ତେନ୍ତୁଳିଖୁଣ୍ଟି ପଂଚାୟତ ସମିତି ର ଚତୁର୍ଥ ସାଧାରଣ ବୈଠକ
ତେନ୍ତୁଳିଖୁଣ୍ଟି ୦୧/୦୩/୨୪ // ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ପଂଚାୟତ ସମିତି ର ଚତୁର୍ଥ ସାଧାରଣ ବୈଠକ ଆଜି ତେନ୍ତୁଳିଖୁଣ୍ଟି ପଂଚାୟତ ସମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜି ପି ଇ ଓ ମଣ୍ଟୁ ସ୍ୱାଇଁ ପୂର୍ବ ବୈଠକ ବିବରଣୀ ପାଠ କରିଥିଲେ। ମୁଖ୍ୟଅତିଥି ଭାବେ ଏମପି ରମେଶ ମାଝୀ ,ସମ୍ମାନିତ ଅତିଥି ଭାବେ ବିଧାୟକ ସଦାଶିବ ପ୍ରଧାନୀ ଯୋଗ ଦେଇଥିଲେ। ବ୍ଲକ ଅଧ୍ୟକ୍ଷା ନିଳେନ୍ଦ୍ରୀ ନାୟକ ଙ୍କ ସଭାପତିତ୍ୱ ରେ ଚାଲିଥିବା ଏହି ଏହି ଚତୁର୍ଥ ସାଧାରଣ ଅଧିବେଶନ ର ପରିଚାଳନା ବିଡ଼ିଓ ମନୋଜ କୁମାର ପାଣିଗ୍ରାହୀ କରିଥିଲେ। ଶିକ୍ଷା ସମ୍ପର୍କିତ ଆଲୋଚନା ବେଳେ ପାତ୍ର ପୁଟ ସମିତି ସଭ୍ୟ ଦିଲୀପ ପ୍ରଧାନୀ କମ ଛାତ୍ର ଛାତ୍ରୀ ପାଇଁ ଦୁର୍ଗମ ଅଞ୍ଚଳରେ ବନ୍ଦ କରାଯାଇଥିବା ବିଦ୍ୟାଳୟ ଗୁଡିକ ପୁନଃ ଚାଲୁ ପାଇଁ ପ୍ରତି ଅଧିବେଶନ ରେ ଦାବୀ ହେଉଥିବା ସତ୍ତ୍ୱେ କାହିଁକି କାର୍ଯ୍ୟକାରୀ କରାଯାଉନି ବୋଲି ପ୍ରଶ୍ନ କରିଥିଲେ ଉତ୍ତର ରେ ବି ଇ ଓ ଷୋୖମେନ୍ଦ୍ର ଭୌମିକ ବିଡ଼ିଓ ମନୋଜ ପାଣିଗ୍ରାହୀ ଆମ ସ୍ତରରୁ ରିପୋର୍ଟ ଯାଇ ସାରିଛି ବୋଲି ଉତ୍ତର ମିଳିଥିଲା।ମଞ୍ଚାଗାଁ ସମିତି ସଭ୍ୟା ପ୍ରଭାତୀ କନ୍ଧ ଶିକ୍ଷା ବର୍ଷ ଆରମ୍ଭରୁ କିଛି ସକାରାତ୍ମକ ପଦକ୍ଷେପ ନେଇଛନ୍ତି କି ବୋଲି ପ୍ରଶ୍ନ କରି ବର୍ଷିଥିଲେ।ସ୍ୱାସ୍ଥ୍ୟ ସମ୍ପର୍କିତ ଆଲୋଚନା ରେ ବ୍ଲକ ରେ କାହିଁକି ହୋମିଓପ୍ୟାଥିକ ଓ ଆୟୁର୍ବେଦିକ ଡାକ୍ତରଖାନା ବନ୍ଦ ପଡିଛି ପ୍ରଶ୍ବ୍ନ ବ୍ଲକ ସରପଞ୍ଚ ସଙ୍ଘ ସଭାପତି ମଦନମୋହନ ଦଲପତି ଓ ଦିଲିପ ପ୍ରଧାନୀ ଡମ୍ବରୁ ଭତ୍ରା ଉଠାଇ ଥିଲେ। କିନ୍ତୁ ତେନ୍ତୁଳିଖୁଣ୍ଟି ସି ଏଚ ସି ଭାର ପ୍ରାପ୍ତ ଚିକିତ୍ସାଧିକାରୀ ସମଳାଇ ପ୍ରସାଦ ପଣ୍ଡା ଆମ କର୍ତ୍ତୃତ୍ୱ ରେ ନାହିଁ ରାୟଗଡା ରୁ ନିୟନ୍ତ୍ରଣ ହେଉଥିବା କହିଥିଲେ। ସାମାଜିକ ସୁରକ୍ଷା ବିଷୟ ଆଲୋଚନାରେ ଭାଗ ନେଇ ଦିଲିପ ଓ ମଦନମୋହନ ପ୍ରଶ୍ନ କରିଥିଲେ ଭତ୍ତା କାହିଁକି ଆକାଉଣ୍ଟ ରେ ଠିକ ଭାବେ ଜମା ହେଉନି ଯଦ୍ୱାରା ହିତାଧିକରି ଅସୁବିଧା ଭୋଗୁଛନ୍ତି। ଆଜିବି ବହୁ ଯୋଗ୍ୟ ହିତାଧିକାରୀ ଭତ୍ତାରୁ ବଞ୍ଚିତ ଅଛନ୍ତି ଏଣୁ ଯେଉଁ ଭତ୍ତା ଧାରୀ ଙ୍କ ମୃତ୍ୟୁ ହେଉଛି ତୁରନ୍ତ ସେହି ପଞ୍ଚାୟତ ର ଅନ୍ୟ ଜଣେ ଭତ୍ତା ପାଉନଥିବା ଯୋଗ୍ୟ ହିତାଧିକାରୀ ଙ୍କୁ ଭତ୍ତା ଦେବାକୁ ଦିଲିପ ପ୍ରଭାତୀ ଓ ମଦନ ମତ ରଖିଥିଲେ। ବି ଏସଏସ ଓ ରବୀନ୍ଦ୍ର ସାହୁ କହିଥିଲେ ପଂଚାୟତ ରୁ ମୃତକ ଙ୍କ ତାଲିକା ଆସିବା ରେ ବିଳମ୍ବ ହେଉଛି ଏଣୁ ସେଭଳି କରିବା ବିଲମ୍ବ ହେଉଛି। ଘରୋଇ ଜମିରେ କିଭଳି ଲକ୍ଷ୍ମୀ ବସ ଷ୍ଟାପେଜ କରାଯାଇ ଭବିଷ୍ୟତ ପାଇଁ କନ୍ଦଳ ଆହ୍ୱାନ କରା ଯାଉଛି ବୋଲିଦିଲୀପ ଓ ଡମ୍ବରୁ ପ୍ରଶ୍ନ କରିଥିଲେ। ବିଡ଼ିଓ ମନୋଜ ପାଣିଗ୍ରାହୀ ଅନୁଧ୍ୟାନ କରିବେ ବୋଲି କହିଥିଲେ। ପି ଏମ ଜି ଏ ଯୋଜନାରେ ଦ୍ଵିତୀୟ କିସ୍ତି ଅର୍ଥ ପାଇବାରେ ବିଳମ୍ବ ହେଉଥିବା ଯୋଗୁଁ ହିତାଧିକାରୀ ଅସୁବିଧା ଭୋଗ କରୁଥିବା ଦିଲିପ ଓ ମଦନ ପ୍ରଶ୍ନ କରିଥିଲେ। ଏ ବିଡ଼ିଓ କୃପାସିନ୍ଧୁ ନାୟକ ଉତ୍ତରରେ କହିଥିଲେ ଜିଓ ଟେକ ତ୍ରୁଟି ଯୋଗୁଁ ସମସ୍ୟା ରହିଥିବ ଦୃଷ୍ଟି ଆକର୍ଷଣ କଲେ ତୁରନ୍ତ ସମାଧାନ କରି ଦିଆ ଯାଉଛି। ଝରିଗୁମ୍ମା ପଂଚାୟତ ର ବହୁ ଗ୍ରାମ କୁ ରାସ୍ତା ନ ଥିବା ବେଳେ ରାସ୍ତା ସମସ୍ୟା କାହିଁକି ବାରମ୍ବାର ଦାବୀ ସତ୍ତ୍ୱେ ସମାଧନ ହେଉନି ବୋଲି ମଦନମୋହନ ପ୍ରଶ୍ନ କରିଥିଲେ। ବର୍ତ୍ତମାନ ସୁଦ୍ଧା ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀ 1000 ଟଙ୍କା ପାଇ ନାହାନ୍ତି ଏଥିପାଇଁ ବିପ୍ପଣୀ ନିରୀକ୍ଷକ ଙ୍କ ଦୀର୍ଘ ଅନୁପସ୍ଥିତି ଦାୟୀ କି ବୋଲି ପ୍ରଶ୍ନ ଦିଲିପ କରିଥିଲେ। ଜଙ୍ଗଲ ଜମି ପଟ୍ଟା ପାଇଁ ପ୍ରକ୍ରିୟା ଚାଲିଛି ବୋଲି ଆଲୋଚନା ହୋଇଥିଲା। ଆଜି ବ୍ଲକ ଉପାଧ୍ୟକ୍ଷ ରାଜେନ୍ଦ୍ରବିଶୋଇ ଜିଲ୍ଲା ପରିଷଦ ସଭ୍ୟା କ୍ରିଷ୍ଣା ମଞ୍ଜରୀ ବିଶୋଇ ,ପାଶ ଡାକ୍ତର ମହେନ୍ଦ୍ର ସମରଥ, ଏ ଏ ଇ ଭଗବାନ ବେହେରା ସିଡ଼ି ପିଓ ବିନିତା ଜେଠି, ମୃତ୍ତିକା ସଂ ରକ୍ଷଣ କନିଷ୍ଠ ଯନ୍ତ୍ରୀ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।