ଜିଲ୍ଲାପାଳ ଙ୍କ ତେନ୍ତୁଳିଖୁଣ୍ଟି ବ୍ଲକ କାର୍ଯ୍ୟାଳୟ ରେ ସମୀକ୍ଷା,ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ ଓ ଇନ୍ଦ୍ରାବତୀ ପ୍ରକଳ୍ପ ଡାକ୍ତରଖାନା ପରିଦର୍ଶନ ତଥା ସ୍ଥିତି ଯାଞ୍ଚ
ତେନ୍ତୁଳିଖୁଣ୍ଟି -୦୮/୦୮/୨୫ — ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ତେନ୍ତୁଳିଖୁଣ୍ଟି ବ୍ଲକ ଗସ୍ତ ରେ ଆସି ପଞ୍ଚାୟତ ସମିତି କାର୍ଯ୍ୟ।ଳୟ,ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ,ଇନ୍ଦ୍ରାବତୀ ପ୍ରକଳ୍ପ ମେଡିକାଲ, ମେଗା ଜଳ ଯୋଗାଣ ପ୍ରକଳ୍ପ ,ପ୍ରସ୍ତାବିତ ଇକୋ ପାର୍କ ସ୍ଥାନ ପରିଦର୍ଶନ ତଥା ସମୀକ୍ଷା କରିଛନ୍ତି ।
ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ବିଡ଼ିଓ ମନୋଜ ପାଣିଗ୍ରାହୀ ତଥା କାର୍ଯ୍ୟଳୟ କର୍ମଚାରୀ ଜିଲ୍ଲାପାଳ ଡକ୍ଟର ସ୍ୱାଇଁ ଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ବ୍ଲକ କାର୍ଯ୍ୟାଳୟ ରେ ସମୀକ୍ଷା କରିଥିଲେ । ଏହାପରେ ଖାତିଗୁଡ଼ା ସ୍ଥିତ ଇନ୍ଦ୍ରାବତୀ ଡେମ ସର୍କଲ ଦ୍ଵାରା ପରିଚାଳିତ ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ ରେ ଯାଇ ସମୀକ୍ଷା କରିବା ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ବିଦ୍ୟାଳୟ ରେ ବିଜ୍ଞାନ ଶିକ୍ଷକ ସମସ୍ୟା , ଶ୍ରେଣୀ ଗୃହ ସମସ୍ୟା ,ପାଣି ସମସ୍ୟା,ରୋଷେଇ ଗୃହ ,ଡାଇନିଂ ଗୃହ ,ଖେଳ ପଡିଆ ପାଇଁ ପାଚେରୀ , କାନ୍ଥ ସିଂଙ୍କ
ହେଉଥିବା ସମସ୍ୟା ,ଭାଙ୍ଗି ଯାଇଥିବା ଶ୍ରେଣୀ ଗୃହ ଅପସାରଣ ଆଦି ଆଲୋଚନା ରେ ସ୍ଥାନ ପାଇଥିଲା। କିଛି ସମସ୍ୟା କୁ ବିଡ଼ିଓ ମନୋଜ କୁମାର ପାଣିଗ୍ରାହୀ ଙ୍କୁ ବ୍ଲକ ର ବିଭିନ୍ନ ଉତ୍ସ ର ଅର୍ଥ ରେ ସମାଧାନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହି ସମୟରେ ଜିଲ୍ଲା ଶିକ୍ଷାଧିକାରୀ ଛତ୍ରପତି ସାହୁ,ବ୍ଲକ ଶିକ୍ଷାଧିକାରୀ ସୁଦୀପ୍ତ ଦାସ ,ଏ ବି ଇ ଓ ମୋହନ ମଧୁସୂଦନ ବାଗ , ପୋଡ଼ାଗଡ଼ ବନ୍ଧ ବିଭାଗ ନିର୍ବାହୀ ଯନ୍ତ୍ରୀ ନେଲସନ ତାଡିଙ୍ଗି , ସହକାରୀ ଯନ୍ତ୍ରୀ ରଜତ କୁମାର ପାତ୍ର , ସେକ୍ସନ ଅଫିସର ଏସ ଚନ୍ଦ୍ରଶେଖର , ପ୍ରଧାନ ଶିକ୍ଷକ ସର୍ବେଶ୍ଵର ବେହେରା, ବ୍ଲକ ର ବିଦ୍ୟାଳୟ ର ପୂର୍ବତନ ଛାତ୍ର ତଥା ଇନ୍ଦ୍ରାବତୀ ନାଗରିକ ମଞ୍ଚ ର ସଦସ୍ୟ ସମେତ ସହକାରୀ ନିର୍ବାହୀ ଯନ୍ତ୍ରୀ ଗୋବିନ୍ଦ କହଁର, କନିଷ୍ଠ ଯନ୍ତ୍ରୀ ଉମାଶଙ୍କର ସାହାଣୀ ,ବ୍ରଜ ଶଙ୍କର ମହାଙ୍କୁଡ ଉପସ୍ଥିତ ଥିଲେ। ଏହାପରେ ପ୍ରକଳ୍ପ ଡାକ୍ତରଖାନା ଯାଇ ସମୀକ୍ଷା କରିବା ସହ ସମସ୍ୟା ସମ୍ପର୍କରେ ପଚାରି ବୁଝି ଥିଲେ । ୩୨ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ହୋଇଥିବାରୁ ଏହାକୁ ଏରିଆ ଡାକ୍ତରଖାନା ମାନ୍ୟତା ଦେବା ସହ ମେଡ଼ିକାଲ ଚବିଶ ଘଣ୍ଟିଆ କରିବା, ଜନନୀ ସୁରକ୍ଷା ଯୋଜନା ସେଲ ଖୋଲି ଗର୍ଭବତୀ ଙ୍କ ପାଇଁ ଚିକିତ୍ସା ସୁବିଧା କରିବା ,ଅତିରିକ୍ତ ଦୁଇ ଜଣ ଡାକ୍ତର ଓ ଏକ୍ସ୍ ରେ ଟେକ୍ନିଶିଆନ, ଆଟେଡାଣ୍ଟ ଆଦି ଯୋଗାଇବା ପାଇଁ ମତ ରଖିଥିଲେ। ପ୍ରକଳ୍ପ ପରି ଚାଳିତ ହୋଇଥିବାରୁ ଅବ୍ୟବସ୍ଥା ହୋଇ ରହିଛି ବୋଲି କହିଥିଲେ। ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ କୁ ବିଦ୍ୟାଳୟ ଓ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କୁ ୩୨ ଶଯ୍ୟା ବିଶିଷ୍ଟ ମେଡିକାଲ ହସ୍ତାନ୍ତର ପରେ ସମସ୍ତ ସମସ୍ୟା ସମାଧାନ ହୋଇ ପାରିବ ବୋଲି କହିଥିଲେ। । ଇନ୍ଦ୍ରାବତୀ ଶ୍ମଶାନ ସମସ୍ୟା ସମ୍ପର୍କରେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ସଦାଶିବ ଜାନୀ କହିବାରୁ ଜିଲ୍ଲାପାଳ ଡକ୍ଟର ସ୍ୱାଇଁ ଆଦର୍ଶ ଶ୍ମଶାନ ଯୋଜନା ରେ ବିକଶିତ କରିବାକୁ କହିଥିଲେ। ଅଧିକ ଡାକ୍ତର ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କ ସହ ଆଲୋଚନା କରିବେ ବୋଲି କହିଥିଲେ। ମେଡିକାଲ ରେ ଆଲୋଚନା ବେଳେ ତେନ୍ତୁଳିଖୁଣ୍ଟି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ର ଭାର ପ୍ରାପ୍ତ ଚିକିତ୍ସା ଅଧିକାରୀ ସମଲେଇ ପ୍ରସାଦ ପଣ୍ଡା, ବି ପି ଓ ପୀତବାସ ଗାହାଣ , ଡି ପି ଏମ ଶ୍ମଶାନ ପାଇଁ ବିଧାୟକ ଗୌରୀ ଶଙ୍କର ମାଝୀ ୧୬ ଲକ୍ଷ ଟଙ୍କା ର ପ୍ରୋଜେକ୍ଟ ମାଗିଥିବା ରୁ ତାଙ୍କୁ ଦିଆ ଯାଇଛି ବୋଲି ବିଡ଼ିଓ କହିଥିଲେ।
ଗୋବର୍ଦ୍ଧନ ସାହୁ , ତେନ୍ତୁଳିଖୁଣ୍ଟି

