ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ଲାଷ୍ଟିକ୍ ବୋତଲ ଓ ପ୍ଲାଷ୍ଟିକ୍ ଜାରକିନ୍ ରେ ତେଲ ବନ୍ଦ୍ ନିଷ୍ପତ୍ତିର ପୁନଃ ବିଚାର କରିବା ପାଇଁ ହେଉଛି ଦାବୀ

ପ୍ଲାଷ୍ଟିକ୍ ବୋତଲ ଓ ପ୍ଲାଷ୍ଟିକ୍ ଜାରକିନ୍ ରେ ତେଲ ବନ୍ଦ୍ ନିଷ୍ପତ୍ତିର ପୁନଃ ବିଚାର କରିବା ପାଇଁ ହେଉଛି ଦାବୀ 

ଲୁହା ବାଲଟି ଓ ଗରିଆରେ ନେଉଛନ୍ତି ପେଟ୍ରୋଲ୍ ଓ ଡିଜେଲ୍ 

ରୁପ୍ରା, ୨୪/୭ (ଅଜୟ ସେନାପତି ) : ଫକୀର ମୋହନ କଲେଜ୍ ଛାତ୍ରୀ ପେଟ୍ରୋଲ ଢାଳି ଆତ୍ମଦାହ ଘଟଣାକୁ ନେଇ ରାଜ୍ୟ ସରକାର ପ୍ଲାଷ୍ଟିକ୍ ବୋତଲ ଓ ପ୍ଲାଷ୍ଟିକ୍ ଜାରକିନ୍ ରେ ତେଲ ଦେବା ବନ୍ଦ୍ ନିଷ୍ପତ୍ତିର ପୁନଃ ବିଚାର କରିବା ପାଇଁ ଚାଷୀମାନେ ଦାବୀ ଉପସ୍ଥାପନ କରିଛନ୍ତି। ବର୍ତ୍ତମାନ ଖରିଫ୍ ଚାଷ ପାଇଁ କଳ ଲଙ୍ଗଳ ତଥା ଟ୍ରାକ୍ଟର ବ୍ୟବହାର ହେଉଥିବା ବେଳେ ଇନ୍ଧନ ପାଇଁ ପେଟ୍ରୋଲ ଓ ଡିଜେଲର ଆବଶ୍ୟକ ହେଉଛି, ସେହିପରି ଡିଜେଲ୍ ପମ୍ପ୍ ଓ ଜେନେରେଟର ପାଇଁ ମଧ୍ୟ ଉକ୍ତ ଇନ୍ଧନର ଆବଶ୍ୟକ ହେଉଛି। ଏପରି ସ୍ଥଳେ ପେଟ୍ରୋଲ୍ ପମ୍ପକୁ ଯାଇ ଗ୍ରାହକ ହଟହଟା ହେଉଛନ୍ତି। ତେଣୁ ପ୍ଲାଷ୍ଟିକ୍ ଜାରକିନ୍ ର ବିକଳ୍ପ ଭାବେ ଲୁହା ତଥା ଷ୍ଟିଲ୍ ଗରିଆ ବାଲଟି ନେଇ ପେଟ୍ରୋଲ ପମ୍ପରୁ ପେଟ୍ରୋଲ  ଓ ଡିଜେଲ ଆଣୁଥିବାର ଦୃଶ୍ୟ ଆଜି ଏକ ପେଟ୍ରୋଲ୍ ପମ୍ପରେ ଦେଖିବାକୁ ମିଳିଥିଲା। 

ତେବେ ସରକାରଙ୍କ ଉକ୍ତ ତେଲ ବନ୍ଦ୍ ନିଷ୍ପତ୍ତିକୁ କଟାକ୍ଷ କରି ଲୋକେ କହୁଛନ୍ତି FM କଲେଜ୍ ଛାତ୍ରୀ ପେଟ୍ରୋଲ୍ ଢାଳି ହୋଇ ଆତ୍ମଦାହ କରିଥିବା ଯୋଗୁଁ ଜାରକିନ୍ ଓ ପ୍ଲାଷ୍ଟିକ୍ ବୋତଲରେ ପେଟ୍ରୋଲ୍ ଓ ଡିଜେଲ୍ ଦେବା ବନ୍ଦ୍ କରିଥିବା ବେଳେ ବିଷପିଇ, ଫାଶୀ ଲଗାଇ, ଚଳନ୍ତା ଟ୍ରେନ୍ ସାମନାକୁ ଡେଇଁ, ନଦୀ ଗର୍ଭକୁ ଡେଇଁ, ମାତ୍ରାଧିକ ଔଷଧ ସେବନ କରି ଇତ୍ୟାଦି ଅନେକ ପ୍ରକାରେ ଆତ୍ମହତ୍ୟା ବାଟ ଆପଣେଇ ଥାଆନ୍ତି, ଏବାବଦରେ ସରକାର କି ନିଷ୍ପତି ନେଉଛନ୍ତି  ?ଏଣୁ ଉକ୍ତ ତେଲ ବନ୍ଦ୍ ନିଷ୍ପତ୍ତିକୁ ଗ୍ରାହକ ମାନେ ବିରୋଧ କରିବା ସହିତ ଏହାର ପୁନଃ ପ୍ରଚଳନ କରିବା ପାଇଁ ଦାବି ହେଉଛି। 

Related posts

ଓଡିଶା କୃଷକ ସେବାଙ୍କ ୭ ଗୋଟି ଦାବିକୁ ନେଉ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଜଣାଇଲେ

masiha

ମାଳିଗାଁ ଗ୍ରାମ ପଞ୍ଚାୟତ ଠାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ

masiha

ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ୩ ଦଫା ଦାବିପତ୍ର

Sunil Chandra Nayak

Leave a Comment

error: Content is protected !!