ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁଇ ବରିଷ୍ଠ ଅଧିକାରୀ ଙ୍କୁ ସାମ୍ବାଦିକ ସଂଘର ସ୍ୱାଗତ ସମ୍ବର୍ଦ୍ଧନା

ଜୁନାଗଡ଼,୨୭/୭(ମ ନି ସ) ଜୁନାଗଡ଼ରେ ନୂତନଭାବେ ଯୋଗ ଦେଇଥିବା ଦୁଇ ପ୍ରମୁଖ ପ୍ରଶାସନିକ ଅଧିକାରୀଙ୍କ ସାମ୍ବାଦିକ ସଂଘ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇ ଏ ଅଞ୍ଚଳର ସମସ୍ୟା ଉପରେ ଆଲୋଚନା କରାଯାଇଥିଲା।ଏହି ଅବସରରେ ସାମ୍ବାଦିକ ସଂଘର ସଭାପତି ହିମାଂଶୁ ବରାଡ଼ଙ୍କ ନେତୃତ୍ୱରେ ନୂତନଭାବେ ଯୋଗ ଦେଇଥିବା ବିଡ଼ିଓ ଦେବାଶିଷ କରଙ୍କୁ ତାଙ୍କ ଅଫିସରେ ଭେଟି ସଂଘ ତରଫରୁ ସ୍ୱାଗତ।ସମ୍ବର୍ଦ୍ଧନା ଦିଆଯାଇଥିଲା ଏଥିସହ ଏ ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା।ଏହାପରେ ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦରେ ନୂତନଭାବେ ଯୋଗ ଦେଇଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରେମଲାଲ ହିଆଳଙ୍କୁ କାର୍ଯ୍ୟାଳୟ ପରିସରରେ ସଂଘ ପକ୍ଷରୁ ଭେଟି ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।ଏଥିସହ ଜୁନାଗଡ଼ରେ ଡ୍ରେନ, ପରିମଳ ଓ ସାମ୍ବାଦିକ ଭବନ ଉପରେ ଆଲୋଚନା କରାଯାଇଥିଲା। ଏହି ଦୁଇ ବରିଷ୍ଠ ପ୍ରଶାସନିକ ଅଧିକାରୀ ଏଅଂଚଳର ଉନ୍ନତି ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ପ୍ରତିଶୃତି ଦେଇଥିଲେ।ଏଥିରେ ସଂଘର ସମ୍ପାଦକ ନରେନ୍ଦ୍ର କ୍ଷୀତି, ଉପଦେଷ୍ଟା ସଂନ୍ତୋଷ ସିଂହଦେଓ, ଖଗେଶ୍ୱର ଧ ଙ୍ଗଡା ମାଝୀ, ବିଭୁପ୍ରସାଦ ପାଢ଼ୀ, କୁମରମଣି ଦୁର୍ଗା, ରଜନୀ ମିଶ୍ର, ବ୍ୟୋମକେଶ ପୁରୋହିତ ଓ ସଂଘର ଅନେକ ସଦସ୍ୟ ଉପସ୍ଥିତ ରହି ଥିଲେ।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ରାଇରଙ୍ଗପୁର ମାରଓ୍ବାଡି ଯୁବମୋର୍ଚ୍ଚା ତରଫରୁ ପ୍ରତିମାସ ଅମାବାସ୍ୟାରେ ଅନ୍ନ ସେବା ଵଣ୍ଟନ

Sunil Chandra Nayak

ସରେଇପାଲି ରେ ରାଜ୍ୟ ସ୍ତରୀୟ ଆଦିବାସୀ ସମ୍ମିଳନୀ

masiha

ପୁଣି ଭାରରେ ବୁହାହେଲେ ରୋଗୀ ୩ କିମି 

Sunil Chandra Nayak

Leave a Comment

error: Content is protected !!