ବାଲେଶ୍ଵର,୨୭/୭/୨୩- ବର୍ତ୍ତମାନ ସମାଜ ପାଇଁ ଗଦ୍ୟ ସାହିତ୍ୟର ବିକାଶ ନିତ୍ଯାନ୍ତ ପ୍ରୟୋଜନ ମନେହୋଇଛି । ପଦ୍ଯ ସାହିତ୍ୟ ପ୍ରତି କବି ଓ ଲେଖକ ମାନଙ୍କର ଆଗ୍ରହ ଅଧିକ ଥିବାର ଜଣାଯାଇଛି । ପ୍ରାୟ ବହୁତ କମ୍ କବି ଲେଖକ ଗଦ୍ୟ ସାହିତ୍ୟ ପ୍ରତି ମନଧ୍ଯାନ ଦେଉଥିବାର ବିଭିନ୍ନ ସାହିତ୍ୟ ଅନୁଷ୍ଠାନକୁ ଅନୁଧ୍ୟାନ କରିବାରେ ଜଣାପଡିଛି । ତେଣୁ ଗଦ୍ୟ ସାହିତ୍ୟର ବିକାଶ ଧୀରେ ଧୀରେ କମିଯାଉଥିବାର ଲକ୍ଷ୍ୟକରି ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ଆଳଦା,ଖଇରା,ବାଲେଶ୍ଵର ଗତ ୨୦୧୯ ମସିହାରେ ଗଠିତ ହୋଇଛି । ଯାହାର ପ୍ରତିଷ୍ଠାତା ଓ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା । ଏ ଅନୁଷ୍ଠାନର ଲକ୍ଷ୍ୟ ଗଦ୍ୟ ସାହିତ୍ୟର ଉନ୍ନତି । ଏଥିପାଇଁ ମୋ ଅନୁଷ୍ଠାନ ସର୍ବଦା ଗଦ୍ୟ ସାହିତ୍ୟକୁ ପ୍ରାଧାନ୍ୟ ଦେଇଚାଲିଛି । ମୋ ଅନୁଷ୍ଠାନ ଫେସବୁକ୍ ଗୃପ୍ ଏବଂ ହ୍ଵାଟ୍ସଆପ୍ ଗୃପରେ ଗଦ୍ୟ ସାହିତ୍ୟର ପ୍ରତିଯୋଗିତା ହୋଇଥାଏ, କବି ଓ ଲେଖକ ମାନଙ୍କୁ ଗଦ୍ୟ ସାହିତ୍ୟ ପ୍ରତି ଆକୃଷ୍ଟ କରିବା ପାଇଁ । ପ୍ରତିଯୋଗୀ ମାନଙ୍କୁ ପ୍ରମାଣ ପତ୍ର ସହିତ ଅର୍ଥ ରାଶି ମଧ୍ୟ ପ୍ରଦାନ କରାଯାଇଥାଏ ସାହିତ୍ୟ ପ୍ରତି ଆଗ୍ରହ ପ୍ରକାଶ ପାଇଁ । ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରେ ବସବାସ କରୁଥିବା ଓଡିଆ ସାହିତ୍ୟ ବନ୍ଧୁମାନେ ଅଂଶ ଗ୍ରହଣ କରି ବେଶ ଆନନ୍ଦ ଅନୁଭବ କରିବା ସହିତ ଅନ୍ୟ ମାନଙ୍କୁ ନିଜର ସୃଷ୍ଟି ପଢିବାର ସୁଯୋଗ ଦେଇଥାନ୍ତି । ଏହାଏକ ସରକାରୀ ପଞ୍ଜିକୃତ ଅନୁଷ୍ଠାନ ଅଟେ । ପ୍ରତ୍ୟେକ ବର୍ଷ ଡିସେମ୍ବର ମାସରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥାଏ । ବେଳେବେଳେ କବିତା ପ୍ରତିଯୋଗିତାକୁ ମଧ୍ୟ ଆଦର କରିଥାଏ ଅନୁଷ୍ଠାନ । ଏଥିରେ ମଧ୍ୟ ପ୍ରମାଣ ପତ୍ର ପୁରଷ୍କାର ରାଶିର ବ୍ଯବସ୍ଥା ହୋଇଥାଏ । ଅନୁଷ୍ଠାନର ଗଦ୍ୟ ଓ ପଦ୍ଯ ପ୍ରତିଯୋଗିତା କାର୍ଯ୍ୟକ୍ରମରେ ମୁଗ୍ଧ ହୋଇ ବିଭିନ୍ନ ସାହିତ୍ୟ ଅନୁରାଗି ମାନଙ୍କୁ ଠାରୁ ପୁରଷ୍କାର ରାଶି ମିଳିଥାଏ, ଯାହା ଅନୁଷ୍ଠାନ ସେମାନଙ୍କୁ ପ୍ରଦାନ କରିଥାଏ । ଧୀରେ ଧୀରେ ସାହିତ୍ୟ ବନ୍ଧୁ ମାନଙ୍କ ସଙ୍ଖ୍ଯା ବଢ଼ିବାରେ ଲାଗିଛି । ଏହା ଏକ ସାହିତ୍ୟ ଶିକ୍ଷା ଓ ବିକାଶର ଅନୁଷ୍ଠାନ ହୋଇଥିବାରୁ କବି ଓ ଲେଖକ ମାନଙ୍କର ଲକ୍ଷ୍ୟ ଏହି ଅନୁଷ୍ଠାନରେ ସାମିଲ ହେବା । ଗଦ୍ୟ ସାହିତ୍ୟ ସାହିତ୍ୟର ଉନ୍ନତି ପାଇଁ ଅନୁଷ୍ଠାନ କେବେ କାହାରିକୁ କୌଣସି ପ୍ରକାର ଅର୍ଥ ଦାବି କରିନାହିଁ କିମ୍ବା କରିବାର ମନୋବୃତତ୍ତି ରଖିନାହିଁ । ଗଦ୍ୟ ସାହିତ୍ୟର ଉନ୍ନତି ଓ ବିକାଶ ସମ୍ପାଦକଙ୍କର ଏକ ନିଶାରେ ପରିଣତ ହୋଇ ଥିବାରୁ ନିଜର ସ୍ବ ଅର୍ଜିତ ଅର୍ଥରେ ଅନୁଷ୍ଠାନକୁ ଆଗେଇ ନେଇ ଚାଲିଛନ୍ତି । ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର କଥା ଅନୁଷ୍ଠାନ ଆଜିବନ ମେମ୍ବର ମାନଙ୍କ ମଧ୍ୟରୁ ମନୋନୀତ ସାହିତ୍ୟ ବନ୍ଧୁ ମାନଙ୍କୁ ସାହିତ୍ୟ ପ୍ରୋତ୍ସାହନ ରାଶି ପ୍ରଦାନ କରୁଛି । ଗୋଟିଏ ଥର ପ୍ରଦାନ ପରେ ଅର୍ଥ ଅଭାବରୁ ଦିଆଯାଇ ନାହିଁ, ଆଗାମୀ ଦିନରେ ମାସିକ ପରିବର୍ତ୍ତେ ବାର୍ଷିକ ସାହିତ୍ୟ ପ୍ରୋତ୍ସାହନ ଦିଆଯିବ ବୋଲି ସ୍ଥିର ହୋଇଛି । ଏଥିପାଇଁ କୌଣସି ବ୍ଯକ୍ତି ଟଙ୍କାଟିଏ ବି ଦିଅନ୍ତି ନାହିଁ, ସମ୍ପାଦକ ନିଜର ପରିଶ୍ରମ ଅର୍ଥରୁ ପ୍ରଦାନ କରିଥାନ୍ତି ଗଦ୍ୟ ସାହିତ୍ୟର ନିଶା ପାଇଁ । ଅନୁଷ୍ଠାନ ଆଜି ଗର୍ବିତ ଯେ ଏହି ଅନୁଷ୍ଠାନରୁ ଶିକ୍ଷାଲାଭ କରି ଅନ୍ୟ ସାହିତ୍ୟ ଅନୁଷ୍ଠାନରେ ବିଚାରପତି ହୋଇପାରିଛନ୍ତି । ପ୍ରତିଯୋଗୀ ମାନଙ୍କ ସୃଷ୍ଟି ଗୁଡିକୁ ଅନୁଷ୍ଠାନ ବ୍ଯତିତ ବିଭିନ୍ନ ପତ୍ର ପତ୍ରିକାରେ ମଧ୍ୟ ସ୍ଥାନ ଦେଵାରେ ଭୂମିକା ଗ୍ରହଣ କରିଥାଏ ଅନୁଷ୍ଠାନ, କେବଳ ସାହିତ୍ୟ ବନ୍ଧୁ ମାନଙ୍କ ପରିଚୟ ଓ ନିଜସ୍ୱ ସୃଷ୍ଟିର ବିକାଶ ପାଇଁ । ଏହିପରି ଗଦ୍ୟ ସାହିତ୍ୟର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରି ଚାଲିଛି ଅନୁଷ୍ଠାନ । ଅନୁଷ୍ଠାନକୁ ଆଗେଇ ନେବା ପାଇଁ ଯେଉଁ ସାହିତ୍ୟ ବନ୍ଧୁମାନେ ଦିନରାତି ଅକ୍ଳାନ୍ତ ପରିଶ୍ରମ କରି ସାହିତ୍ୟ ସୃଷ୍ଟି କରିଚାଲିଛନ୍ତି, ସେମାନଙ୍କୁ ସମ୍ପାଦକ ତଥା ଅନୁଷ୍ଠାନ ତରଫରୁ ଅଶେଷ ଅଶେଷ ଅଭିନନ୍ଦନ ଓ ଶୁଭେଚ୍ଛା । ଆସନ୍ତୁ ଏହି ଅନୁଷ୍ଠାନରେ ସାମିଲ ହୁଅନ୍ତୁ, ଗଦ୍ୟ ସାହିତ୍ୟର ଉନ୍ନତି ପାଇଁ ସହାୟକ ହୁଅନ୍ତୁ ବୋଲି ସାହିତ୍ୟ ବନ୍ଧୁ ମାନଙ୍କୁ ଆହ୍ୱାନ କରିଛନ୍ତି ସମ୍ପାଦକ ।।