ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ୟୁଏଏସ ବାତିଲ ଦାବିରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ଦାବିପତ୍ର। ଦାବୀ ପୂରଣ ନ ହେଲେ ଆନ୍ଦୋଳନ ଚେତାବନୀ

ଧର୍ମଗଡ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ୟୁଏଏସ ବାତିଲ ଦାବିରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ଦାବିପତ୍ର

ଦାବୀ ପୂରଣ ନ ହେଲେ ଆନ୍ଦୋଳନ ଚେତାବନୀ

ୟୁଏଏସ ବାତିଲ ଦାବିରେ ଧର୍ମଗଡ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

ରାଜ୍ୟ ସରକାର ଅନଲାଇନ୍ ରେ ଶିକ୍ଷକ, ଛାତ୍ର ଛାତ୍ରୀଙ୍କ ଉପସ୍ଥାପନା ଓ ତଥ୍ୟ ଠିକ୍ ସମୟରେ ପ୍ରଦାନ କରିବା ପାଇଁ ୟୁଏଏସ ଲାଗୁ କରିବାକୁ ଯାଉଛନ୍ତି। ବିଦ୍ୟାଳୟରେ ଆବଶ୍ୟକୀୟ ଭିଭିଭୂମି ନଥାଇ ୟୁ.ଏ.ଏସ୍ ଲାଗୁ କରିବା ବିଭାଗୀୟ ଦୂରଦୃଷ୍ଟିର ଅଭାବ ବୋଲି କଳାହାଣ୍ଡି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ଦାବି କରିଥିବା ବେଳେ ଏହି ପରିପ୍ରେକ୍ଷୀରେ ଧର୍ମଗଡ ଶିକ୍ଷକ ସଙ୍ଘ ପକ୍ଷରୁ ଧର୍ମଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ଅନୁପସ୍ଥିତି ରେ ଧର୍ମଗଡ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅରୂପାନନ୍ଦ ଭୋଇ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ସମସ୍ତ ପ୍ରକାର ଭିତ୍ତି ଭୂମି ଓ ପ୍ରଧାନ ଶିକ୍ଷକ,ଅନ୍ୟାନ୍ୟ ଶିକ୍ଷକ ପଦବୀ ପୂରଣ ନ ହେବା ଯାଏଁ ୟୁ ଏ ଏସ ବ୍ୟବସ୍ଥା ସ୍ଥଗିତ ରଖାଯିବା, ପ୍ରାଥମିକ ଶିକ୍ଷକ ମାନଙ୍କୁ ବିନା ଓଟିଇଟି ପରୀକ୍ଷାରେ ପଦୋନ୍ନତି ପ୍ରଦାନ, ପ୍ରାଥମିକ ଶିକ୍ଷକ ମାନଙ୍କୁ ଅବିକଳ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ,ପ୍ରାଥମିକ ବିଦ୍ୟାଳୟ ରେ ନିୟୋଜିତ ଠିକା ଶିକ୍ଷକ ଙ୍କୁ ନିୟମିତ କରିବା ଭଳି ବିଭିନ୍ନ ଦାବୀ ଧର୍ମଗଡ ଶିକ୍ଷକ ସଂଘ ପକ୍ଷରୁ କରାଯାଇଛି ଦଶିକ୍ଷକ ସଂଘର ସଭାପତି କ୍ଷେତ୍ର ମୋହନ ମାଝୀ, ସମ୍ପାଦକ ଆଶିଷ ପ୍ରଧାନୀ, ଜିଲ୍ଲା ସାଙ୍ଗଠନିକ ସମ୍ପାଦକ ପଦ୍ମ ଲୋଚନ ନାଏକ, ଲଳିତ ନାଏକ, ଉଦେ ପ୍ରସାଦ ଜାଲ, ଦୁଲ୍ଲଭ ପଟେଲ, ପ୍ରଭାତ କୁମାର ବାଗ, ବଟକୃଷ୍ଣ ପାତ୍ର, ରୋଜି ଧରୁଆ, ଦେବ ମଣି ସାହୁ, ବିନୋଦ ବିହାରୀ ବାଗ, ଶିଶୁପାଳ ଦୁର୍ଗା, ସମେତ ଅନେକ ଶିକ୍ଷକ ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ମାଁ ପେଣ୍ଡ୍ରାଣୀ ମନ୍ଦିରର ନୁତନ କମିଟି ଗଠନ 

masiha

ପ୍ରାଥମିକ ଶିକ୍ଷକ (ଏକ୍ସ -କ୍ୟାଡ଼ର )ମାନଙ୍କ ଧାରଣା 42 ଦିନରେ

masiha

ଶତାୟୁ,ପିଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳରେ ଶିଶୁ ଦିବସ -୨୦୨୫ ପାଳିତ

Sunil Chandra Nayak

Leave a Comment

error: Content is protected !!