ତାଣ୍ଡି, ସାଧାରଣ ସଂପାଦକ ସୂର୍ଯ୍ୟନାରାୟଣ କୁମାର, କାର୍ଯ୍ୟକାରୀ ସଭାପତି ଆଶିଷରଞ୍ଜନ ନାଏକ, ଋଷିସୂଦନ ଛତ୍ରପାଲ, ରମଣୀ ଦୁରିଆ, ସୁନୀଲ ଚନ୍ଦ୍ର ଦୁରିଆ, ଉପସଭାପତି ଡୋଳେଶ୍ବର ନାଏକ, ମୁନୀଆ ସିପକା, କ୍ଷେତ୍ରମଣି ସେନାପତି, ଅଞ୍ଜୁ କୁମାର, ଓମପ୍ରକାଶ ଛତ୍ରିଆ, ଲୀନା କୁମାର, ଲମ୍ବୋଦର ନାଏକ, ସଂପାଦକ ଭୁବନେଶ୍ବର ଦୁର୍ଗା, ମୂରଲୀ ନାଏକ, ଲକ୍ଷ୍ମଣ ମେହେର, କୋଷାଧ୍ୟକ୍ଷ ଦେବେନ୍ଦ୍ର ନାଏକ, ଯୋଜନା ଓ ସମ୍ମନ୍ବୟ ବିଭାଗର ବିଭୀଷଣ ନାଏକ, ଯୁବ ବିଭାଗର ସଭାପତି ଚନ୍ଦନ ନାଏକ, କାର୍ଯ୍ୟକାରୀ ସଭାପତି ମାଧବ ସୁନାନୀ, ଧର୍ମଗଡ଼ ଉପଖଣ୍ଡ ସଭାପତି ଢଗମାଳି ନାଏକ, ଭବାନୀପାଟଣା ଟାଉନ ସଭାପତି ସଞ୍ଜୟ ସୁନାନୀ, ସାମାଜିକ ବିଭାଗ ମୁଖ୍ୟ ରେଣୁକା ଛତ୍ରିଆ, ଆଇନ ବିଭାଗର ଚିତ୍ତରଞ୍ଜନ ନିଆଲ, କୁମୁଦ ଚନ୍ଦ୍ର ନାଏକ, ଛାତ୍ର ବିଭାଗର ନିରଞ୍ଜନ ନାଏକ, ମିଡିଆ ବିଭାଗର ରଜନୀକାନ୍ତ ସମର୍ଲିଆ, ଫେଡେରେସନର ଉପଦେଷ୍ଟା ଲିଙ୍ଗରାଜ ଆଜାଦ, ପ୍ରେମାନନ୍ଦ ବାଗ, ଗୋବର୍ଦ୍ଧନ ବାଗ, ବିଶ୍ବନାଥ କର, ତ୍ରିନାଥ ନାଏକ, କାମରାଜ ନାଏକ, ଦୁଃଖୀ କୁମାର, ପ୍ରୁଥୀରାଜ ଛତ୍ରିଆ, ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ ! ଫେଡେରେସନର ମହିଳା ଶାଖାର ଉପଦେଷ୍ଟା ଏସ୍. ସୁଜାତା, ମହିଳା ବିଭାଗ ମୁଖ୍ୟ ବିଜୟାଲକ୍ଷ୍ମୀ ସ୍ବର୍ଣ୍ଣ, ସବ୍ୟାରାଣୀ ବାଗ, ସଂପାଦିକା ଉଷାରାଣୀ ବାଗ, ଅମ୍ରୁତାଞ୍ଜଳି ବାଗ, ପଞ୍ଚାୟତିରାଜ ବିଭାଗର କବିତା ବାଗ, ଆରତୀ ନାଏକ, ସ୍ନେହଲତା ଦୁର୍ଗା, ଅହଲ୍ୟା ନାଏକ, ଜୟନ୍ତୀ ଛତର, ଏସ୍. ସରିତା ରାଓଙ୍କ ସମେତ ମହିଳା ଶାଖାର ନେତ୍ରୁତ୍ବରେ ସମଗ୍ର ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଏକ ହଜାରରୁ ଉର୍ଦ୍ଧ୍ବ ମହିଳା, ପୁରୁଷ ସାମିଲ ଏଥିରେ ହୋଇଥିଲେ ! ସେହିପରି ଫେଡେରେସନର ପ୍ରତିବାଦ ଶୋଭାଯାତ୍ରାକୁ ସମର୍ଥନ ଜଣାଇ ବହୁଜନ ମୁକ୍ତି ମୋର୍ଚ୍ଚାର ମହେନ୍ଦ୍ର ଧଙ୍ଗଡ଼ାମାଝୀ, କମଳିନୀ ଯାଦବ, ଜିଲ୍ଲା ସଭାପତି ଲବ କରୁଆଁ, ଆଦିବାସୀ ସଂଘର ପ୍ରକାଶ ମାଝୀ, ହରିଶଙ୍କର ମାଝୀ, ବହୁଜନ ସଂଗ୍ରାମ ସମିତିର ସଭାପତି ରଞ୍ଜନ ଜାଲ, ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦର ସଭାପତି ସନ୍ତୋଷ ନାଏକଙ୍କ ନେତ୍ରୁତ୍ବରେ ଅନ୍ୟମାନେ ଏଥିରେ ସାମିଲ ହୋଇଥିଲେ ! ଏଥିରେ ଫେଡେରେସନର କେସିଙ୍ଗା ବ୍ଲକର ଗୋପାଳ ନାଏକ, କର୍ଲାମୁଣ୍ଡା ବ୍ଲକ ଉପଦେଷ୍ଟା ମହେଶ୍ବର ସୁନା, ଲାଞ୍ଜିଗଡ଼ ବ୍ଲକ ସଭାପତି ଜଗଦୀଶ ବେନିଆଁ, କାର୍ଯ୍ୟକାରୀ ସଭାପତି ହରିହର କୁମାର, ନର୍ଲା ବ୍ଲକର ଅଭିରାମ ମହାନନ୍ଦ, ଅଭୟ ନାଏକ, ମନୋହର ନାଏକ, ପ୍ରଦୀପ ଛତ୍ରିଆ, ଗୋବିନ୍ଦ ତାଣ୍ଡି, ମନୋଜ କରୁଆଁ, କେଶରୀ ବାଗ, ଦେବାଶିଷ କୁମାର, କୋକସରା ବ୍ଲକର ପ୍ରଧାନୀ ବାଗ, ପ୍ରବୀଣ ପାଣିଗ୍ରାହୀଙ୍କ ସମେତ ଅନ୍ୟମାନେ ସହଯୋଗ କରିଥିଲେ !

ସୁଶିଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଓଲଟିଲା ଟ୍ୟାଙ୍କର ୩ଘଣ୍ଟା ଧରି ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ,ଅଳ୍ପକେ ବର୍ତ୍ତିଲେ ଚାଳକ

masiha

ବଥର୍ଲା ରେ ରାଜ୍ୟସଭା ସାଂସଦ ଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

masiha

ନୂଆଖାଇ ଭେଟଘାଟ

masiha

Leave a Comment

error: Content is protected !!